ନବୀନ ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗଲେ । ମୁମ୍ବାଇସ୍ଥିତ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ସର୍ଭିକାଲ ଆଥ୍ରାଇଟସର ଚିକିତ୍ସା ପରେ ମୁମ୍ବାଇରେ କେତେ ଦିନ ରହିବେ ତାହା ଜଣା ନାହିଁ । ତେବେ ନବୀନଙ୍କ ଅନୁପସ୍ଥିତିରେ ଦେବୀଙ୍କ ପାଇଁ ଦଳ ଚଳାଇବା ଏବେ ଏସିଡ ଟେଷ୍ଟ ସଦୃଶ ହେବ ନାହିଁ ତ ?
ବିଜୁ କୃଷକ ସାମୁଖ୍ୟ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ବରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ରଖାଯାଇଛି । ବିଜେଡି କୋପରେଟିଭ୍ ସେଲ୍ ଦାୟିତ୍ବରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବରେ ବଦ୍ରି ନାରାୟଣ ପାତ୍ରଙ୍କୁ ରଖାଯାଇଛି । ବିଜେଡି ମତ୍ସ୍ୟଜୀବୀ ସେଲ୍ ଦାୟିତ୍ବ ନେଇଛନ୍ତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।
କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନେଇ ଶଙ୍ଖ ଭବନରେ ଚାଲିଥିଲା ବୈଠକ। ସଭାପତି ନାଁକୁ ନେଇ କିଛି ବିଧାୟକ ରଖିଥିଲେ ପ୍ରସ୍ତାବ । ଯାହାକୁ ନେଇ ଶଙ୍ଖ ଭବନରେ ଉଚ୍ଚ ବାଚ ହୋଇଥିବା ସୂଚନା ମିଳିଛି ।
ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି । ଆମ ଦଳରେ ଅସନ୍ତୋଷ କେଉଁଠି ବି ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।
ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି ।
ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ 'ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ' ମନ୍ତବ୍ୟକୁ ନେଇ ରାଜନୀତି । ଏହି ପ୍ରସଙ୍ଗରେ ଦେବୀ ମିଶ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ଯେ, ଟିକେଟ୍ ଆଶାରେ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ସେ ଏଭଳି କହିଥାଇପାରନ୍ତି ।