Advertisment

BJD Projects Devi: ବବିଙ୍କୁ କରିଦେଲେ ଆଉଟ୍, ଏବେ ଦଳ ପାଇଁ ଦେବୀ ଭରସା

ନବୀନ ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗଲେ । ମୁମ୍ବାଇସ୍ଥିତ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ସର୍ଭିକାଲ ଆଥ୍ରାଇଟସର ଚିକିତ୍ସା ପରେ ମୁମ୍ବାଇରେ କେତେ ଦିନ ରହିବେ ତାହା ଜଣା ନାହିଁ । ତେବେ ନବୀନଙ୍କ ଅନୁପସ୍ଥିତିରେ ଦେବୀଙ୍କ ପାଇଁ ଦଳ ଚଳାଇବା ଏବେ ଏସିଡ ଟେଷ୍ଟ ସଦୃଶ ହେବ ନାହିଁ ତ ?

author-image
Prasan Subudhi
ଅଦ୍ୟତନ ହୋଇଛି
ଦେବୀ ଭରସା

ଦେବୀ ଭରସା

ବିରୋଧୀଦଳ ନେତା ନବୀନଙ୍କ ଭରସା ଦେବୀ ମିଶ୍ର । ରାଜନୈତିକ ବ୍ୟାପାର କମିଟିରେ ସଦସ୍ୟ ନରହି ଦେବୀଙ୍କୁ ଦେଲେ ଦାୟିତ୍ବ । ଉଭୟ ଶାଖା କମିଟି ଓ ରାଜନୈତିକ ବ୍ୟାପାର କମିଟି ଭିତରେ ସମନ୍ବୟ ରଖିବାକୁ ଦେଇଛନ୍ତି ଦାୟିତ୍ବ । ଦେବୀ ମିଶ୍ରଙ୍କୁ ନେଇ ବିଜେଡିରେ ଏବେ ଚର୍ଚ୍ଚା । ନିର୍ବାଚନରେ ହାରିବା ପରେ ବରିଷ୍ଠ ଓ ଯୁବକ ମାନଙ୍କୁ ଏକାଠି ନେଇ କାମ କରିବାର ଦକ୍ଷତା ଦେବୀ ମିଶ୍ରଙ୍କ ପାଖରେ ଅଛି ତ ?

Advertisment

ନବୀନ କେତେ ଦିନ ପାଇଁ ନିଜ ସ୍ବାସ୍ଥ୍ୟ ଦେଖାଇବାକୁ ମୁମ୍ବାଇ ଯିବେ ଜଣାନାହିଁ । ବିଜେଡିର ସମସ୍ତ ପ୍ରୋଗାମକୁ ନିଜେ ପରିଚାଳନା କରୁଥିଲେ ଦେବୀ ମିଶ୍ର । ତେଣୁ ଦୁଇ କମିଟି ଭିତରେ ସମନ୍ବୟ ରଖି ଦଳ ଚଳାଇବା ନେଇ ଦେବୀଙ୍କୁ ଭରସା କରିଛନ୍ତି ନବୀନ । ନବୀନଙ୍କ ଅନୁପସ୍ଥିତିରେ ଦେବୀ ମିଶ୍ରଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ରହିବ।

ଦଳକୁ ସମ୍ଭାଳିବା ପାଇଁ ସବୁ ଦୃଷ୍ଟି କୋଣରୁ ଦେବୀଙ୍କୁ ବାଛିଲେ ନବୀନ । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ହେଉ କି ବବି ଦାସ ହୁଅନ୍ତୁ କି ପ୍ରତାପ ଦେବ ହୁଅନ୍ତୁ କାହାକୁ ଉଚିତ ମଣିଲେନି କାହିଁକି ? ଏପରିକି ପାଣ୍ଡିଆନ ଗ୍ରୁପର ନେତାଙ୍କ ଉପରେ ଭରସା ପାଇଲାନି କି ? ଶାସନ କ୍ଷମତାରେ ଥିଲେ ଦଳ ବିଭାଜନ ଭୟ ଥାଏ । ଏବେ କିନ୍ତୁ ଦଳ ବିଭାଜନ ଭୟ ବି ନାହିଁ । କିନ୍ତୁ ଦଳରେ ରହିଛି ଗୋଷ୍ଠୀ କନ୍ଦଳ। ଯାହା ଦଳକୁ ବିପଥଗାମୀ କରିବାର ବିପଦ ରହିଛି ।

Advertisment

ନବୀନଙ୍କ ସମୟରେ ନିଜର ଅର୍ଥିକ ସ୍ଥିତି ମଜବୁତ କରିଥିବା ଦଳର ବରିଷ୍ଠ ନେତାଙ୍କୁ ବାଏ ବାଏ କରି ଯୁବ ଗୋଷ୍ଠୀଙ୍କୁ ଦାୟିତ୍ବ ଦେବାକୁ ଦାବି କରିଛନ୍ତି ଯୁବ ନେତା ସୌଭିକ ବିଶ୍ବାଳ । ତାଙ୍କ ଟାରଗେଟରେ ଅଛନ୍ତି ବବି ଅରୁଣ ଆଉ ସଞ୍ଜୟ ଦାସ ବର୍ମା । ସୌଭିକ ଅସନ୍ତୁଷ୍ଟ ନାହାନ୍ତି, ଏମିତି କହି ସୌଭିକଙ୍କ ପରାମର୍ଶକୁ ସହଜ କରିଛନ୍ତି ବାଙ୍କୀ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

ସୂଚନାଯୋଗ୍ୟଯେ, ନବୀନ ମୁମ୍ବାଇ ଯିବା ପରେ ସମସ୍ତେ ନବୀନଙ୍କ ଆରୋଗ୍ୟ କାମନା କରିବା ସହ ଅସ୍ତ୍ରୋପଚାର ସଫଳତାର ସହ ହେଉ ବୋଲି ପ୍ରାର୍ଥନା କରିଛନ୍ତି । ନବୀନ ନିବାସ ସମ୍ମୁଖରେ ପୂଜାର୍ଚ୍ଚନା କରିଛନ୍ତି ବିଜେଡି ନେତ୍ରୀ । ସୂଚନାଯୋଗ୍ୟ, ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଚିକିତ୍ସା କରାଇବାକୁ ମୁମ୍ବାଇ ଯିବେ ବୋଲି ବୁଧବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନବୀନ ଲେଖିଥିଲେ, "ଜୟ ଜଗନ୍ନାଥ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥରାଇଟିସ୍‌ ସମ୍ବନ୍ଧୀୟ ଚିକିତ୍ସା କରାଇବାକୁ ମୁଁ ମୁମ୍ବାଇ ଯାଉଛି। ମୋର ବ୍ୟକ୍ତିଗତ ଡାକ୍ତର ଡା. ରମାକାନ୍ତ ପଣ୍ଡା ଏହାର ତତ୍ୱାବଧାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ମୋର ପ୍ରିୟ ଓଡ଼ିଶାବାସୀଙ୍କ ଶୁଭେଚ୍ଛାକୁ ସାଥିରେ ନେଇ ମୁଁ ମୁମ୍ବାଇ ଯାଉଛି। ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆପଣମାନଙ୍କ ସେବା ପାଇଁ ଓଡ଼ିଶା ଫେରି ଆସିବି ।" ତେବେ ନବୀନଙ୍କ ଅନୁପସ୍ଥିତିରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଦଳର ସମସ୍ତ ଗୁରୁଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଥିଲେ। 

ମୁମ୍ବାଇସ୍ଥିତ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ସର୍ଭିକାଲ ଆଥ୍ରାଇଟସର ଚିକିତ୍ସା ପରେ ମୁମ୍ବାଇରେ କେତେ ଦିନ ରହିବେ ତାହା ଜଣା ନାହିଁ । ତେବେ ନବୀନଙ୍କ ଅନୁପସ୍ଥିତିରେ ଦେବୀଙ୍କ ପାଇଁ ଦଳ ଚଳାଇବା ଏବେ ଏସିଡ ଟେଷ୍ଟ ସଦୃଶ ହେବ ନାହିଁ ତ ?

Naveen Patnaik BJD Mumbai Debi Mishra Health Check Up
Advertisment
Advertisment