/odishatv-khabar/media/media_files/2025/11/05/balijatra-2025-11-05-10-57-03.jpg)
Balijatra Photograph: (OTV)
ଆଜିଠୁ କଟକର ଐତିହାସିକ ବାଲିଯାତ୍ରା। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ। ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦେବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ। ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା।
ଏଥିପାଇଁ ସଜେଇ ହୋଇଛି ମହାନଦୀ ପଠାର ଉଭୟ ଉପର ଓ ତଳ ପଡ଼ିଆ। ୬୦ ଏକର ଜାଗାରେ ଜମିବ କିଣାବିକା, ବୁଲାବୁଲି ଓ ଖାଦ୍ୟପେୟର ଆସର। ହଜାର ହଜାର ବ୍ୟବସାୟୀ ନିଜ ପସରା ମେଲାଇ ସାରିଛନ୍ତି। ସବୁଦିନ ଏକାଠି ହେବେ ଲକ୍ଷ ଲକ୍ଷ ଲୋକ। ବାଲିଯାତ୍ରାରେ ଏଥର ଓରମାସ ସହ ରାଜ୍ୟ ଓ ରାଜ୍ୟ ବାହାରର ପାଖାପାଖି ୧୭୦୦ ଷ୍ଟଲ ଖୋଲିଛି।
କଟକ ଇନ କଟକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଅନେକ କିଛି ଦେଖିବାକୁ ମିଳିବ। ସାଂସ୍କୃତିକ ମଞ୍ଚରେ ବଲିଉଡ କଳାକାର ଶ୍ରେୟା ଘୋଷାଲଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତର ନାମୀଦାମୀ କଣ୍ଠଶିଳ୍ପୀ କାର୍ଯ୍ୟକ୍ରମ ପରିବେଷଣ କରିବେ।
ବାଲିଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି। ୨୦ଟି କଣ୍ଟ୍ରୋଲ ରୁମ୍ ସହ ସିସିଟିଭି, ଡ୍ରୋନ୍ ସର୍ଭେଲାନ୍ସ କରିବ ପୋଲିସ। ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂକୁ ବ୍ୟବସ୍ଥିତ ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଅଘଟଣ ଏଡ଼ାଇବାକୁ ତୟାର ରହିଛି ଅଗ୍ନିଶମ ବାହିନୀ।
• ଆଜିଠୁ କଟକର ଐତିହାସିକ ବାଲିଯାତ୍ରା
• ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
• ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା
• ବାଲିଯାତ୍ରାରେ ଖୋଲିଛି ପାଖାପାଖି ୧୭୦୦ ଷ୍ଟଲ
• ଜମିବ କିଣାବିକା, ବୁଲାବୁଲି ଓ ଖିଆପିଆ ଆସର
• ବାଲିଯାତ୍ରା ପଡ଼ିଆରେ ସୁରକ୍ଷା କଡ଼ାକଡ଼ି
Zohran Mamdani: ନ୍ୟୁୟର୍କ ସିଟି ମେୟର ହେଲେ ଜୋହରାନ ମମଦାନି...ଓଡିଶା ସହ କ’ଣ ରହିଛି ସମ୍ପର୍କ

Plane Crash: ଭୟଙ୍କର ବିମାନ ଦୁର୍ଘଟଣା; ୧ ମାଇଲ ପର୍ଯ୍ୟନ୍ତ ବ୍ୟାପିଲା ନିଆଁ: ଏକାଧିକ ମୃତ

Kartik Purnima: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଣ

Daily Horoscope 5th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)