/odishatv-khabar/media/media_files/2025/12/14/delhi-police-arrested-2025-12-14-11-18-11.jpg)
Delhi Police Arrested Photograph: (OTV)
ଭଣ୍ଡାରିପୋଖରୀ ଥାନା ଅଧିନ ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନରେ ନକଲି ସୀମ କାର୍ଡ ବିକ୍ରୟ କରୁଥିବା ମୋବାଇଲ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଗିରଫ କଲା ଦିଲ୍ଲୀ ପୋଲିସ। ଭଣ୍ଡାରୀପୋଖରୀର ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ସନ୍ତୋଷକୁ ଥାନାକୁ ଆଣି ପଚରାଉଚୁରା କରିଥିଲା।
ଶୁକ୍ରବାର ନକଲି ମୋବାଇଲ ବିକ୍ରୟ ଲିଙ୍କରେ ବନ୍ତ ଥାନା ଅଞ୍ଚଳର ତରାଗୋ ଗ୍ରାମର ମହେଶ୍ୱର ପୁଣ୍ଟିଆକୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ଉଭୟଙ୍କୁ ଭଦ୍ରକ କୋର୍ଟର ଟ୍ରାଞ୍ଜିଟ ରିମାଣ୍ଡ ଅନୁମତିରେ ଦିଲ୍ଲୀ ନିଆଯାଇଥିବା ଜଣାଯାଇଛି।
ଉଭୟ ମିଳିତ ଭାବେ ନୂତନ ସିମକାର୍ଡ କ୍ରୟ କରିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡ ଉପଯୋଗ କରି ଗ୍ରାହକର ଅଜାଣତରେ ଏକକାଳୀନ ବହୁ ସିମକାର୍ଡ ଆକ୍ଟିଭ କରୁଥିଲେ। ଗ୍ରାହକଙ୍କୁ ଗୋଟିଏ ସିମକାର୍ଡ ଦେଉଥିଲେ। ଆକ୍ଟିଭ ହୋଇଥିବା ଅନ୍ୟ ସିମକାର୍ଡକୁ ଉଚ୍ଚା ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରାଯାଉଥିଲା।
ଏଭଳି ବିକ୍ରୀ ହେଉଥିବା ବେନାମୀ ସିମ୍ କାର୍ଡ ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିବା ମାମଲାରେ ଅଭିଯୁକ୍ତଠାରୁ ସନ୍ତୋଷ ବିକ୍ରୟ କରିଥୁବା ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ପୋଲିସ ସ୍କାନରକୁ ଆସିଥିଲା ।
ସାହିନବାଗ ଥାନାର ସମ୍ପୃକ୍ତ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବୋଲି ଜଣାଯାଇଛି। ଦିଲ୍ଲୀର ସାହିନବାଗ ଥାନା ପୋଲିସ ଓ ସାଇବର ସେଲ ସହ ପୁଲିସ ମିଳିତ ଭାବେ ମାମଲାର ତଦନ୍ତ କରୁଥିବା ଜଣାଯାଇଛି।
• ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
• ମୋବାଇଲ ଦୋକାନରେ ନକଲି ସୀମ କାର୍ଡ ବିକ୍ରୀ ଅଭିଯୋଗ
• ମଞ୍ଜୁରୀରୋଡ ବଜାର ମୋବାଇଲ ଦୋକାନରେ ଚାଲିଥିଲା ବିକ୍ରୀ
• ମୋବାଇଲ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଗିରଫ କଲା ଦିଲ୍ଲୀ ପୋଲିସ
• ଦିଲ୍ଲୀ ପୋଲିସ ସନ୍ତୋଷକୁ ଥାନାକୁ ଆଣି ପଚରାଉଚୁରା କରିଥିଲା
• ତରାଗୋ ଗ୍ରାମର ମହେଶ୍ୱର ପୁଣ୍ଟିଆକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା
• ଉଭୟଙ୍କୁ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ
• ଗ୍ରାହକଙ୍କ ଆଧାରକାର୍ଡରେ ବହୁ ସିମକାର୍ଡ ଆକ୍ଟିଭ କରୁଥିଲେ
• ଗ୍ରାହକଙ୍କୁ ଗୋଟିଏ ସିମକାର୍ଡ ଦେଉଥିଲେ
• ଅନ୍ୟ ସିମକାର୍ଡକୁ ଅଧିକ ଦାମରେ ବେନାମୀ ଲୋକଙ୍କୁ ବିକ୍ରି କରୁଥିଲେ
• ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା ଏହି ସିମ୍ କାର୍ଡ
Cobra Hangs Inside House: ଫଣା ଟେକି ଗର୍ଜନ କଲା ନାଗ ! ସାପ ଭୟରେ ଥରୁଥିଲେ ପରିବାର

Excise Officials Attacked: ବାର୍ ରେଡ୍ ବେଳେ ଅପ୍ରିତିକର ସ୍ଥିତି, ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

Delhi Air Pollution Turns Severe: ରାଜଧାନୀରେ ଭୟଙ୍କର ବାୟୁ ପ୍ରଦୂଷଣ; ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଲାଗୁ କଲା CAQM

Severe Cold Wave Grips Odisha: ଜାରି ରହିଛି ଶୀତ ଲହରି, ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)