Advertisment

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ଯାତ୍ରାର ପଡ଼ିଛି ଯବନିକା।

author-image
Chandan Shishu
ଅଦ୍ୟତନ ହୋଇଛି
Bargarh Dhanu Yatra Concluded with Kansa Vadh

world famous dhanujatra ends today

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଅନ୍ତିମ ଦିବସରେ କଂସବଧ ସହ ଧନୁଯାତ୍ରା ଶେଷ। କୃଷ୍ଣଜନ୍ମରୁ ଆରମ୍ଭ ହୋଇ କଂସବଧରେ ଶେଷ ହେଲା। ମଞ୍ଚ ଉପରେ ଯୁଦ୍ଧରେ ମାମୁକୁ ନିପାତ କରି ବିଜୟୀ ହେଲେ କୃଷ୍ଣ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଥିଲା ଅନ୍ତିମ ଦିବସ। କଂସ ବଧ ଶହ ଆଜି ଶେଷ ହୋଇଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।

Advertisment

ଅଧିକ ପଢ଼ନ୍ତୁ: ଧନୁଯାତ୍ରାର ପ୍ରଚ୍ଛଦପଟ ନାୟକ ଦେବାନନ୍ଦ ସାହୁ : ନିଜ ହାତରେ ତିଆରି କରୁଛନ୍ତି ଝିଲମିଲ୍ ପୋଷାକ

ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ଯାତ୍ରାର ପଡ଼ିଛି ଯବନିକା। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଂଗମଞ୍ଚରେ କୃଷ୍ଣଜନ୍ମଠାରୁ ଆରମ୍ଭ କରି ମଥୁରା ଗମନ ଅଭିନୀତ ହୋଇସାରିଛି। ମହାରାଜ କଂସଙ୍କ ରାଜୁତିରେ ଥର ହର ହେବା ସହ ଅତିଷ୍ଠ ହୋଇ ପଡିଥିଲେ ମଥୁରାବାସୀ। ଦୁଇ ଭାଇ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରା ଆଣିବା ପରେ ଏବେ ମଥୁରାବାସୀ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିଲେ। ପ୍ରଭୁଙ୍କୁ ପୂଜା କରିବା ସହ ମଥୁରା ଭ୍ରମଣ କରାଉଥିଲେ।

Advertisment
Dhanu Yatra
Advertisment
Advertisment