• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Police

IED Found At Delhi's Ghazipur
ଦିଲ୍ଲୀରୁ ବ୍ୟାଗ୍‌ ଭିତରୁ IED ମିଳିବା ପଛରେ ପାକିସ୍ତାନର ହାତ !

ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ରୁ ୧.୫ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପଛରେ ପାକିସ୍ତାନ ଇଣ୍ଟେଲଜେନ୍ସି ଏଜେନ୍ସି ISI(Inter-Services Intelligence)ର ହାତ ଥିବା ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ସନ୍ଦେହ କରୁଛି।

Virat kohli DCW
ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ, ରାଗିଲେ ମହିଳା କମିଶନ ! ଦିଲ୍ଲୀ ପୋଲିସକୁ ମାଗିଲେ କୈଫିୟତ

ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ ।

terrorist attack
ଦିଲ୍ଲୀ ଉପରେ ଥିଲା ଆତଙ୍କୀଙ୍କ ନଜର

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି। ନବରାତ୍ରି ପୂଜା ଚାଲି ଥିବାବେଳେ ଏହି ସମୟରେ କିଛି ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନିଂ କରିଥିଲେ ବୋଲି ଜଣାପଡ଼ିଛି।

 Cyber Fraud
ଦିଲ୍ଲୀରେ ଠକେଇ କରିଥିଲେ, ଯାଜପୁରରୁ ଗିରଫ ହେଲେ

ପ୍ରିତମ୍ ଫେକ୍ ଆଇଡି ବନେଇ ସିମ୍ ଆକ୍ଟିଭ କରି ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ୟୁପି, ରାଜସ୍ଥାନ ଭଳି କିଛି ରାଜ୍ୟରେ ସାଇବର ଠକଙ୍କ ପାଖକୁ ପଠାଉଥିଲା । ଯେଉଁ ସିମ୍ କାର୍ଡ ମାଧ୍ୟମରେ ସାଇବର ଠକ ମାନେ ଫୋନ କରି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ବରୀରେ ରହି ବିଭିନ୍ନ ଅଞ୍ଚଳକୁ କୋରିଅର ମାଧ୍ୟମରେ ସିମ୍ କାର୍ଡ ପଠାଉଥିବା ପୋଲିସ ସୂଚନା ଦେଇଛି । ପ୍ରୀତମ ସିମ୍ କାର୍ଡ ବିକ୍ରି କରି ଠକମାନଙ୍କଠାରୁ ବିପୁଳ ପରିମାଣର ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି

Farmer Protest
ଜନ୍ତରମନ୍ତରରେ ଚାଷୀ ଆନ୍ଦୋଳନ, ବ୍ୟାପକ ସୁରକ୍ଷାକର୍ମୀ ମୁତୟନ

ଜନ୍ତରମନ୍ତରକୁ ଆସିବାବେଳେ ପୋଲିସ ସେମାନଙ୍କୁ ୩ଟି ସ୍ଥାନରେ ଅଟକ ରଖିଥିଲା। ଅଧିକ ଗହଳି ନ ହେବାକୁ ଦେବା ଲାଗି ଦିଲ୍ଲୀ ପୋଲିସ ସମସ୍ତ ସଂଲଗ୍ନ ରାସ୍ତାରେ ବ୍ୟାରିକେଡ୍ ଲଗାଇଥିଲା।

ib-alerts
୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ଆଶଙ୍କା ! ବଡ଼ ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି

farmer protest
ସଂସଦ ଘେରିବାକୁ କୃଷକ ସଂଗଠନର ଘୋଷଣା : ଦିଲ୍ଲୀର ୭ ମେଟ୍ରୋ ଷ୍ଟେସନରେ ଆଲର୍ଟ ଜାରି କଲା ପୋଲିସ

କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହେଉଛି । ଅଧିବେଶନ ଆରମ୍ଭ ହେବା ସହିତ ସିଙ୍ଘୁ ସୀମାରୁ ସଂସଦକୁ ଯିବାକୁ କୃଷକ ସଂଗଠନ ଚେତାବନୀ ଦେଇଛି

cbse qus paper leak
CBSE ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପୋଲିସ୍‌ର ଛାନ୍‌ଭିନ୍‌

ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ। ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। […]

Toolkit
ଟୁଲ୍‌କିଟ୍ ମାମଲା: ଅଭିଯୋଗ କରିଥିବା ଦୁଇ କଂଗ୍ରେସ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଟୁଲ୍‌କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି । ସୂଚନାନୁସାରେ ସୋମବାର ଦିଲ୍ଲୀ […]

Delhi Police
ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲକୁ ବଡ଼ ସଫଳତା : ୨୫୦୦ କୋଟିର ବ୍ରାଉନସୁଗାର ଜବତ

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ୨୫ଶହ କୋଟିର ବ୍ରାଉନସୁଗାର ଜବତ କରିବା ସହ ଏକ ବଡ ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ । ଏହାସହ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ହରିୟାଣାରୁ ଗିରଫ କରାଯାଇଥିବା ବେଳେ ଜଣକୁ ଦିଲ୍ଲୀରୁ ଗିରଫ କରାଯାଇଛି । ତେବେ ଅପରାଧର ଚେର କେତେ ବାଟ ଲମ୍ବିଛି ଜାଣିବା ପାଇଁ ୪ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛି ଦିଲ୍ଲୀ ପୋଲିସ ।