Advertisment

Fast-Track Demolition of Unsafe Buildings: ଚେତିଲେ ସରକାର: ଭଙ୍ଗାଯିବ ସମସ୍ତ ବିପଦ ଶଙ୍କୁଳ କୋଠା

ଆପାର୍ଟମେଣ୍ଟ ତାଜା ଭୁସୁଡିବା ଘଟଣା ପରେ ଚେତିଲେ ସରକାର। କୋଠା ମାଲିକଙ୍କୁ ନୋଟିସ୍ ପରେ କଟକରେ ଭଙ୍ଗାଯିବ ସମସ୍ତ ବିପଦ ଶଙ୍କୁଳ କୋଠା। ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ଗଠନ ହୋଇଛି କମିଟି।

author-image
Chinmayee Sahoo
OLD BUILDING

OLD BUILDING Photograph: (OTV)

କଟକରେ ଭଙ୍ଗାଯିବ ସମସ୍ତ ବିପଦ ଶଙ୍କୁଳ କୋଠା। କଟକ ମଣି ସାହୁ ଛକରେ ଆପର୍ଟମେଣ୍ଟ ତାଜା ଭୁସୁଡିବା ଘଟଣା ପରେ ଚେତିଛନ୍ତି ସରକାର। ବିଧାନସଭାରେ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିପଦସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ବିଶେଷ କମିଟି ଗଠନ କରାଯାଇଛି। 

Advertisment

କଟକ ମହାନଗର ନିଗମ ମଧ୍ୟରେ ବିପଦସଙ୍କୁଳ କୋଠାଗୁଡ଼ିକୁ ଚିହ୍ନଟ ପାଇଁ ଏହି କମିଟି କାମ କରୁଛନ୍ତି। ସେହି କମିଟିର ସଦସ୍ୟମାନେ ସମସ୍ତ ୱାର୍ଡରେ ସର୍ଭେ କରୁଛନ୍ତି। ସର୍ଭେ କାମ ଶେଷ ହେଲେ, ଚିହ୍ନଟ କରାଯାଇଥିବା ବିପଦସଙ୍କୁଳ କୋଠା ମାଲିକଙ୍କୁ ନୋଟିସ୍ ଦେଇ ନିୟମାନୁସାରେ ଭଙ୍ଗାଯିବ।

•    କଟକରେ ଭଙ୍ଗାଯିବ ସମସ୍ତ ବିପଦ ଶଙ୍କୁଳ କୋଠା
•    ଆପର୍ଟମେଣ୍ଟ ତାଜା ଭୁସିଡିବା ଘଟଣା ପରେ ଚେତିଲେ ସରକାର
•    ବିଧାନସଭାରେ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ
•    ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର
•    ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ଗଠନ ହୋଇଛି କମିଟି
•    ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ କାମ କରୁଛି କମିଟି
•    ଚିହ୍ନଟ କୋଠା ମାଲିକଙ୍କୁ ନୋଟିସ୍ ପରେ ଭାଙ୍ଗାଯିବ କୋଠା

Advertisment
Cuttack
Advertisment
Related Articles
Advertisment