• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ପେସ୍କୋ ସମୟର ପୁନରାବୃତ୍ତି ବିରୋଧର ସ୍ୱର ଚାପିବାକୁ ଧମକ ଆଉ ମାଡ ଆଉ ମାମଲାର ଭୟ । ଏଇଥିପାଇଁ ଢିଙ୍କିଆରେ ଆଉ ବିରୋଧର ସ୍ୱର ମଧ୍ୟ ଶୁଭୁନି । ତେଣୁ ବିନା ଦ୍ୱିଧାରେ ୨୦୦ରୁ ଅଧିକ ପାନ ବରଜ ଭାଙ୍ଗି ସାରିଲାଣି ପ୍ରଶାସନ । ଆଉ ଏପଟେ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଉଚ୍ଛେଦ କରିବାକୁ ପ୍ରଲୋଭିତ କରି ଦସ୍ତଖତ ମାରିବାକୁ ବାଧ୍ୟ କରୁଛନ୍ତି, ନହେଲେ ମିଛ ମାମଲାରେ ଗିରଫର ଭୟ ଦେଖାଉଛି ପୋଲିସ ।

ପୋଲିସର ଜୁଲମ୍ ଦେଖନ୍ତୁ, ଅସଭ୍ୟ ଭାଷାରେ ଗାଳିଦେଲେ, ବାଡାଇଲେ, ଆଉ ବୁଟ୍ ପିନ୍ଧି ଗୋଡ ଉପରେ ଚଢିଗଲେ । ଢିଙ୍କିଆରେ ଏ ୧୬ ବର୍ଷର ନାବାଳିକା ଝିଅ ପ୍ରତି କୁଆ଼ଡେ ଏମିତି ନିର୍ଦ୍ଦୟ ହୋଇପଡ଼ିଥିଲା ପୋଲିସ ୨ ଦିନ ପରେ ବି ନା ବଥା କମିଛି ନା କଷ୍ଟ । ଉଠି ପାରୁ ନାହାନ୍ତି କି ଚାଲି ପାରୁ ନାହାନ୍ତି । ମେଡିସିନ ପାଇଁ ମଧ୍ୟ ପାଖରେ ଟଙ୍କା ନାହିଁ । ଆଉ ପୋଲିସ ଭୟରେ ମଧ୍ୟ ବାହାରକୁ ଯାଇ ପାରୁ ନାହାନ୍ତି ବାପା । ଏଭଳି କିଛି ସ୍ଥାନୀୟ ବାସିନ୍ଧା କାବିନା ସାମଲ କହୁଛନ୍ତି । ଏବେ ଘରେ ପଡି ପଡି କଷ୍ଟକୁ ଦେହରେ ମାରିବା ଛଡା ଆଉ କିଛି ବାଟ ନାହିଁ । ସେହିପରି ଗାଁର ତଅପୋଇ ସାମଲଙ୍କର ବି ଅବସ୍ଥା ସମାନ ମହିଳା ହୋଇବି ସେଦିନ ପୋଲିସ ଲାଠିରୁ ବର୍ତ୍ତି ପାରିନଥିଲେ ସେ ।

ଢିଙ୍କିଆ ବାସୀଙ୍କ ଉପରେ ଜୁଲମର ଏ ଚିତ୍ର ପାନ ବରଜ ଭଙ୍ଗାରୁ ହିଁ ଜଣାପଡୁଛି । ଆଉ ଉଜୁଡା ବରଜରେ ହାତ ମାରି ଆଖିରୁ ଲୁହ ଗଡାଉଛନ୍ତି ମାହାଳର ଗୀତା ସାମଲ । ତାଙ୍କ ଅଭିଯୋଗ ଯେ, ପୋଲିସ ପ୍ରଥମେ ଘର ପାଖକୁ ଆସି ଡରାଇଲା ପରେ ପୁଅକୁ ଗିରଫ କରିବ ବୋଲି ଧମକ ଦେଲା । ତେଣୁ ପ୍ରଶାସନ ପାନ ବରଜକୁ ଭାଙ୍ଗିବା ବେଳେ ଛାତିକୁ ପଥର କରି ସହିଗଲେ ଗୀତା । ବୁଲଡୋଜର ଯିବା ପରେ ଏବେ କାନ୍ଦୁଛନ୍ତି ଆଉ ଯାହା ବଞ୍ଚିଛି ତାକୁ ସାଉଟୁଛନ୍ତି ।

ସେହିପରି ଆଉ ଜଣେ ଚରଣ ସାମଲ ଇଏ ବି ବିରୋଧ କରିପାରିଲେନି କାହିଁକି ନା ମନରେ ଥିଲା ମିଛ ମାମଲାର ଭୟ । ତେବେ ଆଜି ବି ଢିଙ୍କିଆ ଚାରିପ୍ରଦେଶରେ ପାନ ବରଜ ଉଚ୍ଛେଦ ଜାରି ରଖିଛି ପ୍ରଶାସନ । ଆଜି ସୁଦ୍ଧା ପ୍ରାୟ ୨୦୦ ପାନ ବରଜ ଭାଙ୍ଗିଲାଣି ପ୍ରଶାସନ ।

ଅନ୍ୟପଟେ ଦିନକ ପରେ ଶୁଣାଣି ହେବ ହାଇକୋର୍ଟରେ ଦାୟର ହୋଇଥିବା ଢିଙ୍କିଆ ଜନସ୍ୱାର୍ଥ ମାମଲା । ତେବେ ଆଜି ଆବେଦନକାରୀ ଓକିଲ କ୍ଷୀରୋଦ ରାଉତ ଏବଂ ସମାଜବାଦୀ ପାର୍ଟି ଓ ଆମ୍ବେଦକର ଲୋହିଆ ମଞ୍ଚର ସଦସ୍ୟ ଢିଙ୍କିଆ ଯାଇ ଗ୍ରାମବାସୀଙ୍କୁ ଭେଟିଥିଲା ବେଳେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ତିନି ଦିନ ହେଲା ଭୟ । ଆଉ ଆତଙ୍କରେ ଢିଙ୍କିଆ ଚାରି ପ୍ରଦେଶ ବାସିନ୍ଦା । ଏସ୍ପିଙ୍କ ପ୍ରତିଶ୍ରୁତି ପରେ ବି ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି ଅନେକ ଲୋକ ।

ରିପୋର୍ଟର- ରମାକାନ୍ତ ନାୟକ