• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ । ବିଜେଡି ହାତରେ ହିଁ ଏହି ପଦ ରହିବ ବୋଲି ଚର୍ଚ୍ଚା ହେଉଛି । କାରଣ ସଂଖ୍ୟା ଏହି ଦଳ ସପକ୍ଷରେ ରହିଛି । ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଛନ୍ତି । ବିଜେପିର ୭ ଜଣ ଓ ୪ ଜଣ ସ୍ୱାଧୀନ କର୍ପୋରେଟର ଅଛନ୍ତି ।

ତେଣୁ ବିଜେଡିକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଗୋଷ୍ଠୀର ଶକ୍ତି ନାହିଁ । ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପଦ ହାତେଇବା ପାଇଁ ଅନେକ ଦାବିଦାର ଲବି କରୁଛନ୍ତି । ଚର୍ଚ୍ଚାରେ କିଛି ଜଣଙ୍କ ନାଁ ଥିବା ବେଳେ ଆଜି ହିଁ ସ୍ପଷ୍ଟ ହେବ ବିଜେଡି କାହାକୁ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ଡେପୁଟି ମେୟର କରିବ ।

ସେପଟେ ଗତକାଲି ଶେଷ ହୋଇଛି କଟକ ଡେପୁଟି ମେୟର ଏବଂ ରାଜ୍ୟର ୧୦୫ ପୌର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଅଧାରୁ ଅଧିକ ସ୍ଥାନରେ ପୌର ଉପାଧ୍ୟକ୍ଷ ପଦବୀ ବିଜେଡି ଖାତାକୁ ଯାଇଛି ସତ, କିନ୍ତୁ କେଉଁଠି ସଂଖ୍ୟା ଖେଳରେ ସଂକଟରେ ପଡ଼ି ବିଜେଡି ମାଟି କାମୁଡ଼ିଛି ତ ଆଉ କେଉଁଠି କାଳ ହୋଇଛି ଦଳୀୟ କାଉନସିଲରଙ୍କ କ୍ରସ୍ ଭୋଟିଂ । ପାରାଦୀପରେ ବିଜେଡିର କ୍ରସ୍ ଭୋଟିଂ ହୋଇଥିବା କୁହାଯାଉଛି । ଏସବୁ ଭିତରେ ଏବେ ଚର୍ଚ୍ଚାରେ କଟକର ନବ ନିର୍ବାଚିତ ଡେପୁଟି ମେୟର ଦମୟନ୍ତୀ ମାଝୀ । କାରଣ ବସ୍ତିରୁ ଯାଇ ଡେପୁଟି ମେୟର ବନିଛନ୍ତି ଦମୟନ୍ତୀ ।

ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍‌ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି । ସେହି ଜାଗାରେ ବିଜେଡିକୁ ଝଟ୍‌କା ଲାଗିଛି । ଫଳରେ କେଉଁଠି ସ୍ୱାଧୀନ ତ କେଉଁଠି ବିଜେପି ତ ଆଉ କେଉଁଠି କଂଗ୍ରେସ ଖାତାକୁ ଯାଇଛି ପୌର ଉପାଧ୍ୟକ୍ଷ ପଦବୀ । ଜଗତସିଂହପୁର ମ୍ୟୁନିସିପାଲିଟିରେ ପୌର ଉପାଧ୍ୟକ୍ଷ ପଦ ହାତେଇଛି ବିଜେପି । ଦଳର ୨ କାଉନ୍‌ସିଲର ଥିଲେ ବି କଂଗ୍ରେସ ଓ ସ୍ୱାଧୀନ ସମର୍ଥନରେ ଏହା ସମ୍ଭବ ହୋଇଛି । ପରିଣାମ ସ୍ୱରୂପ ୧୦ଟି ଭୋଟ୍ ହାତରେ ଥିଲେ ବି ବିଜେଡିକୁ ନିରାଶ ହେବାକୁ ପଡ଼ିଛି ଏହି ପୌରାଞ୍ଚଳରେ ।