Advertisment

Hidden Drug Den: ନିଶା ଦ୍ରବ୍ୟ ବିକ୍ରିର ନୂଆ ତରିକା, ଧରିଲା ପୋଲିସ୍

ବାଲକୋନୀରୁ ତଳକୁ ଡ୍ରପ୍ କରେ । କୁସୁମ ଘରର ବାଲକୋନୀରୁ ଦଉଡ଼ି ଦ୍ୱାରା ବାସ୍କେଟରେ ତଳକୁ ଖସାଏ ହେରୋଇନ୍ । ଯେଉଁମାନେ ଡ୍ରଗ କିଣନ୍ତି ସେମାନେ ଏହି ବାସ୍କେଟରୁ ନିଅନ୍ତି । ସାଧାରଣତଃ ପନିପରିବା ବା ଗ୍ରୋସରୀ ନେବା ପାଇଁ ଏମିତି ଦଉଡି ଓ ବାସ୍କେଟ ବ୍ୟବହାର କରାଯାଏ । ତେଣୁ ସହଜରେ କେହି ସନ୍ଦେହ ବି କରନ୍ତିନି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Drug

Drug

ଦିଲ୍ଲୀର ସୁଲତାନପୁରୀରେ କୁଖ୍ୟାତ ମହିଳା ଡ୍ରଗ କୁଇନ୍ କୁସୁମର ଘର । ୫୨ ବର୍ଷୀୟ ଏହି ମହିଳା ଦିଲ୍ଲୀରେ ନିଶା ଦ୍ରବ୍ୟ ତସ୍କରୀ ନେଟୱାର୍କ ଚଳାଉଥିଲା। ଏବେ ଫେରାର ଅଛି କୁସୁମ । କିନ୍ତୁ ସେ କେମିତି କରୁଥିଲା ଅପରେଟ୍, ତାର ପର୍ଦ୍ଦାଫାସ କରିଛି ପୋଲିସ୍ । ସୁଲତାନପୁରୀର ଏକ ଗଳି ଭିତରେ ଥିଲା ତାର ହେରୋଇନ୍ ବିକ୍ରିର ଗୁପ୍ତ ଆଡ୍ଡା । ସେ ଏମିତି ବିକ୍ରି କରୁଥିଲା ଯେ ତାକୁ ସହଜରେ କେହି ସନ୍ଦେହ କରିପାରିବେନି । ଗଳି ଭିତରେ ଥିବା ଗୋଟିଏ ଘର ବାହାରକୁ ବା ଦୂରକୁ ୪ଟି ଘର ବୋଲି ଜଣାପଡେ । ୪ଟି ଘରେ ୪ ପ୍ରକାରର ରଙ୍ଗ ଦିଆ ହୋଇଥିବାର ଜଣାପଡେ । କିନ୍ତୁ ଏହା ଇଣ୍ଟରଲିଙ୍କଡ୍ ବା ଗୋଟିଏ ଘର । ଘର ଭିତରକୁ ଗଲେ ଜଣେ ଜାଣିପାରିବ ଯେ ଏହା ହେଉଛି ଗୋଟିଏ ଘର ।

Advertisment

କୁସୁମ ଏହି ଘରୁ କେବେ କବାଟ ଖୋଲି ହେରୋଇନ୍ ବିକ୍ରି କରେନାହିଁ । ବାଲକୋନୀରୁ ତଳକୁ ଡ୍ରପ୍ କରେ । କୁସୁମ ଘରର ବାଲକୋନୀରୁ ଦଉଡ଼ି ଦ୍ୱାରା ବାସ୍କେଟରେ ତଳକୁ ଖସାଏ ହେରୋଇନ୍ । ଯେଉଁମାନେ ଡ୍ରଗ କିଣନ୍ତି ସେମାନେ ଏହି ବାସ୍କେଟରୁ ନିଅନ୍ତି । ସାଧାରଣତଃ ପନିପରିବା ବା ଗ୍ରୋସରୀ ନେବା ପାଇଁ ଏମିତି ଦଉଡି ଓ ବାସ୍କେଟ ବ୍ୟବହାର କରାଯାଏ । ତେଣୁ ସହଜରେ କେହି ସନ୍ଦେହ ବି କରନ୍ତିନି ।

ଝରକାରେ ଥିବା ଗ୍ରୀଲ୍ ବା ଜାଲି ଖୋଲାଯାଇ ତଳକୁ ଛଡାଯାଏ ହେରୋଇନ୍ । ଏହି ଘରକୁ ସାଧାରଣ ଲୋକଙ୍କର ପ୍ରବେଶ ହିଁ ନଥାଏ । ହେରୋଇନ୍ ତଳେ ପହଞ୍ଚିବା ପରେ ଘରର ଝରକା ବନ୍ଦ ହୋଇଯାଏ ।

Advertisment

ସ୍ଥାନୀୟ ନାବାଳକମାନଙ୍କୁ ଲୁକଆଉଟ୍ ଭାବେ ନିୟୋଜିତ କରାଯାଇଥିଲା । ସେମାନେ ଗଳିର ପ୍ରବେଶ ଓ ପ୍ରସ୍ଥାନ ପଥରେ ନଜର ରଖୁଥିଲେ। କିଛି ସନ୍ଦେହ ହେଲେ ତୁରନ୍ତ ଖବର ଦେଉଥିଲେ ।

ଦିଲ୍ଲୀ ପୋଲିସର ଏକ ଟିମ୍ ଏହି ଘରେ ରେଡ୍ କରିବା ପରେ କୁସୁମ ଫେରାର୍ ହୋଇଯାଇଛି । ସେ ୨୦୦୩ ମସିହାରୁ ଏହି ନିଶା ଦ୍ରବ୍ୟ କାରବାର କରିଆସୁଛି । ତା ନାମରେ ଆଗରୁ ୧୨ଟି କେଶ୍ ରହିଛି । ସେ ତା’ର ବିକିବାର ତରିକା ବଦଳାଇ ଏବେ ଏହି ପନ୍ଥା ଆପଣାଇଛି । ସେ ଏହି ଗଳିରେ ୧୭ଟି ସିସିଟିଭି ଲଗାଇଛି । କିଏ ଆସିଲା, କିଏ ଗଲା ସବୁ ଘରେ ବସି ଦେଖେ । ତାର ପୁଅ ଓ ଝିଅମାନେ ମଧ୍ୟ କୁସୁମକୁ ଏଥିରେ ସହାୟତା କରନ୍ତି । ଏହି ଘଟଣାରେ ତା ପୁଅକୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: ଫୋନ୍ ଚାଟିଂ ଧରାଇଦେଲା, ସ୍ତ୍ରୀ ଓ ତାର ପ୍ରେମିକ ମାରିଛନ୍ତି ସ୍ୱାମୀକୁ 

Drug Mafia Delhi Delhi Police
Advertisment
Advertisment