/odishatv-khabar/media/post_attachments/uploadimage/library/16_9/16_9_0/Murder_1754558648.jpg)
Murder
ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ପାରିବାରିକ କଳହ ଏତେ ଉଗ୍ର ରୂପ ନେଲା ଯେ, ଜଣେ ଝିଅ ନିଜ ବାପାଙ୍କୁ ହତ୍ୟା କରିଛି। ଘଟଣାଟି ଦିଲ୍ଲୀର ଶାହାଦରା ଅଞ୍ଚଳରେ ଘଟିଛି। ବୁଧବାର ଅପରାହ୍ନରେ ଜଣେ ଝିଅ (୩୨) ତାଙ୍କ ବାପା (୫୫)ଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି କଥାରେ ରାଗି ଯାଇ ଝିଅଟି ତାଙ୍କ ବାପାଙ୍କ ମୁଣ୍ଡରେ ଫ୍ରାଇଂ ପ୍ୟାନରେ ଆକ୍ରମଣ କରିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତକ ହେଉଛନ୍ତି ଟେକ ଚାନ୍ଦ ଗୋୟଲ। ସେ ରାମନଗରରେ ରହୁଥିଲେ। ଗୋୟଲଙ୍କ ଝିଅ କୌଣସି କାରଣକୁ ନେଇ ଅନୁ ଝଗଡ଼ା କାରଣରୁ ତାଙ୍କୁ ହତ୍ୟା କରିଥିଲା। ବୁଧବାର ଅପରାହ୍ନ ପ୍ରାୟ ୩ଟା ୫୬ରେ ଗୋୟଲଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହସ୍ପିଟାଲ ପକ୍ଷରୁ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା, ଯାହା ପରେ ପୁରା ଘଟଣାର ଖୁଲାସା ହୋଇଥିଲା। ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ ଅନୁକୁ ହେପାଜତରେ ନେଇଛି।
ଅନୁ ଅବିବାହିତା ଏବଂ ତାଙ୍କ ମାତାପିତାଙ୍କ ସହ ରହୁଛନ୍ତି। ଅନୁଙ୍କ ଭାଇ ଶିବମ ପୁଲିସକୁ କହିଛନ୍ତି ଯେ, ଅନୁ ଅକ୍ଷମ ଏବଂ ତାଙ୍କର ଚିକିତ୍ସା ଚାଲିଛି। ପରିବାର ଅନୁଯାୟୀ, ଅନୁଙ୍କର ତାଙ୍କ ବାପା ଟେକ ଚନ୍ଦ ଗୋୟଲଙ୍କ ସହ ପ୍ରାୟତଃ ଝଗଡ଼ା ହେଉଥିଲା। ଘଟଣା ଦିନ ମଧ୍ୟ ଦୁହେଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ଅନୁ ତାଙ୍କ ବାପାଙ୍କ ଉପରେ ଫ୍ରାଇଂ ପ୍ୟାନରେ ଆକ୍ରମଣ କରିଥିଲେ।
ଘଟଣା ସମୟରେ ଅନୁ ଓ ତାଙ୍କ ବାପାଙ୍କ ବ୍ୟତୀତ ଅନୁଙ୍କ ମା’ ବାଲା ଦେବୀ ଏବଂ ତାଙ୍କ ଭାଉଜ ପ୍ରିୟା (୨୯) ମଧ୍ୟ ଘରେ ଉପସ୍ଥିତ ଥିଲେ। ପ୍ରିୟା ତାଙ୍କ ସ୍ୱାମୀ ଶିବମଙ୍କୁ ଫୋନ କରି ଏହି ଘଟଣାର ସୂଚନା ଦେଇଥିଲେ। ଏହା ପରେ ଶିବମ ଘରେ ପହଞ୍ଚି ତାଙ୍କ ବାପାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି, ଏବଂ ତଦନ୍ତ ଅଧୀନରେ ପରିବାରର ଅନ୍ୟ ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)