• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack

PMAY Scam
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।

salipur
ଅସହାୟ ଶାଶୂବୋହୂ : ଘର ନାହିଁ କି ବଞ୍ଚିବାର ରାହା ନାହିଁ, ସରକାରୀ ସହାୟତା ଅପେକ୍ଷାରେ ରାଧା ଓ ଉଷାମଣି

ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂ ବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି

Matric Exam
ପିଲାଙ୍କ ଭବିଷ୍ୟତ ସହ ଖେଳ? ରେଗୁରାଲ୍‌ ପିଲାଙ୍କୁ କିଏ ଦେଲା ଏକ୍ସ-ରେଗୁରାଲ୍‌ ପ୍ରଶ୍ନପତ୍ର?

ପ୍ରଥମେ ପରୀକ୍ଷା ଫଳ, ପରେ ଆଡମିଟ୍ କାର୍ଡ ଆଉ ଏବେ ପ୍ରଶ୍ନପତ୍ର ବିଭ୍ରାଟ। ମହାମାରୀ ସମୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛି। ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଲାଗି କଟକ ବୋର୍ଡ ସ୍କୁଲକୁ ଯାଇଥିଲେ ପରୀକ୍ଷାର୍ଥୀ। ହେଲେ ବିଡମ୍ବନାର ବିଷୟ ହେଲା ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଳିଲା ଏକ୍ସରେଗୁଲାର ଓ ଏକ୍ସ ରେଗୁଲାରଙ୍କୁ ମିଳିଲା ରେଗୁଲାର ପ୍ରଶ୍ନପତ୍ର

Offline Matric Exams
ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ,ରେଗୁଲାର ପିଲାଙ୍କୁ ଏକ୍ସ-ରେଗୁଲାର ପିଲାଙ୍କ ପ୍ରଶ୍ନ

ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ତ୍ରୁଟି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରେଗୁଲାର ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ତେବେ ପିଲାଙ୍କୁ ପ୍ରଶ୍ନପତ୍ର ଦେବା ପରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିଥିବାରୁ ସଂଶୟରେ ପଡ଼ିଥିଲେ ପରୀକ୍ଷାର୍ଥୀ। ତେବେ ସତ୍ୟସାତ୍ୟ ଜଣାପଡ଼ିବା ପରେ ପରୀକ୍ଷା ଚାଲିବାର ଦୀର୍ଘ ସମୟ ପରେ ପିଲାଙ୍କୁ ପୁଣି ଥରେ ନୂଆ ପ୍ରଶ୍ନ ପତ୍ର ଦିଆଯାଇଥିଲା। ହେଲେ ପିଲାଙ୍କ ଭୁଲ ପ୍ରଶ୍ନପତ୍ର ଦିଆଯାଇଥିବା ସ୍ୱୀକାର କରିଛନ୍ତି ବୋର୍ଡ଼ ହାଇସ୍କୁଲ କର୍ତ୍ତୃପକ୍ଷ। ଭୁଲରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କହିଲେ ପ୍ରଧାନ ଶିକ୍ଷକ।

duplicate wrist watch
କଟକରେ ନକଲି ଘଣ୍ଟା ଜବତ, ନାମୀଦାମୀ ବ୍ରାଣ୍ଡ୍‌ ନାଁରେ ଚାଲିଥିଲା ବିକ୍ରି

ଦେଖିବାକୁ ଅସଲି, ହେଲେ ଜିନିଷ ନକଲି। ବାହାରୁ ଶସ୍ତାରେ ଘଣ୍ଟା ଆଣି ତା’ଉପରେ ନାମୀଦାମୀ ବ୍ରାଣ୍ଡ୍‌ର ଲୋଗୋ ଓ ଷ୍ଟିକର ଲଗାଇ ଅଧିକ ଦାମ୍‌ରେ ଚାଲିଥିଲା ବିକ୍ରି। ଶେଷରେ ଏହି ଠକାମୀ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲା।

Cuttack Teacher
ବଂଚିଥିବା ଅବସ୍ଥାରେ ନୁହେଁ ବରଂ ମଲା ପରେ ମିଳିଲା ନ୍ୟାୟ

ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ରାୟର ୩ ବର୍ଷ ପରେ ସର୍ବୋଚ୍ଚ କୋର୍ଟରେ SLP ଦାଖଲ କରିଥିଲେ। ୨୦୧୮ରେ SLP ଖାରଜ ହୋଇଥିଲା। ୟା ଭିତରେ ୨୦୧୦ରେ ଅଭାବ, ଅନଟନ ଓ ଅସହ୍ୟ ମାନସିକ ଯନ୍ତ୍ରଣା ସହି ନପାରି ଆଖି ବୁଜି ଦେଇଥିଲେ ପ୍ରଫୁଲ୍ଲ। ତେବେ ମାମଲାକୁ ମରିବାକୁ ନଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ ତାଙ୍କ ପତ୍ନୀ ଓ ପୁଅ।

Man Alleges Harassment
ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟ,ବିବାହର ୮ ମାସ ପରେ କଥା ଥାନାରେ

ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଦେଖାଦେଇଛି ଫାଟ। ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ। ଉଭୟଙ୍କୁ ଆଜି କଟକ ମହିଳା ଥାନାରେ କାଉନସେଲିଂ କରାଯାଇଛି।

matric
୯ ପ୍ରତିଶତ କମିଲା ମାଟ୍ରିକ୍ ପାଶ୍ ହାର

ଭୁବନେଶ୍ୱର : କମିଲା ମାଟ୍ରିକ୍ ପାସ୍ ହାର। ଗତ ବର୍ଷଠାରୁ ଏବର୍ଷ ପାସ୍ ହାର ପାଖାପାଖି ୯ ପ୍ରତିଶତ କମିଛି। ଗତବର୍ଷ ୮୫ .୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଏଥର ପାସ୍ ହାର ରହିଛି ୭୬.୩ ପ୍ରତିଶତ। ଏବର୍ଷ ମୋଟ ୫ ଲକ୍ଷ ୭୬ ହଜାର ୩୯୮ ଜଣ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୪ ଲକ୍ଷ ୩୮ ହଜାର ୩୪୮ ଜଣ। ତେବେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ […]

gurukrushna goswami
ଆରପାରିରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍‌ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲ୍ଟର ଛକସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ  ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ। ୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ […]

AIIMS
ଦିଲ୍ଲୀ ଏମ୍‌ସ ଗଲେ ବିଜେପି ନେତା ଜୟ ନାରାୟଣ ମିଶ୍ର

କଟକ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଗିରଫ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର। କଟକ ଏସସିବିରୁ ତାଙ୍କୁ ରାଜଧାନୀ ଏକ୍ସପ୍ରେସସ୍‌ରେ ଦିଲ୍ଲୀ ଏମ୍‌ସ ଅଭିମୁଖେ ନିଆଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ତାଙ୍କୁ ଦିଲ୍ଲୀ ନେଉଛି। ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ଜୟନାରାୟଣ ମିଶ୍ର ଗତ ଏପ୍ରିଲ ୨୪ରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାକୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ […]

rape victim
ସାଲେପୁର ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ 

କଟକ :  ସାଲେପୁର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ। SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି। ୧୩ ଜଣିଆ ଡାକ୍ତରୀ ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନି ଏବଂ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର […]

ନର୍ସିଂହୋମ୍‌ରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: କଟକ ବଜ୍ରକବାଟିସ୍ଥିତ ଏର ଘରୋଇ ନର୍ସିଂହୋମ୍‌ରୁ ଜଣେ କ୍ୟାନସର ପୀଡ଼ିତ ରୋଗୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମୃତ ରୋଗୀ ଭଦ୍ରକ ତିହିଡ଼ିର ରଙ୍ଗାଧର ବଇତି। ସେ ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ନିକଟରୁ ପୋଲିସ ଏକ ସୁଇସାଇଡ଼୍‌ ନୋଟ୍ ଜବତ କରିଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି […]

Anubhav and Barsha
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଅଗଷ୍ଟ ୧୦କୁ ଘୁଞ୍ଚିଲା ଶୁଣାଣି

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ଅଗଷ୍ଟ ୧୦କୁ ଘୁଞ୍ଚିଲା ।

knife
ଛୁରୀରେ ନିଜ ତଣ୍ଟି କାଟିଲେ ଯୁବକ

କଟକ : ନିଜ ତଣ୍ଟି ନିଜେ କାଟିଲେ ଯୁବକ। କଟକ କ୍ୟାଣ୍ଟନମେଣ୍ଟ ଥାନା ପଟାପୋଲ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶ୍ରୀଚଣ୍ଡି ନାମକ ଜଣେ ଯୁବକ ଛୁରୀରେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ctc loot case
‌‌ଅଭିଯୋଗକାରୀ ହିଁ ଲୁଟେରା

କଟକ: ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଝାଡିଲେ। ଏପରି ଅଭିନୟ ଢଙ୍ଗରେ ଟଙ୍କା ଲୁଟ୍ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କଟକ ଆହ୍ଲାବାଦ୍‌ ବ୍ୟାଙ୍କ ସାମ୍ନାରୁ ୨୭ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ।  ଲୁଟ୍‌ରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୬ ଲକ୍ଷ ୪୮ ହଜାର ଟଙ୍କା ଉଦ୍ଧାର କରିଛି ପୋଲିସ। ଲୁଟ୍ ନେଇ ଏତଲା ଦେଇଥିବା ନଳିନୀକାନ୍ତ […]

encounter in ctc
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର।  ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି। ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।  ଅବଦୁର ରେହମାନ୍‌ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍‌କାଉଣ୍ଟର କରିଛି କମିଶନରେଟ୍ ପୋଲିସ। […]

ctc murder
ଯୁବକଙ୍କୁ ଛୁରୀ ଭୁସି ହତ୍ୟା

କଟକ:କଟକ ଗୋବିନ୍ଦପୁରରେ ହତ୍ୟାକାଣ୍ଡ। ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁ କାନ୍ଦୁରା ଭୋଇ। ଗତକାଲି ମଧ୍ୟରାତିରେ ଗୋବିନ୍ଦଙ୍କୁ କେତେକ ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ତାଙ୍କ ପରିବା ଲୋକେ ଅଭିଯୋଗ କରିଛନ୍ତି। ତେବେ କାନ୍ଦୁରାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ସ୍ପଷ୍ଟ ହୋଇନି। ଏପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଗୋବିନ୍ଦପୁର-କଟକ ରାସ୍ତାରୋକ କରିଛନ୍ତି […]

ctc
ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି।  ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି ଘଟଣାରେ ଉଭୟେ ସଂପୃକ୍ତ ଥିବା ପୋଲିସ୍ କହିଛି। କାଲା ବାବୁ ଓ ଅଲେଖ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ପୋଲିସ୍‌ର ଏକ ଟିମ୍ […]

gas tanker
ଦୁର୍ଘଟଣାରେ ଜଣେ ଆହତ, ଗ୍ୟାସ୍‌ ଲିକ୍‌ ହୋଇନଥିବା ସୂଚନା

କଟକ: କଟକ ମଧୁପାଟଣା ଛକରେ ଓଲଟିଲା ଗ୍ୟାସ ଟାଙ୍କର। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଓଲଟି ପଡ଼ିଥିବା ଟ୍ୟାଙ୍କରରେ ଗ୍ୟାସ୍ ବୋଝେଇ ହୋଇ ରହିଛି। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇନାହିଁ। ଟ୍ୟାଙ୍କରଟି ରୋଡ୍ ଡିଭାଇଡର ଭାଙ୍ଗି ପରେ ଓଲଟି ପଡ଼ିଥିଲା। ମଧୁପାଟଣା ଛକ ଓଭରବ୍ରିଜ ପାଖରେ ସ୍ଲୋପ୍‌ରେ ଏହି ଦୁର୍ଘଟଣା ଘଟିଛି। ଅଣଓସାରିଆ ରାସ୍ତା ଓ ସ୍ଲୋପ୍‌ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା […]

newborn banki
ସତରେ କ’ଣ ମାଙ୍କଡ଼ ମାରିଦେଲା! ଏବେବି ରହସ୍ୟ ଘେରରେ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ୱର: ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା କଟକ ବାଙ୍କି ଥାନା ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ର। ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ତାଳବସ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଗଣାରେ ବାପା ମାଙ୍କ ମଝିରେ ଶୋଇଥିବା ବେଳେ ଗତକାଲି ସକାଳେ ଶିଶୁଟିକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ କରିଥିଲେ। ଶିଶୁଟିର ବାପା, ମା। ଏହାପରେ ବନ ବିଭାଗ ଓ ଅଗ୍ନିଶମ […]

ctc
ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଲା ମାଙ୍କଡ଼

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ତାଳବସ୍ତ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମା କୋଳରୁ ଶିଶୁ ପୁତ୍ରକୁ ଟେକିନେଇଛି ମାଙ୍କଡ଼। ୧୬ ଦିନର ଶିଶୁ ପୁତ୍ରକୁ ମାଙ୍କଡ଼ଟି ଟେକି ନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଅଗଣାରେ ବାପା, ମାଙ୍କ ମଝିରେ ଶିଶୁ ପୁତ୍ର ଶୋଇଥିବାବେଳେ ମାଙ୍କଡଟି ଶିଶୁ ପୁତ୍ରକୁ ଟେକି ନେଇଥିଲା। ଭୋର୍ ସମୟରେ ମାଙ୍କଡ଼ ଉଠାଇ ନେଇ ପଳାଉଥିବାବଳେ କିଛି ଲୋକ ଦେଖିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ଓ […]

killer wife
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କଟକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପିଟି ପିଟି ମାରି ଦେଇଥିବା ହୋଇଛି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ବାଆଁର ରାମଚଣ୍ଡୀ ଗାଁରେ। ମୃତକ ହେଲେ ଗଜେନ୍ଦ୍ର ସାହୁ। ତାଙ୍କ ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ଗଜେନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି। ଗାଁ ଲୋକଙ୍କ ସାହାଯ୍ୟରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ପାରିବାରିକ ଗଣ୍ଡଗୋଳରୁ […]

Capture
କଟକରୁ ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ : ଦୁଇ ଯୁବକ ଗିରଫ

କଟକ : କଟକରୁ ବ୍ରାଉନସୁଗାର ଜବତ। ମାଛୁଆ ବଜାରରେ ଚଢାଉ କରି ୮୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍।  ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଚଢାଉରେ ବ୍ରାଉନସୁଗାର ସହ ପ୍ରାୟ ୫ କିଲୋଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଘଟଣାରେ ମନୋଜ କାହାଳି ଏବଂ ଦିଲ୍ଲୀପ କାହାଳି ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ।

encounter in cuttack
ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ

କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା  ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି  ଏନକାଉଣ୍ଟର କରିଛି।  ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର  ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ  ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି  ଜବତ ହୋଇଛି। ପୂର୍ବରୁ […]

train accident
କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣିବା,ଧକ୍କା ଦେଲା ଟ୍ରେନ୍

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।