• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ପାଣି,ରୋଗରେ ପଡୁଛନ୍ତି ଲୋକ

ନୂଆପଡ଼ା: ପୁରୁଷ ଶୂନ୍ୟ ହୋଇଗଲାଣି ଗାଁ । କୋମନା ବ୍ଲକପେଣ୍ଡରାବନ ପଂଚାୟତ ଅଧିନରେ ରହିଛି ଛୋଟ ଏକ ଗାଁ ଝିକିଡୋଙ୍ଗରି । ପୂର୍ବୁର ଏହି ଗାଁର ଜନସଂଖ୍ୟା ପ୍ରାୟ ୨ଶହ ଥିଲା । ହସଖୁସିରେ ନାଚି ଉଠୁଥିଲା ଗାଁ । ହେଲେ ଏବେ ଗାଁରେ ୧୫ରୁ ଅଧିକ ପୁରୁଷଙ୍କ ମୃତ୍ୟୁ ହୋଇସାରିଛି । କିଛି ପୁରୁଷ ଦିବ୍ୟାଙ୍ଗ ହୋଇ ପଡିଥିବାବେଳେ ଆଉ କିଛି ରୋଗରେ ଶଯ୍ୟାଶାୟୀ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗାଁରେ ଥିବା ନଳକୂପରୁ ପାଣି ପିଇ ଲୋକଙ୍କ ଏହି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି ।

ନଳକୂପ ପାଣିରେ ଅଧିକ ପରିମାଣର ଲୌହ ରହୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ପ୍ରଥମେ ଶରୀର ପୀଡ଼ା ପରେ ଚଲାବୁଲା କରିପାରୁନାହାନ୍ତି । କିଛି ଦିନ ଶଯ୍ୟାଶାୟୀ ପରେ ମୃତ୍ୟୁ ହେଉଛି ଏପରି ଭବେ ବିଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଲୋକେ ।

ପାନୀୟ ଜଳ ସମସ୍ୟାକୁ ନେଇ ଲୋକଙ୍କ ଅଭିଯୋଗ ପରେ ଜଳ ଓ ପରିମଳ ବିଭାଗ କିଛି ଦିନ ତଳେ ଗାଁର ନଳକୂଅ ପାଣି ପରୀକ୍ଷା କରିଥିଲା । ନଳକୂଅ ପାଣିରେ ଫ୍ଲୋରାଇଡ, ଆଇରନ ଓ ମ୍ୟାଗ୍ନେସିୟମ ମାତ୍ରା ଆବଶ୍ୟକ ଠାରୁ ଅଧିକ ରହିଥିବା ଜଣାପଡ଼ିଛି । ଏଥିଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡୁଛି।

ଗାଁକୁ ପାଇପରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଥର ଲୋକେ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ତେବେ ସମସ୍ୟାର ସମାଧାନ ହୋଇପାରିନି ଗାଁରେ ।  ସେପଟେ ଆଉ ଏକ ନଳକୂପ ଖୋଳିବା ସହ ଟ୍ୟାଙ୍କରରେ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ସୂଚନା ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀ । ଅନ୍ୟପଟେ ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରଶାସନ ଯଦି ଏବେଠାରୁ ଦୃଷ୍ଟି ନଦେବେ କିଛି ବର୍ଷ ମଧ୍ୟରେ ଏହି ଗାଁ ଜନଶୂନ୍ୟ ହୋଇପଡ଼ିବ ।