Advertisment

Women's Commission: ରାଜ୍ୟରେ ମହିଳାଙ୍କ ଉପରେ ବଢୁଛି ହିଂସା, ୭ ମାସ ହେଲା ଅଚଳ ରାଜ୍ୟ ମହିଳା କମିଶନ

ରାଜ୍ୟରେ ମହିଳାଙ୍କ ଉପରେ ଗୋଟିକ ପରେ ଗୋଟିଏ ହିଂସା, ଦୁଷ୍କର୍ମ, ଅତ୍ୟାଚାର ଘଟଣା ବଢ଼ି ଚାଲିଛି। ହେଲେ ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଫଳରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା। ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା। ଏସବୁ ଭିତରେ ନ୍ୟାୟ ଆଶାରେ ନିରାଶ ନିର୍ଯ୍ୟାତିତ ମହିଳା।

author-image
Saroj Kumar Jena
ଅଦ୍ୟତନ ହୋଇଛି
womens comission

womens comission

ରାଜ୍ୟରେ ମହିଳାଙ୍କ ଉପରେ ଗୋଟିକ ପରେ ଗୋଟିଏ ହିଂସା, ଦୁଷ୍କର୍ମ, ଅତ୍ୟାଚାର ଘଟଣା ବଢ଼ି ଚାଲିଛି। ହେଲେ ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଫଳରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା। ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା। ଏସବୁ ଭିତରେ ନ୍ୟାୟ ଆଶାରେ ନିରାଶ ନିର୍ଯ୍ୟାତିତ ମହିଳା।

Advertisment

ଅଧିକ ପଢନ୍ତୁ: ନ୍ୟୁକ୍ଲିୟର୍ ଡିଲ୍ ସାଇନ୍ ନକରି, ବଡ଼ ଭୁଲ କରିଛି ଇରାନ: ଟ୍ରମ୍ପ

ସ୍ବାମୀଙ୍କ ସହ ମିଶି ନଣନ୍ଦ-ନଣନ୍ଦେଇ ନିର୍ଯାତନା ଦେଉଥିବା ଅଭିଯୋଗରେ ନ୍ୟାୟ ପାଇଁ ବାରମ୍ବାର ରାଜ୍ୟ ମହିଳା କମିଶନଙ୍କ ଅଫିସକୁ ଦୌଡିଥିଲେ ବି ଏଠି ଗୁହାରି ଶୁଣିବାକୁ କେହି ନାହାନ୍ତି। ଖୋର୍ଦ୍ଧା ଭୁଷଣ୍ଡପୁରର ଲିଲି ବେହେରାଙ୍କ ପରି ରାଜ୍ୟରେ ପ୍ରତିଦିନ ମହିଳାଙ୍କ ଉପରେ ଘଟିଚାଲିଛି ଅକଥନୀୟ ନିର୍ଯାତନା, ଦୁଷ୍କର୍ମ ଭଳି ସଙ୍ଗୀନ ଘଟଣା। କିନ୍ତୁ ନିର୍ଯାତିତା ମହିଳାଙ୍କୁ ତ୍ବରିତ ନ୍ୟାୟ ଦେବା ହେଉ କି ସେମାନଙ୍କ ଅଭିଯୋଗର ଶୁଣାଣି କରି ସମାଧାନର ରାସ୍ତା ସୁଗମ କରିବା ପାଇଁ ଥିବା ରାଜ୍ୟ ମହିଳା କମିଶନ୍ ଅଚଳ। 7 ମାସ ହେଲା ଖାଲି ପଡ଼ିଛି ସମସ୍ତ 6 ସଦସ୍ୟାଙ୍କ ସହ ଖୋଦ୍ ଖୋଦ୍ କମିଶନ୍ ଅଧ୍ୟକ୍ଷା ପଦ। କେବଳ ଦୁଇ ଜଣ କାଉନସିଲରଙ୍କୁ ନେଇ ଚାଲିଛି କାମଚଳା ବ୍ୟବସ୍ଥା। ପ୍ରତିମାସରେ ପାଖାପାଖି କମିଶନଙ୍କ ପାଖକୁ ଦେଢ଼ଶହ ଅଭିଯୋଗ ଆସୁଛି। ହେଲେ ସେସବୁ ଅଫିସରେ ଖାଲି ଥାକମରା ହୋଇ ରହିବା ସାର।

ଏପଟେ ରବିବାର ରାତିରେ ଗୋପାଳପୁର ଲଜ୍ଜା ଭଳି ଗଣଦୁଷ୍କର୍ମ କାଣ୍ଡ ସାରା ରାଜ୍ୟକୁ ନିନ୍ଦିତ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁକରି ରାଜ୍ୟ ପୋଲିସ ଡିଜିଙ୍କୁ 3 ଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବିଡ଼ମ୍ବନା ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆମ ରାଜ୍ୟ ମହିଳା କମିଶନ୍ଙ୍କ ପାଖରେ ବଳ ନାହିଁ। ତେଣୁ ଏଠି ପ୍ରଶ୍ନ ରାଜ୍ୟର ଏହି ବୈଧାନିକ ପଦରେ ଥିବା ଅଧ୍ୟକ୍ଷା ମିନତୀ ବେହାରଙ୍କୁ ନୂଆ ସରକାର ବହଷ୍କାର କରିବାପରଠୁ ତାଙ୍କ ସ୍ଥାନରେ କାହିଁକି ନୂଆ ନିଯୁକ୍ତି ହୋଇପାରୁନି।ଏଭଳି ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥାକୁ ଅକର୍ମଣ୍ୟ ରଖାଯିବା ପଛର କାରଣ କଣ? ନିଯୁକ୍ତି ପଛରେ ରହିଛି କି ପ୍ରତିବନ୍ଧକ? ପୂର୍ବତନ ମହିଳା କମିଶିନ ସଦସ୍ୟା ଏବଂ ସ୍ବେଚ୍ଛାସେବୀ ଏହାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏତେସବୁ ପରେ ବି ଏକ ପ୍ରକାର ଭୁଶୁଡ଼ି ପଡ଼ିଥିବା ରାଜ୍ୟର ମହିଳା କମିଶନ୍ ଭଳି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥାକୁ କେବେ ସଂଜୀବନୀ ମିଳୁଛି ଏବେ ତା ଉପରେ ନଜର।

Advertisment

ଅଧିକ ପଢନ୍ତୁ: ଖବର ପ୍ରସାରଣ ବେଳେ ଷ୍ଟୁଡିଓ ଉପରେ ହମଲା; ଚାଲିଥିଲା ଲାଇଭ୍ ନ୍ୟୁଜ୍, ପଡ଼ିଲା ମିଜାଇଲ୍

Odisha Crime Against Women
Advertisment
Advertisment