କରୋନାର ଭୟାବହତା ଜୀବନ ଜୀବିକା ଉପରେ ପକାଇଛି ପ୍ରଭାବ। କିଏ ଚାକିରି ଛାଡି ଘରେ ବସିଛି ତ ଆଉ କିଏ ବେପାରରେ ହାତ ବାନ୍ଧି ବସିଛି। ଏଭଳି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣେ ରୋଷେୟାକୁ ବଂଚିବାର ନୂଆ ବାଟ ଦେଖାଇଛି ଥାଇଲାଣ୍ଡ ବରକୋଳି ଚାଷ...
ଆଉ କେଇ ଘଣ୍ଟାର ଅପେକ୍ଷା। କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ 'ଓଡିଶା ଓପନ'।
ବନ୍ଧୁକ ମୁନରେ ଡରାଇ ଧମକାଇ ଜମି ହଡ଼ପ କରିନେଉଥିଲା। ସେ ଆସିଲେ ଭୟରେ ଲୋକଙ୍କ ପାଟି ଫିଟୁ ନଥିଲା। ଲେଡି ଡନଙ୍କ ବେଶ ଯେମିତି ଠାଣି ସେମିତି। ହେଲେ ଶେଷରେ ଲେଡି ଡନ୍ ପିଙ୍କି ପ୍ରଧାନଙ୍କର ଖେଳ ଖତମ୍ ହୋଇଯାଇଛି। ତାଙ୍କ ଠିକଣା ଏବେ ଚୌଦ୍ୱାର ଜେଲ୍। ଦେଖନ୍ତୁ ଏହି ଭିଡିଓ।
କଟକରେ ଲିଙ୍ଗ ନିରୂପଣ ମାମଲାରେ ବାହାରିଛି ରାଜ୍ୟ ବାହାର ଲିଙ୍କ୍ । ଏହି ମାମଲାରେ ଆଜି ମଙ୍ଗଳାବାଗ ଥାନା ପୋଲିସ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
କମ୍ ବୟସରେ କମାଲ୍ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।
ନକଲି ସାମଗ୍ରୀ ତିଆରି କରିବାର ପେଣ୍ଠସ୍ଥଳୀ ପାଲଟିଛି କଟକ । ଧରାପଡୁଛି ନକଲି କାରବାରର ଠିକଣା । କଟକ ଜଗତପୁରର ଅଞ୍ଚଳରେ ଅପମିଶ୍ରିତ ମସଲା କାରଖାନା ଠାବ କରିଛି ପୋଲିସ । ଏଠାରେ ଅପମିଶ୍ରିତ ଲଙ୍କା ଓ ହଳଦି ଗୁଣ୍ଡ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି । ଜଗତପୁର ପୋଲିସ ଚଢ଼ାଉ କରି ଅପମିଶ୍ରିତ କାରଖାନା ଠାବ କରିବା ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି ।
ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍ରେ ଡାକିଥିଲେ ।
ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା?
କଟକ ସିଡିଏ ସେକ୍ଟର-୭ ମର୍କତନଗର ଅଞ୍ଚଳରେ ଗତକାଲି ସେକ୍ସ ରାକେଟ ଠାବ ହୋଇଛି। ମହିଳା କିଙ୍ଗପିନ୍ଙ୍କ ସମେତ ଜଣେ ଗ୍ରାହକ, ଜଣେ ଦଲାଲ୍ ଏବଂ ଅନ୍ୟ ଜଣେ ହୋଟେଲ୍ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଛି।
କାହାଠୁ କେବେ ଚିତ୍ରକଳାର ପ୍ରଶିକ୍ଷଣ ନେଇନଥିବା ନମିତାଙ୍କ ଏହି ଟ୍ରାଇବାଲ ପେଣ୍ଟିଂକୁ ଦେଖି ଦର୍ଶକ ବିଭୋର ହୋଇଛନ୍ତି।
ବଜାରରେ ମିଳୁଥିବା ସସ୍କୁ ଆପଣ ବେଶ୍ ଉପଭୋଗ କରି ଖାଉଥିବେ । ଲାଲ ରଙ୍ଗର ସସ୍ ଦେଖିବାକୁ ଯେତେ ସୁନ୍ଦର ସ୍ୱାସ୍ଥ୍ୟ ପକ୍ଷେ ସେତେ ଖରାପ । ଏହା ଆମେ କହୁନୁ ବରଂ ଏଭଳି କିଛି ଦୃଶ୍ୟ କଟକର ମାଲଗୋଦାମରେ ଦେଖିବାକୁ ମିଳିଛି । ଏହାର ତିଆରି ପ୍ରଦ୍ଧତି ଓ କାରଖାନାକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେବ ଯେ ଏହା ଦେହ ପ୍ରତି କେତେ ହାନିକାରକ ।
କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ସ୍ଥିତ ଏକ କୋଚିଂ ସେଣ୍ଟରକୁ CMC ସିଲ୍ କରିଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଏମ୍ସି ଚଢ଼ଉ କରିଥିଲା।
ତୁମ ବୁଦ୍ଧିକୁ ଶହେ ସଲାମ : ଅବକାରୀ ବାବୁଙ୍କୁ ଡରି ଗଛ ଉପରେ ଲୁଚାଯାଇଥିଲା ଦେଶୀ ମଦ, ଆଉ ତା'ପରେ ହେଲା କଣ?
ଆପଣମାନେ କଫି କାଫେ ଦେଖିଥିବେ, ନେଟ୍ କାଫେ ବି ଦେଖିଥିବେ, ହେଲେ କେବେ ମାଥମେଟିକ୍ସ କାଫେ ଦେଖିଛନ୍ତି କି? କେଉଁଠି ରହିଛି ଏମିତି କାଫେ ଏବଂ କଣ ହୁଏ ସେହି କାଫେରେ ଆସନ୍ତୁ ଜାଣିବା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଶିଖରପୁରରେ ।
କଟକ ଜିଲ୍ଲାରେ ୧୫ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ହେବ। ସ୍ଲଟ୍ ବୁକିଂ କରିଥିବା ୧୫ରୁ ୧୮ ବର୍ଷ ବର୍ଗ ପିଲା କାଲିଠାରୁ ଟିକା ନେବେ।
କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର ନେଇ ମଧ୍ୟ ଚାହା ଯୋଗାଇଥାନ୍ତି ।
ଗୋଟେ ହାତରେ ସାଇକେଲ୍, ଆଉ ଗୋଟେ ହାତରେ ଚା ବ୍ୟାଗ୍ କୁନି ସାଇକେଲ୍ ଖଣ୍ଡିଏ ଧରି ସକାଳୁ ସକାଳୁ ବୁଲୁଚନ୍ତି କଟକର ଗଳିକନ୍ଦିରେ ଆଉ ଛକ ଛକରେ ଅଟକି ଲୋକଙ୍କୁ ଚା ଦେଉଛନ୍ତି ଲୋକେ ବି ଚା ପିଇ ଖୁବ୍ ପ୍ରଶଂସା କରୁଛନ୍ତି
ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।
ଏବେ ଅପେକ୍ଷା କେବେ କମୁଛି ପନିପରିବା ଦର, କେବେ ଖାଉଟିଙ୍କୁ ମିଳୁଛି ଆଶ୍ୱସ୍ତି?
ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବାସ୍ତବ ଚିତ୍ର କିଛି ଏମିତି ଲାଗୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବାଟବଣା ।
ପାଠକଙ୍କ ପାଇଁ ପାଠାଗାର ହେଉଛି ଜ୍ଞାନର ଏନ୍ତୁଡ଼ିଶାଳ । ହେଲେ କଟକସ୍ଥିତ ପୁରାତନ ବିଶ୍ୱନାଥ ପଣ୍ତିତ କେନ୍ଦ୍ରୀୟ ପାଠାଗାର ଏବେ ଧିରେ ଧିରେ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି ।
କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି।
କଟକ ବାଲିଯାତ୍ରା ପଡିଆରେ ଉଦଘାଟିତ ହୋଇଛି ମହାନଦୀ ମହୋତ୍ସବ। ୫ ଦିନ ଧରି ଚାଲିବା ଏହି ମହୋତ୍ସବ ।