• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଯୌତୁକ ଜୁଇରେ  ଜଳିଗଲେ ଆଉ ଜଣେ ଦୁହିତା । ଯୌତୁକ ଲୋଭରେ ଗର୍ଭବତୀ ବଧୁଙ୍କୁ ହତ୍ୟା କରାଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛିି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାରଡ଼ାଙ୍ଗ ପଞ୍ଚାୟତ ବଡ଼ମଠ ଗ୍ରାମରୁ । ଏଠାରେ ଜଣେ ୫ ମାସର ଗର୍ଭବତୀଙ୍କୁ ଯୌତୁକ ପାଇଁ ଶାଶୂଘର ଲୋକ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ମୃତକଙ୍କ ବାପଘର ପକ୍ଷରୁ ଥାନାରେ ମାମଲା ଦାଏର କରାଯାଇଛି । 

ଯୌତୁକ ଜୁଇରେ ଜଳିଗଲା ଦୁହିତା ! ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସାଥୀ ବାଛିଥିଲା, ଦିଅଁ ଦେବତା ଭାବି ଯାହାକୁ ପୁଜୁଥିଲା, ସେମାନେ ହିଁ ନେଇଗଲେ ଦୁଇଟି ଜୀବନ ? ଏମିତି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବରକନ୍ଧା ପଞ୍ଚାୟତ ତେନ୍ତୁଲିକନ୍ଧା ଗ୍ରାମରୁ। ଯୌତୁକ ଜୁଇରେ ଜଳି ଯାଇଛନ୍ତି ଗୟାଧର ପ୍ରଧାନଙ୍କ ଝିଅ ନମିତା ଏବଂ ତାଙ୍କ ପେଟରେ ଥିବା ୫ ମାସର ଶିଶୁ । 

ଅଭିଯୋଗ ଆସିଛି ବଡ଼ମଠ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପୁଅ ଚଗଲି ଓ ତାଙ୍କ ପରିବାର ବିରୋଧରେ । ଯୌତୁକ ପାଇଁ ଶାଶୂଘର ଲୋକମାନେ ଝିଅକୁ ମାରିଦେଇଛନ୍ତି ବୋଲି ସନ୍ଦେହ କରି ଗୟାଧର ମହାକାଳପଡ଼ା ଥାନାରେ ଶାଶୁ ଶଶୁର, ଜ୍ବାଇଁ, ନଣନ୍ଦ ନାମରେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରେମ ପକ୍ଷୀଙ୍କ ପାଇଁ ଆଉ କଣ୍ଟା ସାଜିବେନି ଅସାମାଜିକ; ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା... 

ଗୟାଧର ପ୍ରଧାନଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ନମିତା ଗତ ବର୍ଷ ଜୁନ୍ ୨୨ରେ ବଡ଼ମଠ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପୁଅ ଚଗଲିଙ୍କୁ ବୈଦିକ ମତେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷ ଦାବି ମୁତାବକ ଦୁଇ ଲକ୍ଷ ଟଙ୍କା ସହ ସବୁ ଆନୁସାଙ୍ଗିକ ଯାନିଯୌତୁକ ଦିଆଯାଇଥିଲା । ମାତ୍ର ଶାଶୂଘର ଲୋକମାନେ ଅଧିକ ୫୦ ହଜାର ଟଙ୍କା ଦାବି କରି ବିଭିନ୍ନ ସମୟରେ ନମିତାଙ୍କୁ ମାରଧର କରୁଥିଲେ । ଗତ ୨୧ ତାରିଖ ସନ୍ଧ୍ୟାରେ ଶାଶୂଘର ଲୋକମାନେ ନମିତାଙ୍କୁ ମାଡ଼ ମାରିବା ସହିତ ବାପଘରୁ ଟଙ୍କା ଆଣିବା ପାଇଁ କହିଥିଲେ । 

ଏ ସମ୍ପର୍କରେ ନମିତା ଫୋନ୍ ଯୋଗେ ନିଜ ମା'ଙ୍କୁ ଜଣାଇଥିଲେ । ହେଲେ ୨୨ ତାରିଖ ସନ୍ଧ୍ୟାରେ ନମିତା ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜ୍ବାଇଁ ଚଗଲି ଫୋନ୍ କରି ଶ୍ବଶୁର ଗୟାଧରଙ୍କୁ ଜଣାଇ ତୁରନ୍ତ ଆସିବା ପାଇଁ କହିଥିଲେ । ଗୟାଧର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଝିଅ ମୃତ ବୋଲି ଜାଣିବାକୁ ପାଇଥିଲେ ।  

ସେପଟେ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ମୃତକଙ୍କ ଶାଶୁ ଘର ଲୋକଙ୍କୁ କରିବାକୁ ଦାବି କରିଥିଲେ । ସେମାନଙ୍କୁ ଗିରଫ କର ନଚେତ୍  ଶବ ବ୍ୟବଚ୍ଛେଦ ହୋଇ ପାରିବନି ବୋଲି ବାପା ଘର ଲୋକ ଅଡି ବସିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ମାଜିଷ୍ଟ୍ରେଟଙ୍କୁ ଡାକି ଶବ ବ୍ୟବଚ୍ଛେଦ କରାଇଛି ପୋଲିସ । ଅନ୍ୟ ପଟରେ ପୁଅର ସମ୍ପର୍କୀୟଙ୍କ କହିବା କଥା ନମିତା ଆତ୍ମହତ୍ୟା କରିଛନ୍ତି ।  ପୋଲିସ ଏ ଘଟଣାରେ ଚାରି ଜଣକୁ ଅଟକ ରଖିଛି ।