• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟ ରାଜନୀତିରେ ଆଗକୁ ହେବ କି ପୁଣି ହଲଚଲ । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେଡି ନେତା ଦେବୀ ମିଶ୍ରଙ୍କ ବୟାନକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି । ବିଧାୟକ, ପୂର୍ବତନ ବିଧାୟକ ବି ଯୋଗାଯୋଗରେ ଅଛନ୍ତି । ମାସେ ଦେଢ଼ ମାସ ଭିତରେ ଇସ୍ତଫା ଦେଇ ବିଜେପିର ସଦସ୍ୟତା ନେବେ ବୋଲି କହିଛନ୍ତି ସୁକାନ୍ତ ।

ଯେଉଁ ମାନଙ୍କ ବିରୋଧରେ କଳାଦାଗ ନାହିଁ ସେମାନଙ୍କୁ ବିଜେପିରେ ସାମିଲ କରାଯିବ । ଓଡ଼ିଶାରେ ଲୋକାଭିମୁଖୀ ସରକାର ଚାଲିଛି। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ତେଣୁ ବିକାଶ ଧାରାରେ ସାମିଲ ହେବାକୁ ସମସ୍ତେ ଆସିବେ ବୋଲି କହିଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ।

ଅନ୍ୟପଟେ ସୁକାନ୍ତଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି ଆମ ସହ ବି ଅନେକ ବିଜେପି ନେତା ଯୋଗାଯୋଗରେ ଅଛନ୍ତି । ଆମେ ବିରୋଧୀ ଦଳରେ ଥିଲେ ବି ରାଜ୍ୟର ବିକାଶ ନେଇ କାମ କରୁଛୁ । ତେଣୁ ବିକାଶକୁ ନେଇ ଆଗକୁ ବଡ଼ ହଲଚଲ ହେବ ବୋଲି କହିଛନ୍ତି ଦେବୀ ମିଶ୍ର ।

OTV is now on Whatsapp

Join and get latest news update delivered to you via whatsapp

Join Now