Advertisment

Suspicion over Dead Body: ରାସ୍ତାକଡ଼ରେ ପଡ଼ିଥିବା ଶବକୁ ନେଇ ସନ୍ଦେହ...ହତ୍ୟା ନା ଦୁର୍ଘଟଣା ?

ଶରୀରର ଅନ୍ୟ କୌଣସି ଜାଗାରେ ଆଘାତ ଲାଗିନାହିଁ । ଯଦି କୌଣସି ଗାଡି ମାଡିଯାଏ, ତାହା ହେଲେ ଶରୀରର ଅନ୍ୟ ଜାଗାରେ ମଧ୍ୟ ଆଘାତ ଲାଗିବାରେ ଯଥେଷ୍ଟ ସମ୍ଭାବନା ଥାଏ । ଖାଲି ସେତିକି ନୁହେଁ, ଭରସୁଜା-ପାଣ୍ଡେସରା ରାସ୍ତା କଡରେ ଶବ ପଡିଥିବା ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଅଛି । କୌଣସି ଗାଡି ଦୁର୍ଘଟଣା ଘଟାଇ, ସେଠୁ ଖସିଯାଇପାରିବ ନାହିଁ ।

author-image
Prasan Subudhi
ଅଦ୍ୟତନ ହୋଇଛି
ଶବକୁ ନେଇ ସନ୍ଦେହ

ଶବକୁ ନେଇ ସନ୍ଦେହ

ବଲାଙ୍ଗିର ଜିଲ୍ଳା ଆଗଲପୁର ଥାନାର ଭରସୁଜା ଗାଁର ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ । ରାସ୍ତା କଡରେ ମୃତଦେହ ଉଦ୍ଧାର ହେଲା ପରେ , ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକେ । କିନ୍ତୁ କୌଣସି ତଦନ୍ତ ନକରି, ଦୁର୍ଘଟଣା କହି ଚୁପ ରହିଗଲା ପୋଲିସ । ମୃତ ଯୁବକର ଶବ ପଡିଥିବା ଜାଗାକୁ ଦେଖିଲେ, ଯେକେହି ବି ସନ୍ଦେହ କରିବ । କାରଣ ଶରୀରର କୌଣସି ଜାଗାରେ ଆଘାତ ଲାଗିନଥିବା ବେଳେ, କେବଳ ମୁଣ୍ଡର ଉପରି ଭାଗରେ ମାଡ ବାଜି ମୃତ୍ୟୁ ହୋଇଥିଲା ।

Advertisment

ଗାଡି ଚକତଳେ ପଡିଗଲେ, କେବଳ ମୁଣ୍ଡର ନିର୍ଦ୍ଦିଷ୍ଟ ସ୍ଥାନରେ ଆଘାତ ବାଜି, ଶରୀର ଯାକ କୌଣସି ଜାଗାରେ ଆଘାତ ନଲାଗିବା ସନ୍ଦେହ ସୃଷ୍ଟି କରିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା, ଅଭିଯୋଗ ରଖି ନାହିଁ, କି ଦୁର୍ଘଟଣା ଘଟାଇଥିବା ଗାଡିକୁ ବି ଜବତ କରିନାହିଁ ଆଗଲପୁର ପୋଲିସ । ଏବେ ମିଳିଥିବା ସୂଚନା ଅନୁଯାୟୀ, ଆଇ.ଜିଙ୍କ ନିର୍ଦେଶ ପରେ ପୁଣିଥରେ ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ପୋଲିସ ।

ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଗରେ ପରିବାର ଲୋକଙ୍କ ଅଭିଯୋଗ କରୁଛନ୍ତି ଯେ, ଏହା ଏକ ହତ୍ୟାକାଣ୍ଡ, ଏହାକୁ ଦୁର୍ଘଟଣାର ରୂପ ଦିଆଯାଉଛି । ଯେଉଁ ପରିସ୍ଥିତିରେ ରାସ୍ତାକଡରେ ଶବ ପଡିଥିଲା, ଯେକେହି ଦେଖିଲେ ବି କହିବ, ଏହା ଏକ ହତ୍ୟାକାଣ୍ଡ । ଏଭଳି ଜାଗାକୁ ଗାଡି ଆସି ଦୁର୍ଘଟଣା ଘଟାଏ ନାହିଁ । ଅନ୍ୟପକ୍ଷରେ ଶବ ପଡିଥିବା ସ୍ଥିତି ଓ ପରିସ୍ଥିତି କହୁଛି, ଯୁବକଙ୍କ ଉପରେ ଗାଡି ମାଡିଯାଇନାହିଁ । କେବଳ ମୁଣ୍ଡ ଉପରେ ମାଡ ବାଜି କଣା ହୋଇଯାଇଛି ।

Advertisment

ଶରୀରର ଅନ୍ୟ କୌଣସି ଜାଗାରେ ଆଘାତ ଲାଗିନାହିଁ । ଯଦି କୌଣସି ଗାଡି ମାଡିଯାଏ, ତାହା ହେଲେ ଶରୀରର ଅନ୍ୟ ଜାଗାରେ ମଧ୍ୟ ଆଘାତ ଲାଗିବାରେ ଯଥେଷ୍ଟ ସମ୍ଭାବନା ଥାଏ । ଖାଲି ସେତିକି ନୁହେଁ, ଭରସୁଜା-ପାଣ୍ଡେସରା ରାସ୍ତା କଡରେ ଶବ ପଡିଥିବା ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଅଛି । କୌଣସି ଗାଡି ଦୁର୍ଘଟଣା ଘଟାଇ, ସେଠୁ ଖସିଯାଇପାରିବ ନାହିଁ । ତେଣୁ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି, ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ମୃତ ଯୁବକର ନାଁ ପରମାନନ୍ଦ ଭୋଇ । ଜୁନ ୩୦ ତାରିଖରେ ଘଟିଥିଲା ଘଟଣା । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଘଟଣା ଦିନ ରାତି ପ୍ରାୟ ୧ ଟାରେ ହୋହାଲ୍ଲା ଶୁଣିଥିଲେ ଗାଁ ଲୋକେ । ଠିକ ସେତିକିବେଳେ, ଗାଁରୁ ବିଦ୍ୟୁତ ବି କଟିଯାଇଥିଲା । ଆଉ ସକାଳୁ ସକାଳୁ ଗାଁ ଉପକଣ୍ଠ ରାସ୍ତାକଡରୁ ମିଳିଥିଲା ପରମାନନ୍ଦଙ୍କ ରକ୍ତ ଜୁଡୁବୁଡୁ ଶବ । ଆଗଲପୁର ପୋଲିସ ଘଟଣାସ୍ଥଳକୁ ଆସି, ପରମାନନ୍ଦଙ୍କ ଟାୱଲ ଓ ଚପଲ ଅନ୍ୟ ଜାଗାରେ ପଡିଥିଲେ ବି ଜବତ କରିନଥିଲେ ।

କୌଣସି ସନ୍ଧାନୀ କୁକୁର କି ସାଇଣ୍ଟିଫିକ ଟିମ ବି ଡାକିନଥିଲେ । କୌଣସି ତଦନ୍ତ ନକରି, ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କହିଦେଲା ଆଗଲପୁର ପୋଲିସ । ଲିଖିତ ଅଭିଯୋଗ ସହିତ, ସନ୍ଦେହ କରୁଥିବା କିଛି ବ୍ୟକ୍ତିଙ୍କ ନାଁ ବି ଆଗଲପୁର ପୋଲିସକୁ ଦେଇଥିଲେ ପରିବାର ଲୋକେ । କିନ୍ତୁ ଅଭିଯୋଗ ରଖିନଥିଲା ଆଗଲପୁର ପୋଲିସ । କୌଣସି ସୂତ୍ରରୁ ଖବର ପାଇ, ଉତ୍ତରାଂଚଳ ଆଇ.ଜି ହିମାଂଶୁଲାଲ , ବଲାଙ୍ଗିର ଏସ୍.ପିଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏବେ ପୁଣିଥରେ ପରମାନନ୍ଦଙ୍କ ଫାଇଲ ଖୋଲି ତଦନ୍ତ କରୁଛି ସ୍ବତନ୍ତ୍ର ଟିମ । ତଦନ୍ତ ଜାରୀ ରହିଥିବାରୁ, କୌଣସି ପ୍ରତିକ୍ରୀୟା ଦେବାକୁ ଏସ୍.ପି ମନା କରିଦେଇଥିବା .ବେଳେ, ବରିଷ୍ଠ ଓକିଲ କହିଛନ୍ତି, ଅଭିଯୋଗ ନରଖିବା ଏକ ଅପରାଧ !

Murder Police Inaction Dead Body
Advertisment
Advertisment