ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।
ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେଉଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଚଳନ୍ତା ଅଟୋରୁ ମୋବାଇଲ ଲୁଟ୍ କରି ଦୌଡୁଥିବା ଲୁଟେରାକୁ ପିଛା କରି ଧରି ତାକୁ ପୋଲିସ ହେପାଜତରେ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଟକର ଝିଅ ପ୍ରଜ୍ଞା ରାୟା
ଦୀର୍ଘ ୧୦ ବର୍ଷ ହେବ ଗରିବ ଓ ବେସାହାରା ରୋଗୀଙ୍କୁ ସାହାଯ୍ୟ କରି ଆସୁଥିବା ଅଭିମନ୍ୟୁ ଦାସଙ୍କୁ ମିଳିଲା ପ୍ରଶଂସା। ଏମିତି ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର ମହମ୍ମଦ କୈଫ ଓ ଭି.ଭି.ଏସ୍. ଲକ୍ଷ୍ମଣ।
ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି।
ବାପା ମାଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ସନ୍ତାନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।
ଆଜିକାଲି ବୁଢ଼ା ବାପ ମାଆକୁ ପିଲାଏ ପଚାରୁ ନାହାଁନ୍ତି। କିନ୍ତୁ ଏହି ୫ ଭାଇଭଉଣୀ ବାପା ମାଆଙ୍କୁ ଠାକୁରଙ୍କ ପରି ପୂଜା କରୁଛନ୍ତି। ଏଥିପାଇଁ ସେମାନେ ଘରେ ପ୍ରତିଷ୍ଠା କରିଛନ୍ତି ବାପା ମାଆଙ୍କର ମାର୍ବଲ ମୂର୍ତ୍ତି। ପଚାରିଲେ ଆଖି ଛଳଛଳ କରି କହୁଛନ୍ତି, ସେମାନଙ୍କ ଋଣ କଣ ଆମେ ସୁଝି ପାରିବୁ?
ୟେ ଚୌଦ୍ୱାର ଅଞ୍ଚଳରେ ଥିବା କେତକିଝର ଗାଁ। ଏଠି ଛୁଆରୁ ବୁଢ଼ା ସମସ୍ତେ ପାଲପାରି ବସିଛନ୍ତି। ହେଲେ କାହିଁକି ଜାଣିଛନ୍ତି?
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ। ବଜାରରେ ଏବେ ବିଭିନ୍ନ ଭେରାଇଟର ମିଠା ମିଳୁଥିବା ବେଳେ ପାରଂପରିକ ଖେଳନା ମିଠାକୁ ବି କେହି ଭୁଲି ନାହାନ୍ତି। ଦୀପାବଳି ଆସିଲେ ଏହା ଖୋଜା ପଡ଼ୁଥିବାରୁ କଟକର କିଛି ଦୋକାନରେ ଏବେଠୁ ପ୍ରସ୍ତୁତ ହେଲାଣି ଖେଳଣା ମିଠା।
ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର। ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।
ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଳାଗିଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ନୂତନ ଯୋଜନା ମାନ କରାଯାଉଥିବା ଲକ୍ଷକରାଯାଉଛି । ଯାହାଦ୍ୱାରା ବେକାରୀ ସମସ୍ୟା ହଟିବ ବୋଲି ଆଶା କରାଯାଉଛି ।
ରଖେ ହରି ତ ମାରେ କିଏ । ଏ ଉକ୍ତିର ସତ୍ୟତା ପୁଣି ପ୍ରମାଣିତ ହୋଇଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ଏକ ଦୁର୍ଘଟଣା ପରେ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛି ଏକ ଅଢେଇ ବର୍ଷର ଶିଶୁକନ୍ୟା ।
କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ
ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା, ମେରୁଦଣ୍ଡର କିଛି ହାଡ଼ ଯକ୍ଷ୍ମା ଯୋଗୁଁ ନଷ୍ଟ ହୋଇଯାଇଛି। ସିପ୍ରାଙ୍କ ମେରୁଦଣ୍ଡ ଭିତରେ ଥିବା ସୁଷୁମ୍ନା କାଣ୍ଡ ଚାପି ହୋଇ ଯାଉଥିଲା। ଫଳରେ ସେ ଅକର୍ମଣ୍ୟ ହେବାକୁ ବସିଥିଲେ। କଟକ ବଡ଼ ମେଡ଼ିକାଲର ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ପରେ ଆରମ୍ଭ ହେଲା ଚିକିତ୍ସା।
ନରସିଂହପୁର ଥାନାରେ ଗଣ୍ଡଗୋଳ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ନରସିଂହପୁରର ବିଜେପି ନେତା ବିଜୟ ଦଳବେହେରା, ତାଙ୍କ ଭାଇ ଓ ସହଯୋଗୀ। ଥାନା ଗେଟ୍ରେ ତାଲା ପକାଇ ଲୋକମାନେ ଧାରଣା ଦେଇଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିବା ବେଳେ ଏମିତି ଅଘଟଣ ହୋଇଛି।
ମଙ୍ଗଳଦୀପ ଧୂପକାଠି କାରଖାନା ଓ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ। ଅଗ୍ନିକାଣ୍ଡର କାରଣ ଜଣାପଡ଼ନିଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..
ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ୍ ରାକେଶ ଦାସକୁ କାବୁ କରିଛି ପୋଲିସ୍। ଧରିବାକୁ ଉଦ୍ୟମ ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରାକା..
କଟକରେ କମିଶନରେଟ ପୋଲିସ୍ର ଏନ୍କାଉଣ୍ଟର। ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ପୋଲିସ୍ କାବୁ କରିଛି। ପୋଲିସ ଏନ୍କାଉଣ୍ଟରରେ ରାକେଶ ଆହତ ହୋଇଛି।
ଦଶହରାର ନାହିଁ ଉତ୍ସାହ। କେବଳ ପୀଠରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ସ୍ୱତନ୍ତ୍ର ଅପରାଜିତା ପୂଜା ହେବ
ମାଙ୍କୁ ଦର୍ଶନ କରିନପାରି ଫେରୁଛନ୍ତି ଭକ୍ତ। ମଣ୍ଡପରେ ମାଆ । ଚାଲିଛି ପୂଜା ହେଲେ ନାହାନ୍ତି ଭକ୍ତ। କଟକ ଓ ଜୟପୁରରେ କିପରି ହେଉଛି ପୂଜା ଦେଖନ୍ତୁ।
ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
କଟକ ସହରରେ ରାସ୍ତା ଉପରେ କେତେବେଳେ ପାଣି ପାଇପ୍ ଫାଟିବ କେହି ଜାଣିନାହାନ୍ତି। ଗାଡ଼ି ଧରି ଯାଉଥିବାବେଳେ ଅଚାନକ ପାଣି ପାଇପ୍ ଫାଟୁଛି। ଲୋକେ ଆହତ ହେଉଛନ୍ତି। ସରକାରୀ ବାବୁ କହୁଛନ୍ତି ଏଇଟା ଟେଷ୍ଟିଂ ଚାଲିଛି।