Advertisment

First Lunar Eclipse of the Year: ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; ଜାଣନ୍ତୁ କେତେବେଳେ ଲାଗୁଛି, କେତେବେଳେ ଛାଡୁଛି

ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଅପରାହ୍ନ ୩ଟା ୨୦ରେ ସ୍ପର୍ଶ କରିବ ଗ୍ରହଣ। ସଂଧ୍ୟା ୬ଟା ୪୭ରେ ଗ୍ରହଣ ମୋକ୍ଷ। ସକାଳ ୬ଟା ୪ରୁ ହାଣ୍ଡି ଛାଡ଼। ଗ୍ରହଣ ଦର୍ଶନ ୬ ରାଶି ପାଇଁ ଶୁଭ। ୬ ରାଶିକୁ ବିପଦ କହିଲେ ଜ୍ୟୋତିର୍ବିଦ୍।

author-image
Pramod Behera
First Lunar Eclipse of the Year

ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ Photograph: (OTV)

ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଦୋଳ ପୂର୍ଣ୍ଣମୀରେ ପଡ଼ିବ ଗ୍ରହଣ ଛାୟା। ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ । କେତେବେଳେ ସର୍ବମୋକ୍ଷ ? କେତେବେଳେ କରିବେ ହାଣ୍ଡିଛାଡ଼ ? କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶିକୁ ବିପଦ ? 

Advertisment

ଦୋଳ ପୂର୍ଣ୍ଣମୀରେ ପଡିବ ଗ୍ରହଣ ଛାୟା । କେତେବେଳେ କରିବେ ହାଣ୍ଡିଛାଡ଼ ? କେତେବେଳେ ସର୍ବମୋକ୍ଷ ? କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶିକୁ ବିପଦ ? ଏମିତିକା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେଉଛି । ଏହା କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ପୂର୍ବ ରାଜ୍ୟ ଗୁଡିକ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ । ହେଲେ ଅବଶିଷ୍ଟ ଭାରତରେ ଚନ୍ଦ୍ରଗ୍ରହଣର ଶେଷ ପର୍ଯ୍ୟାୟ ଦୃଶ୍ୟମାନ ହେବ । 

ଜ୍ୟୋତିର୍ବିଦଙ୍କ ଅନୁସାରେ, ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଆରମ୍ଭ । ପୂର୍ଣ୍ଣ ଗ୍ରହଣ ଗ୍ରାସ ଅବଧି ୫୬ ମିନିଟ୍ ୦୬ ସେକେଣ୍ଡ ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟରେ ଗ୍ରହଣ ସର୍ବମୋକ୍ଷ । ତେବେ ମଙ୍ଗଳବାର ସକାଳ ୬ଟା ୪ ମିନିଟରୁ ହାଣ୍ଡି ଛାଡ଼ ହେବ। ଏଥର ହାଣ୍ଡି ଛାଡ଼ ଅବଧି ପ୍ରାୟ ୧୩ ଘଣ୍ଟାରୁ ଅଧିକ ରହିଛି । 

Advertisment

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ଘାତ କାଳ ସମୟକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ଘାତ ସମୟ ଆରମ୍ଭ ହେବ । ତେଣୁ ଏହି ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ । ମଙ୍ଗଳବାର ସକାଳ ୬.୨୦ରେ ଘାତ କାଳ ଆରମ୍ଭ ହେଉଥିବାବେଳେ ସନ୍ଧ୍ୟା ୬.୪୬ରେ ଘାତ କାଳ ଶେଷ ହେବ । ଏହି ସମୟ ମଧ୍ୟରେ ଦେବପୂଜା ଓ ପାକନିଷେଧ କରାଯାଇଛି ।

ଏବେ ଜାଣିବା ଚନ୍ଦ୍ରଗ୍ରହଣ ଦର୍ଶନ କେଉଁ ରାଶି ପାଇଁ ଭଲ ଓ କେଉଁ ରାଶି ପାଇଁ ଖରାପ ? ଜ୍ୟୋତିର୍ବିଦଙ୍କ ଅନୁସାରେ, ମେଷ, ମିଥୁନ, ସିଂହ, ବିଛା, ତୁଳା, ଧନୁ, ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗ୍ରହଣ ଦର୍ଶନ ଅତି ଶୁଭ । ମକର, ବୃଷ, କର୍କଟ, କନ୍ୟା ରାଶି ପାଇଁ ଗ୍ରହଣ ଦର୍ଶନ ମହାବିପଦ ବୋଲି କୁହାଯାଇଛି । 

ଭାରତୀୟ ପାରମ୍ପରିକ ଧାରଣା ଅନୁଯାୟୀ, ଚନ୍ଦ୍ର ଗ୍ରହଣର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ପୁରାଣ କଥା ଅନୁସାରେ ରାହୁ ଓ କେତୁ ଚନ୍ଦ୍ରକୁ ଗ୍ରାସ କରନ୍ତି ବୋଲି ବିଶ୍ୱାସ ଅଛି। ଏହି ସମୟରେ ଅନେକ ଭକ୍ତ ଉପବାସ ରଖନ୍ତି, ମନ୍ତ୍ର ଜପ କରନ୍ତି ଓ ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରିନାହାନ୍ତି। କିଛି ମନ୍ଦିର ଗ୍ରହଣ କାଳରେ ବନ୍ଦ ରହେ ଓ ଗ୍ରହଣ ଶେଷରେ ପବିତ୍ର ସ୍ନାନ କରାଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ଚନ୍ଦ୍ର ଗ୍ରହଣକୁ ନିରାପଦ ଭାବରେ ଖାଲି ଆଖିରେ ଦେଖାଯାଇପାରେ। 

Zodiac Signs Dola Purnima Lunar Eclipse
Advertisment
Advertisment