/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745125286.jpg)
ICU ଭିତରେ ରାକ୍ଷସ ।
ହସ୍ପିଟାଲରେ ମଧ୍ୟ ଅସୁରକ୍ଷିତ ମହିଳା ରୋଗୀ । ହରିୟାଣା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚାଞ୍ଚଲ୍ୟ । ICUରେ ଚିକିତ୍ସିତ ଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ । ଏହି ଲଜ୍ଜାଜନକ କାମ କରିଛନ୍ତି ସେହି ହସ୍ପିଟାଲରେ କାମ କରୁଥିବା ଜଣେ ଟେକନିସିଆନ୍ ।
ଭେଣ୍ଟିଲେଟରରେ ଥିବା ବେଳେ ଏହାର ସୁଯୋଗ ନେଇ ମହିଳାଙ୍କ ସହ ଖରାପ କାମ କରିଥିଲା ଯୌନ ରାକ୍ଷସ । ଅଭିଯୁକ୍ତର ନାଁ ହେଉଛି ଦୀପକ । ସେ ବିହାରର ମୁଜାଫରପୁରର ବାସିନ୍ଦା । ସେ ପାଞ୍ଚ ମାସ ପୂର୍ବରୁ ହସ୍ପିଟାଲରେ କାମ କରିବା ଆରମ୍ଭ କରିଥିଲା । ତେବେ ପାଖାପାଖି ୮୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ସ୍କାନ କରି ତାରୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ ।
ଅଭିଯୋଗ ଅନୁଯାୟୀ, ୪୬ ବର୍ଷୀୟା ପୀଡିତା ମହିଳା ପଶ୍ଚିମବଙ୍ଗର ବାସିନ୍ଦା । ଏୟାର ହୋଷ୍ଟେସ ତାଲିମ ପାଇଁ ସେ ଗୁଡ଼ଗାଓଁ ଆସିଥିଲେ । ଏପ୍ରିଲ ୬ ତାରିଖରେ ସେ ପହଁରିବା ସମୟରେ ବୁଡ଼ି ଯାଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସେକ୍ଟର-୩୮ରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଉଛି ଅନଲାଇନ ବେଟିଂ, ଖାଲି ହେଉଛି ଆକାଉଣ୍ଟ୍
ଏହି ସମୟରେ ସେ ଭେଣ୍ଟିଲେଟରରେ ଥିଲେ । ସେଠାରେ ଦୁଇଜଣ ନର୍ସ ତାଙ୍କ ପୋଷାକ ବଦଳାଇ ଥିଲେ । ଏହାର କିଛି ସମୟ ପରେ ରାକ୍ଷସରୂପୀ ଦୀପକ ସେଠାକୁ ଆସିଥିଲା । ଆଉ ତାଙ୍କ ଅସହାୟତାର ଫାଇଦା ଉଠାଇ ବାରମ୍ବାର ଅଶ୍ଳୀଳ କାର୍ଯ୍ୟ କରୁଥିଲା । ସେ ନର୍ସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ଡିସଚାର୍ଜ ହେବାପରେ ମହିଳା ନିଜ ସ୍ୱାମୀଙ୍କ ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ମାମଲାର ତଦନ୍ତ କରିଥିଲା ପୋଲିସ । ପୋଲିସ ୫୦ରୁ ଅଧିକ ହସ୍ପିଟାଲ କର୍ମଚାରୀ ଏବଂ କିଛି ଡାକ୍ତରଙ୍କୁ ପଚରାଉଚରା କରିଥିଲା । ଏହାସହ ୮୦୦ ସିସିଟିଭି କ୍ୟାମେରାର ଫୁଟେଜ୍ ସ୍କାନ କରାଯାଇଥିଲା।
ଶେଷରେ ଅଭିଯୁକ୍ତ ଦୀପକକୁ ଚିହ୍ନଟ କରିବା ସହ ଗିରଫ କରିଥିଲା ପୋଲିସ । ତେବେ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି ଦୀପକ । ଖୁବଶୀଘ୍ର ତାକୁ କୋର୍ଟରେ ହାଜର କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)