Advertisment

ମୁଣ୍ଡ ନେଇଛି ମୁକୁଳା ଡ୍ରେନ୍; ଓଟିଭିରେ ଖବର ପ୍ରସାରଣ ପରେ CMCର ତତ୍ପରତା

କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

author-image
Manoranjan Behera
ଅଦ୍ୟତନ ହୋଇଛି
OTV Impact On Cuttack Drain Mishap

OTV Impact

କଟକରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଖବର ଓଟିଭିରେ ପ୍ରସାରଣ ପରେ କଟକ ମହାନଗର ନିଗମ ପକ୍ଷରୁ ତତ୍ପରତା ଦେଖାଦେଇଛି। ଡ୍ରେନରେ ସ୍ଲାବ ପକାଉଛି ସିଏମସି। କଟକରେ ମୁଣ୍ଡ ନେଇଛି ମୁକୁଳା ଡ୍ରେନ୍। ଯାଜପୁର ଜିଲ୍ଲାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

Advertisment

କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଯାଜପୁର ଜିଲ୍ଲାର କିନ୍ତୁ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଆଜି ସକାଳେ ସଂପୃକ୍ତ ଯୁବକଙ୍କ ମୃତଦେହ ଡ୍ରେନରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଠିକାଦାର ମାସେ ତଳେ ଡ୍ରେନ୍ ସ୍ଲାବ୍ ଖୋଲିଦେଇ ଛୁ’ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ସେପଟେ ସିଏମସି ମେୟର କହିଛନ୍ତି- ଦେଢ଼ ଫୁଟିଆ ଶୁଖିଲା ଡ୍ରେନ୍‌ରେ ପଡ଼ି ଜଣେ ପ୍ରାଣ ହରାଇବା ଅବାସ୍ତବ କଥା। ପଙ୍କ କଢ଼ାଯିବାକୁ ଡ୍ରେନ୍ ଉପରୁ ଖୋଲା ଯାଇଥିବା ସ୍ଲାବ୍ ପୁଣି ପକାଇ ଦିଆଯାଇଛି। ଦେଢ଼ଫୁଟିଆ ଡ୍ରେନରେ ବିଲେଇ କୁକୁର ମରିବେ? ଏ ଲୋକ କାଲି ରାତିରେ ମଦ ପିଇ ମରିଛି ସେଠି। କଟକ ଡ୍ରେନରେ ପଡି ଜଣେ ଶ୍ରମିକଙ୍କର ମୃତ୍ୟୁ ହେବା ପରେ ଏମିତି ପ୍ରତିକ୍ରିୟା ଦେଲେ କଟକ ମେୟର।

Advertisment

CMC OTV Impact Drain Mishap
Advertisment
Advertisment