ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।
ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍ସିଆର୍ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।
ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ ।
ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।
ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।
କଲେଜ କର୍ତ୍ତୁପକ୍ଷ ମାମଲା ଚପାଇ ଦେବା ଘଟଣାକୁ ଖଣ୍ଡନ କରିଛନ୍ତି ।
୩ ବର୍ଷରେ ନିଖୋଜ ୨୫ ହଜାର ୯୭୩ ମହିଳା । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ତଥ୍ୟରେ ବର୍ଷିଲେ ବିରୋଧୀ ।
ମାରିଟାଲ ରେପ୍କୁ ଅପରାଧ ଶ୍ରେଣୀକୁ ଆଣିବା ପାଇଁ ହେଲେ ଭାରତରେ ଏହାକୁ ଅତି ଯତ୍ନର ସହ ବିଚାର ବିମର୍ଷ କରିବାକୁ ପଡ଼ିବ । ଅନେକ ଦେଶରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲେ ବି ଆମେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶଙ୍କୁ ଅନୁସରଣ କରିପାରିବା ନାହିଁ ବୋଲି କୋର୍ଟଙ୍କୁ ଜଣାଇଛି କେନ୍ଦ୍ର ।
ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଶହଦର ପୋଲିସ ଏହି ମାମଲାରେ ଗୋଟିଏ ପରିବାରର ୭ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଛି ।
ଜଣେ ପୀଡିତା ଏହି ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ କାଲି ସେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି ।
ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ମହାଦେବପାଲି ଗାଁର ଭାଗବତ ବେହେରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି ।
ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’
ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରୁ । ଏଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ବିରୋଧରେ ।
ଆଫଗାନିସ୍ତାନରେ ମହିଳାଙ୍କୁ ସିରିଏଲ୍ ମନା । ଯେଉଁ ଟିଭି ସିରିଏଲ୍ କିମ୍ବା ଫିଲ୍ମରେ ମହିଳା ଅଭିନେତ୍ରୀ ରହିଛନ୍ତି ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ତାଲିବାନର ନିର୍ଦ୍ଦେଶ ।
ସିବିଆଇ ଟିମ୍କୁ ନିର୍ଧୁମ୍ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଅନ୍ଲାଇନ୍ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ ।
ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି ।
ପୁଣି ୟୁପିରୁ ଆସିଲା ଛାତିଥରା କାହାଣୀ । ଯୁବତୀଙ୍କ ସହ ଗଣଦୁଷ୍କର୍ମ ପରେ ରସ୍ତାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଏହି ଘଟଣା ସାମ୍ନାକୁ ଆସିଛି ୟୁପି ବୁନ୍ଦେଲଖଣ୍ଡର ମହୋବା ଜିଲ୍ଲାରୁ । ଘଟଣା ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।
ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରତିଦିନ ୬ ଜଣ […]