ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଚଳିତ ସଂସ୍କରଣ। ପ୍ରଥମ ମ୍ୟାଚ୍ରେ ସାମ୍ନାସାମ୍ନି ହେବେ ଡିଫେଣ୍ତିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍। ନେଟ୍ସରେ ଖେଳାଳି ଜୋରଦାର ଅଭ୍ୟାସ। ଏଥର ରୋମାଞ୍ଚକ ହେବ ପ୍ରତିଟି ମ୍ୟାଚ୍।
ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।
ଫ୍ୟାନ୍ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।
ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ।
କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଇପିଏଲ ଖେଳିବାକୁ ଯାଉଛନ୍ତି ଋଷଭ ପନ୍ତ । ତେବେ ଦୁର୍ଘଟଣାରେ ଗମ୍ଭୀର ରୂପେ ଆହତ ହୋଇଥିବା ଋଷଭଙ୍କ ପାଇଁ ପୁଣି ଥରେ କ୍ରିକେଟକୁ ଓହ୍ଲାଇବା ଏତେ ସହଜ ନଥିଲା ।
ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ ।
ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।
ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି ।
Ravichandran Ashwin: ରେକର୍ଡ ପରେ ରେକର୍ଡ । ପୁଣି ଆଜି ଆଉ ଏକ ରେକର୍ଡ କରିଛନ୍ତି ଅଶ୍ୱିନ । ଭାରତରେ ଟେଷ୍ଟ ଖେଳିବାବେଳେ ୩୫୦ ୱିକେଟ୍ ପୂରଣ କରିଛନ୍ତି ଅଶ୍ୱିନ ।
Sachin-Amir: କଥା ଦେଇ କଥା ରଖିଲେ କ୍ରିକେଟ୍ ଜଗତର ଭଗବାନ । ପୂର୍ବତନ କ୍ରିକେଟ୍ର ସଚିନ ତେନ୍ଦୁଲକର ତାଙ୍କ ପ୍ରତିଶ୍ରୁତି ପାଳନ କରି କାଶ୍ମୀର ଗସ୍ତ ସମୟରେ ଜାମ୍ମୁ କାଶ୍ମୀର ପାରା କ୍ରିକେଟ୍ ଟିମ୍ର ଅଧିନାୟକ ଆମୀର ହୁସେନ୍ ଲୋନେଙ୍କୁ ଭେଟିଛନ୍ତି ।
ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍ ପାଇବ ବାରବାଟୀ ଷ୍ଟାଡିୟମ।
ଧୋନିଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି ମନୋଜ ତିୱାରୀ। ତେବେ ଏକ କାର୍ଯ୍ୟକ୍ରମରେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ରାଜକୋଟ୍ରେ ଟିମ୍ ଇଣ୍ତିଆର ଧମାକା। ଦମଦାର ବ୍ୟାଟିଂ ବଳରେ ଇଂଲଣ୍ତ ଆଗରେ ଠିଆ କରିଛି ବିଶାଳ ସ୍କୋର।
ପୁଣି ବିଶ୍ୱକପ୍ ହାରିଲା ଭାରତ । ଅଧାରେ ରହିଗଲା ବିଶ୍ବକପ୍ ବିଜୟର ସ୍ୱପ୍ନ । ପ୍ରଥମେ ସିନିୟର୍ ଟିମ୍, ଏବେ ଜୁନିୟର ଟିମ୍ କ୍ରିକେଟ୍ ପ୍ରେମୀଙ୍କୁ କରିଛନ୍ତି ନିରାଶ । ଭାରତକୁ ୭୯ ରନ୍ରେ ହରାଇଲା ଅଷ୍ଟ୍ରେଲିଆ...
ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇ ସିରିଜ୍କୁ ସମାନ ସ୍ଥିତିକୁ ଆଣିବା ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ମାଟିରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍?
ଭାରତରେ କ୍ରିକେଟ୍ ଖେଳର ଲୋକପ୍ରିୟତା ଯଥେଷ୍ଟ ଅଧିକ ରହିଛି । କିନ୍ତୁ ଏହି କ୍ରିକେଟ୍ ମ୍ୟାଚ୍ରୁ ଘଟିଛି କରୁଣ କାହାଣୀ...ସାଙ୍ଗକୁ ହତ୍ୟା କରିଛି ସାଙ୍ଗ...
୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ।
ଶେଷ ବଲରେ ମାତ୍ର ୨ ରନର ଆବଶ୍ୟକ ଥିବା ବେଳେ ରୋହିତ ପାଭିଲିୟନ ଫେରି ଯାଇଥିଲେ । ରୋହିତଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ପଠା ଯାଇଥିଲା । ସେବେ ସେ ସେପରି କାହିଁକି କରିଥିଲେ ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରିନଥିଲା ।
ଆଜି ବେଙ୍ଗଲୁରୁରେ ଖେଳାଯିବ ଭାରତ- ଆଫଗାନିସ୍ଥାନ ଟି-ଟ୍ୱେଣ୍ଟି ସିରିଜର ଅନ୍ତିମ ମ୍ୟାଚ । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭାରତ ୨-୦ ରେ ଆଗୁଆ ରହିଛି । ଟି-ଟ୍ୱେଣ୍ଟି ବିଶ୍ବକପ ପୂର୍ବରୁ ଭାରତ ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସ୍ୱିପ କରିବାକୁ ଲକ୍ଷ୍ୟ ରଖିଛି ।
ଷ୍ଟାଡିୟମକୁ ଷ୍ଟାଇଲରେ ଏଣ୍ଟ୍ରି ମାରଲେ ଡେଭିଡ୍ ୱାର୍ଣ୍ଣର । ବିଗ୍ ବାସ୍ ଲିଗ୍ ମ୍ୟାଚ ଖେଳିବା ଲାଗି ହେଲିକପ୍ଟରରେ ଗ୍ରାଉଣ୍ଡକୁ ପହଞ୍ଚିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର ।
ଦେଢ଼ ଦିନରେ ଶେଷ ହୋଇଗଲା ଖେଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟରେ ଭାରତର ଦମଦାର ବିଜୟ । ବିଜୟ ସହ ସିରିଜ ବରାବର କଲା ଭାରତୀୟ ଦଳ ।
କେପଟାଉନ ଟେଷ୍ଟରେ ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ । ଟ୍ରାଏଲ ବାଏ ଏଡ଼ାଇବାକୁ ଦକ୍ଷିଣ ଆଫ୍ରିକାର ସଂଘର୍ଷ । ଏବେ ବି ୩୬ ରନରେ ଅଗ୍ରଣୀ ରହିଛି ଭାରତ ।
ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳି ପରାଜୟ ଭୋଗିଥିଲା ଭାରତ । ତେବେ ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି ।
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପାଇଁ ଟିମ୍କୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ କରିଛି। ଏହାକୁ ନେଇ ଭାରତୀୟ କ୍ରିକେଟ୍ ମହଲରେ ଖୁବ ଚର୍ଚ୍ଚା ହେଉଛି। ଏହା ସହିତ ପ୍ରଶ୍ନ ଉଠିଛି ଯେ ଆଇପିଏଲ୍ରେ ଆଗକୁ କ’ଣ କରିବେ ରୋହିତ - ଅନ୍ୟ ଟିମ୍କୁ ଯିବେ, ଟିମ୍ରେ ରହିବେ ନା ଆଉ କିଛି ପଦକ୍ଷେପ ନେବେ?
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ବୋଲାଣ୍ଡ ପାର୍କ ଠାରେ ଭାରତୀୟ ସମୟ ଦିନ ୪ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ଏବେ ସୁଦ୍ଧା ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି ।