/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689498682.jpg)
Youth Death
ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । କଟକ ଝୋଲା ସାହି ଅଞ୍ଚଳରେ ଏହି ଅଘଟଣ ପଡିଛି । ମୁକୁଳା ଡ୍ରେନରେ ଖସି ପଡି ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ରାଜସ୍ଥାନର ରାହୁଲ । ଗତକାଲି ରାହୁଲ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଏକ ଚା’ ଦୋକାନକୁ ଗଲା ବେଳେ ଗୋଡ଼ଖସି ଡ୍ରେନ୍ ଭିତରେ ପଡିଯାଇଥିଲେ। ମୃତ ରାହୁଲଙ୍କ ବାପାଙ୍କ ପକ୍ଷରୁ ଏନେଇ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି ।
ଗତକାଲି କଟକ ମ୍ୟୁନିସିପାଲଟିର ୨୬ ନମ୍ବର ୱାର୍ଡ ଅନ୍ତର୍ଗତ ଝୋଲାସାହିରେ ରହୁଥିବା ରାହୁଲ କାମ ସାରିକି ଘରକୁ ଫେରୁଥିଲା ବେଳେ ହଠାତ ଫୋର କେୟାର ହସ୍ପିଟାଲ ନିକଟରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ହେବା ପରେ SCB ମେଡିକାଲରେ ଭର୍ତ୍ତି କରଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଘଟଣା ଘଟିବା ପରେ ଆଜି ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପରିବାର । ଅନ୍ୟପଟେ ଆଜି ରାହୁଲଙ୍କ ମୃତ ଶରୀରକୁ ବ୍ୟବଛେଦ କରାଯିବା ପରେ ରାଜସ୍ଥାନ ପଠାଯିବା ନେଇ ସ୍ଥାନୀୟ କର୍ପୋରେଟର ଗଗନ ଓଝା ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)