ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..
ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..
କଟକରେ କମିଶନରେଟ ପୋଲିସ୍ର ଏନ୍କାଉଣ୍ଟର। ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍ କାବୁ କରିଛି। ପୋଲିସ ଏନ୍କାଉଣ୍ଟରରେ ରାକେଶ ଆହତ ହୋଇଛି।
ଦଶହରାର ନାହିଁ ଉତ୍ସାହ। କେବଳ ପୀଠରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ସ୍ୱତନ୍ତ୍ର ଅପରାଜିତା ପୂଜା ହେବ
ମାଙ୍କୁ ଦର୍ଶନ କରିନପାରି ଫେରୁଛନ୍ତି ଭକ୍ତ। ମଣ୍ଡପରେ ମାଆ । ଚାଲିଛି ପୂଜା ହେଲେ ନାହାନ୍ତି ଭକ୍ତ। କଟକ ଓ ଜୟପୁରରେ କିପରି ହେଉଛି ପୂଜା ଦେଖନ୍ତୁ।
ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
କଟକ ସହରରେ ରାସ୍ତା ଉପରେ କେତେବେଳେ ପାଣି ପାଇପ୍ ଫାଟିବ କେହି ଜାଣିନାହାନ୍ତି। ଗାଡ଼ି ଧରି ଯାଉଥିବାବେଳେ ଅଚାନକ ପାଣି ପାଇପ୍ ଫାଟୁଛି। ଲୋକେ ଆହତ ହେଉଛନ୍ତି। ସରକାରୀ ବାବୁ କହୁଛନ୍ତି ଏଇଟା ଟେଷ୍ଟିଂ ଚାଲିଛି।
ରାସ୍ତା ଉପରେ ପାଣିର ଫୁଆରା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି। ଏଭଳି ସ୍ଥିତି ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୫ ଦିନ ମଧ୍ୟରେ କଟକରେ ଦୁଇ ଦୁଇ ଥର ସାମ୍ନାକୁ ଆସିଲାଣି ପାଣି ପାଇପ ଫାଟିବା ଘଟଣା।
ଆଜି ରାତି ୮ଟାରୁ ନାଇଟ୍ କର୍ଫ୍ୟୁ। ପାର୍ବଣରେ ପ୍ରଶାସନର କଡ଼ାକଟକଣା। ତା ପୂର୍ବରୁ ଗତ ରାତିରୁ ଲୋକ ହାଉଯାଉ
ଚଳିତ ବର୍ଷ ମାନ୍ଦା ହୋଇଛି ଜରିମେଢ କାରିଗରଙ୍କ ବେପାର । କଟକ ସହରର କେତେକ ମୁସଲମାନ ଏବଂ ଓଡ଼ିଆ କାରିଗର ଜରିମେଢକୁ ତିଆରି କରିଥାନ୍ତି ।
ମାଆଙ୍କ ନିକଟରେ ନବରାତ୍ର ପୂଜା ଆରମ୍ଭ । କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ଠାରେ ଶ୍ରଦ୍ଧାଳୁଙ୍କ ସମାଗମ ।ମୂଳାଷ୍ଟମୀ ଠାରୁ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା
ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର ଠପ୍ ,କରୋନା ପାଇଁ ୨ ବର୍ଷ ହେବ ହାତ ବାନ୍ଧି ବସିଛନ୍ତି I
ଆଗକୁ ଆସୁଛି ଦୁର୍ଗା ପୂଜା। କଟକରେ ଚଳଚଞ୍ଚଳ ଦେବୀ ମଣ୍ଡପ। ସଜେଇହେବେ ମାଆ ହେଲେ ଏବେ ବି ଅଧା ଗଢା ମୂର୍ତ୍ତି କହୁଛି କଥା। ମା’ଙ୍କର ଦେହରେ ଆଜି ଖଡି ଚଢା ହେବ।
ସାମାନ୍ୟ ଅସାବଧାନତାରୁ ମୃତ୍ୟୁର ମହାସ୍ରୋତ ସାଜୁଛି କି ମହାନଦୀ ? ଗତକାଲି ସମ୍ବଲପୁରରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅକାଳ ମୃତ୍ୟୁ, ଏଭଳି ପ୍ରଶ୍ନକୁ ଉଜ୍ଜୀବୀତ କରିଛି । ବେପରୁଆ ଗାଧୁଆ ହେଉ କି ନୌକା ଦୁର୍ଘଟଣା ଅବା ଆତ୍ମହତ୍ୟା ।
ପାନଚାଷୀ ଏବେ ପ୍ରବଳ ଚିନ୍ତାରେ। ଚାଷ କରିବାକୁ ଖର୍ଚ୍ଚ ଯେତେ ହେଉଛି, ସେହି ଅନୁସାରେ ଲାଭ ନାହିଁ। ଘୋଡ଼ା ୬କୁ ଦାନା ୯... ଦେଖନ୍ତୁ କଟକ ନିଆଳି ଓ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରୁ ପାନଚାଷୀଙ୍କ ଖବର।
ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ
କଟକ ଏସସିବି ECMO ୟୁନିଟ୍ ରେ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ। ମୃତ ଯୁବକ ହୃଦଘାତରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ। ପୂର୍ବରୁ ECMO ୟୁନିଟରେ ଭର୍ତ୍ତି ହୋଇଥିବା ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା।
କେବଳ କଟକ ନୁହେଁ ଭୁବନେଶ୍ୱରରେ ବି ସେଇ ସମାନ ସ୍ଥିତି। ସେହିପରି ପାର୍ବଣ କଟକଣା ପାଇଁ ଯାକଜମକ ନଥିବାରୁ ଡେକୋରେସନକୁ ନେଇ ତୋରଣ, ଆଲୋକୀକରଣ, ସାଉଣ୍ଡ ଏପରିକି ଚାନ୍ଦି, ତାରକସି ଗହଣା କାରିଗରଙ୍କ ସହ ବ୍ୟବସାୟୀ ବି ଚିନ୍ତାରେ କଟକଣା।
ପାର୍ବଣ ବେଳେ ଯିଏ ଚାନ୍ଦା ମାଗିବ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ
ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଦୁଇ ଜଣ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ ବିଚାରପତି ଭାବେ ନିଯୁକ୍ତ ହେବେ । ସେହିଭଳି ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ବି ବିଚାରପତି ଭାବେ ପ୍ରମୋଟ୍ ହୋଇଛନ୍ତି। ଏହି ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମଂଜୁରୀ ମିଳିଛି।
କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳୀରେ ଛାତିଥରା ବୋଟ୍ ଟ୍ରାଜେଡି ? ଘଟଣାର ୫ଦିନ ପରେ ବି ପ୍ରଶ୍ନ ଅସମାହିତ ଥିବାବେଳେ ଏଣେ ଭରା ମହାନଦୀରେ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍ ବୋଟ୍କୁ କିଏ ଦେଇଥିଲା ଅନୁମତି ? ସେ ନେଇ ମଧ୍ୟ ପିସିସିଏଫ୍ଠୁ ମିଳିଲାନି ସ୍ପଷ୍ଟ ଉତ୍ତର ।
ଦଶହରା ଅଳ୍ପ ଦିନ ଥିବାରୁ କଟକରେ ପ୍ରସ୍ତୁତି ଜୋରସୋରରେ କରାଯାଉଛି। କୋଭିଡ୍ କଟକଣାରେ ଛୋଟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଛି। କଟକର ବିଭିନ୍ନ ପୂଜା ମଣ୍ତପରେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଛି। ମା’ଙ୍କ ଛୋଟ ମୂର୍ତ୍ତି ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।
କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।
ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଲ୍ୟାବ୍ ଆସିଷ୍ଟାଣ୍ଟ । ତାଙ୍କ ନାଁ ଦେବାଶିଷ ଦାସ ଏବଂ ଘର ଚାଉଳିଆଗଞ୍ଜରେ ବୋଲି ଜଣାପଡ଼ିଛି । ଡ୍ରାଇଭର କାର ଚଳାଉଥିଲେ ଏବଂ ଅଟକିବା ପରେ ସେ ଡେଇଁ ପଡ଼ିଥିବା କୁହାଯାଉଛି ।