ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି ।
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ବିଜେଡିକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଗୋଷ୍ଠୀର ଶକ୍ତି ନାହିଁ । ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି ।
କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ ।
ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍ଜା ।
ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି ଏହେଲେ ବିଜେପି କାଉନ୍ସିଲର ଝିଲି ପ୍ରଧାନ । ତାଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା ।
ସରି ଯାଇଛି ମେୟର ନିର୍ବାଚନ। ଏବେ କିଏ ହେବ ଭୁବନେଶ୍ୱର ଡେପୁଟି ମେୟର ? ଚର୍ଚ୍ଚାରେ ଅମରେଶ ଜେନା (ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କ ନାଁ। ଏମାନଙ୍କ ବାଦ୍ ବିଜେଡିରେ ଆହୁରି ଅନେକ ଆଶାୟୀ ଅଛନ୍ତି। ଜାଣନ୍ତୁ କଣ କହୁଛି ରାଜଧାନୀ ରାଜନୀତି ଗଣିତ