Advertisment

Baliapal Tragedy: ହୋମ ନିଆଁ ପୂର୍ବରୁ ଜଳିଲା ଚିତା...ଶାଶୁ ଘର ବଦଳରେ ଝିଅ ଗଲା ମଶାଣି

ଏତିକିରେ ସରିନଥିଲା ବାପାର ଦୁଃଖ। ଆମ୍ବୁଲାନ୍ସର ଭଡ଼ାକୁ ଦେବାକୁ ଅକ୍ଷମ ହେବାରୁ ଛାତିରେ ପଥର ରଖି ଝିଅର ମୃତଦେହକୁ ଟ୍ରଲିରେ ମେଡିକାଲ ବୋହି ନେଇଥିଲା ବାପା। ଯାହାକୁ ବର୍ଣ୍ଣନା କରିବା ହୃହୟ ବିଦାରକ। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

author-image
Prasan Subudhi
ଅଦ୍ୟତନ ହୋଇଛି
ଟ୍ରଲିରେ ବୋହିଲେ ଶବ

ଟ୍ରଲିରେ ବୋହିଲେ ଶବ

ହୋମ ନିଆଁ ପୂର୍ବରୁ ଜଳିଲା ଚିତା। ଶାଶୁ ଘର ପରିବର୍ତ୍ତେ ଝିଅ ଗଲା ମଶାଣି।  କ୍ଷଣକରେ ଚୁରମାର ହୋଇଗଲା ସବୁ ସ୍ୱପ୍ନ । ପଡ଼ିଥାନ୍ତା ହାତଗଣ୍ଠି। ହେଲେ ବାପା ବୋହିଲେ ଝିଅର ଶବ।

Advertisment

ଯେଉଁ ଝିଅ ପାଇଁ ବାପା ଆଖିରେ ଥିଲା ଆଖିଏ ସ୍ୱପ୍ନ। କନ୍ୟା ଦାନ କରି ପୂଣ୍ୟ ଅଜର୍ନ କରିବ ବୋଲି ଭାବୁଥିଲା, କ୍ଷଣକରେ ଚୁରମାର ହୋଇଗଲା ସବୁ ସ୍ୱପ୍ନ। ଆରପାରିକୁ ଚାଲିଗଲା ସୁନା ଝିଅ। ଜଙ୍ଗଲରୁ ମିଳିଲା ଝିଅର ମୃତଦେହ। ଏତିକିରେ ସରିନଥିଲା ବାପାର ଦୁଃଖ। ଆମ୍ବୁଲାନ୍ସର ଭଡ଼ାକୁ ଦେବାକୁ ଅକ୍ଷମ ହେବାରୁ ଛାତିରେ ପଥର ରଖି ଝିଅର ମୃତଦେହକୁ ଟ୍ରଲିରେ ମେଡିକାଲ ବୋହି ନେଇଥିଲା ବାପା। ଯାହାକୁ ବର୍ଣ୍ଣନା କରିବା ହୃହୟ ବିଦାରକ। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ। ଗତକାଲି ଝିଅର ମୃତଦେହ ଜଙ୍ଗଲରୁ ମିଳିଥିବା କଥା ଶୁଣିଥିଲେ ବାପା। ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ପରେ, ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ବ ଦେଇ ପଳାଇ ଯାଇଥିଲା।

Advertisment

ହେଲେ ଝିଅର ମୃତଦେହ ନେବା ପାଇଁ ଆମ୍ବୁଲାନ୍ସକୁ ୧୨ ଶହ ଟଙ୍କା ଦେବା ପାଇଁ ଅକ୍ଷମ ଥିଲେ ବାପା। ଶେଷରେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଟ୍ରଲି ଆଣି ମୃତଦେହକୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନାକୁ ନେଇଥିଲେ।

ସେଠାରେ ବ୍ୟବଚ୍ଛେଦ କରି ପୁଣି ଘରକୁ ମୃତଦେହକୁ ଆଣିଥିଲେ। ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ଏଭଳି ଅଭିଯୋଗ ସଂପର୍କରେ ବାଲିଆପାଳ ପୋଲିସ କିମ୍ବା ମେଡ଼ିକାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସଂପୃକ୍ତ ଯୁବତୀଙ୍କ ମୃତ୍ୟୁ ପଛର କାରଣ କଣ ତାହା ବି ସ୍ପଷ୍ଟ ଜଣାପଡ଼ିନାହିଁ।

ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

No Ambulance Dead Body Bodies Carried On Trolley
Advertisment
Advertisment