• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରାଣ ନେଇଗଲା ପୋଖରୀ ପାଣି। ପୋଖରୀରେ ବୁଡ଼ି ୨ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି। ବାରିପଦା ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଘଟିଛି ଅଘଟଣ। ମୃତ ଭାଇଭଉଣୀଙ୍କ ବୟସ ୨ ଓ ୬ ବର୍ଷ ବୋଲି ସୂଚନା ମିଳିଛି। ୨ ଛୁଆ ସ୍ୱର୍ଗତ ଲବ ମାଝୀଙ୍କର । ୬ ବର୍ଷର ଝିଅ ମାଲ ମାଝୀ ଏବଂ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଲବ ମାଝୀ ତାଙ୍କ ସ୍ତ୍ରୀ ଓ ୨ ଛୁଆକୁ ନେଇ ସୁନାର ସଂସାର ଥିଲା । ଯେପରି ଏହି ସଂସାର ଉପରେ କାହାର ନଜର ଲାଗିଗଲା । କିଛି ବର୍ଷ ତଳେ ଲବ ମାଝୀଙ୍କର ମୃତ୍ୟୁ ଘଟିଥିଲା । ଏବେ ଦୁଇ ଭାଇଭଉଣୀଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି । ଗତକାଲି ଭାଉଭଉଣୀ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ । ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଆଜି ଦମକଳବାହିନୀ ଖୋଜାଖୋଜି କରି ପୋଖରୀରୁ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ବାରିପଦା ପୋଲିସ । ...