/odishatv-khabar/media/media_files/2025/11/08/baliyatra-dahibara-hata-2025-11-08-11-28-42.jpg)
BALIYATRA-DAHIBARA-HATA Photograph: (OTV)
ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି ଦହିବରା ହାଟ। କଟକର ସବୁ ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନେ ପସରା ମେଲାଇଛନ୍ତି ଏହି ହାଟରେ। ଏ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସିଛି ସାରା ଓଡ଼ିଶା ପ୍ରସିଦ୍ଧ ରଘୁ ଦହିବରା । ତା' ସାଙ୍ଗକୁ ବାବୁଲା, ତ୍ରିନାଥ ଓ ପ୍ରତାପ ଦହିବରା ବି ଗୋଟିଏ ଜାଗାରେ ପାଇବେ ଖାଦ୍ୟପ୍ରେମୀ।
Advertisment
ଦିନଠୁ ରାତିଯାଏ ଏ ଦହିବରା ହାଟରେ ଜମୁଛି ଖାଦ୍ୟପ୍ରେମୀଙ୍କ ଗହଳି। ପିଲାଠୁ ବୁଢା ସମସ୍ତେ ଆଳୁଦମ ଦହିବରା ଖାଇ ଯାତ୍ରା ବୁଲିବାରେ ଲାଗିଛନ୍ତି। ଦହିବରା ଉପରେ ଲାଲ୍ ଟହଟହ ଆଳୁଦମର ବାସ୍ନା ଯେମିତି ଟାଣିଆଣୁଛି ଲୋକଙ୍କୁ। ଖଚାଖଚ୍ ଭିଡ ଲାଗୁଛି ଏ ଦହିବରା ହାଟରେ।
ବାଲିଯାତ୍ରାକୁ ଆସି ଦହିବରା ନ ଖାଇଲେ ବାଲିଯାତ୍ରା ବୁଲା ଅଧୁରା ରହିଯାଏ। ତେଣୁ ଏହି ଦହିବରା ହାଟରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। କଟକର ଦହିବରାକୁ ଜିଆଇ ଟ୍ୟାଗ୍ ମିଳିବାରେ ଏହି ହାଟ ସହାୟକ ହେବ ବୋଲି ଆଶା ରଖିଛନ୍ତି କଟକ ବ୍ୟବସାୟୀ ସଂଘ।
Advertisment



Related Articles
US Adds New Grounds To Deny Visas: ଆପଣ ମୋଟା କି? ଡାଇବେଟିସ୍ ରୋଗରେ ବି ପୀଡିତ! ଯାଇ ପାରିବେନି ଆମେରିକା; ଟ୍ରମ୍ପ ପ୍ରଶାସନର ନୂଆ ନିୟମ
POSTED

Indians kidnapped: ୫ ଭାରତୀୟଙ୍କୁ ଆତଙ୍କବାଦୀଙ୍କ ଦ୍ବାରା ଅପହରଣ, ବଢୁଛି ଅଲ-କାଏଦା, ISIS ର ଦବଦବା
POSTED

Accident: ପିଟି ହେଲା ବସ୍-ଟ୍ରକ୍: NHରେ ବଡ଼ ଧରଣର ଦୁର୍ଘଟଣା
POSTED

Malkangiri Zilla Parishad Chairperson: ଜିଲ୍ଲା ପରିଷଦ ଅଧ୍ୟକ୍ଷା ନାଁରେ ସାଙ୍ଘାତିକ ଅଭିଯୋଗ: ବର୍ଷିଲା ବହୁଜନ ସମାଜବାଦୀ ପାର୍ଟି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)