Advertisment

Woman Found Dead : ଘର ଭିତରୁ ମିଳିଲା ମହିଳାଙ୍କ ମୃତ ଦେହ, ବେକରେ ଲୁଗା…

ଘର ଭିତରୁ ମିଳିଲା ମହିଳାଙ୍କ ମୃତ ଦେହ। ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଶ୍ଵଶୁର ଘର ଲୋକେ କହିଥିବା ବେଳେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ।

author-image
Pramod Behera
Pallahara Dead Body

ଘର ଭିତରୁ ମିଳିଲା ମହିଳାଙ୍କ ମୃତ ଦେହ Photograph: (OTV)

ଘର ଭିତରୁ ମିଳିଲା ମହିଳାଙ୍କ ମୃତ ଦେହ। ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଶ୍ଵଶୁର ଘର ଲୋକେ କହିଥିବା ବେଳେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ। ମୃତକ ଜଣକ ହେଲେ ଡଲି ସାହୁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା ଚୁଙ୍ଗମାଟିଆ ଗ୍ରାମରେ। 

Advertisment


ସୂଚନା ମୁତାବକ ବେକରେ ଲୁଗା ଲଗାଇ ସେ ଆତ୍ମହତ୍ୟା କରିବା ପରେ ସ୍ଵାମୀ ଭାଗ୍ୟଧର ସାହୁ ତାଙ୍କ ବେକରୁ ଲୁଗା ଖୋଲି ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ପରିବାର ଲୋକେ ପହଞ୍ଚି ଶଶୁର ଘର ନା’ରେ ହତ୍ୟା ଅଭିଯୋଗ ଆଣିଛନ୍ତି। 


ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସିବାକୁ ଅପେକ୍ଷା କରିଛି। ପୋଲିସ ଖବର ପାଇବାର ୩ ଘଣ୍ଟାରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତଦନ୍ତ ଆଗକୁ ନ ବଢିବାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment
Dead Body Pallahara Anugul
Advertisment
Advertisment