Advertisment

Rohit On Fire: ରୋହିତ ଶର୍ମାଙ୍କ ଛକା ମାଡ଼ରେ ଦୋହଲିଲା ପାକିସ୍ତାନ, ଭାଙ୍ଗିଲା ରେକର୍ଡ

ରୋହିତ କଲେ ଛକା ବର୍ଷା। ପାକିସ୍ତାନୀଙ୍କ ଉଡ଼ିଗଲା ଫ୍ୟୁଜ। ହିଟ୍ ମ୍ୟାନଙ୍କ ନାଁରେ ବିରଳ ରେକର୍ଡ। କୋଣରେ ବସି କାନ୍ଦୁଛନ୍ତି ସାହିଦ୍ ଆଫ୍ରିଦି । ଦିନିକିଆରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ରଚିଛନ୍ତି ନୂଆ କୀର୍ତ୍ତି।

author-image
Tapan Swain
Rohit Sharma

Rohit Sharma Photograph: (OTV)

ଝଡ଼ ହୋଇ ଆସିଲେ, ପଡ଼ିଆରେ ବିଧ୍ୱଂସ କଲେ, ଆଉ ଛକା ମାଡ଼ରେ ଭାଙ୍ଗିଦେଲେ ବଡ଼ ବଡ଼ ରେକର୍ଡ। ଦିନିକିଆରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ରଚିଛନ୍ତି ନୂଆ କୀର୍ତ୍ତି। ODIରେ ୩୫୨ ଛକା ମାରି ବିଶ୍ବ ରେକର୍ଡ ବନାଇଛନ୍ତି ରୋହିତ। ଏହାପୂର୍ବରୁ ଦିନିକିଆରେ ୩୫୧ ଛକା ମାରିଥିଲେ ପାକିସ୍ତାନୀ ଅଲରାଉଣ୍ଡର ସାହିଦ୍ ଆଫ୍ରିଦି। ହେଲେ ଏବେ ରୋହିତ ବନିଯାଇଛନ୍ତି ସିକ୍ସର କିଙ୍ଗ୍। ଆଉ ଆଫ୍ରିଦିଙ୍କ ରେକର୍ଡର ଉଡ଼ିଯାଇଛି ଧଜ୍ଜିଆ। ଏବେ ୩୩୧ ଛକା ସହ ତୃତୀୟ ସ୍ଥାନରେ କ୍ରିସ୍ ଗେଲ୍, ୨୭୦ ଛକା ସହ ୪ର୍ଥରେ ଜୟସୂରିଆ ଏବଂ ୨୨୯ ଛକା ମାରି ପଞ୍ଚମ ସ୍ଥାନରେ ମହେନ୍ଦ୍ର ସିଂ ଧୋନି ରହିଛନ୍ତି ।

Advertisment

୨୭୭ ଦିନିକିଆରେ ୩୫୨ଟି ଛକା

ଗତକାଲି ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ। ଯେଉଁଥିରେ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ହିଟମ୍ୟାନ୍। ପୂର୍ବରୁ ୩୯୮ ଦିନିକିଆରେ ୩୫୧ଟି ଛକା ମାରିଥିଲେ ସାହିଦ ଆଫ୍ରିଦି। ହେଲେ ୩୮ ବର୍ଷୀୟ ରୋହିତ ମାତ୍ର ୨୭୭ ଦିନିକିଆରେ ୩୫୨ଟି ଛକା ମାରିଛନ୍ତି। ଆଉ ବନିଯାଇଛନ୍ତି ଦିନିଆରେ ସବୁଠାରୁ ଅଧିକ ଛକା ମାରିଥିବା ବିଧ୍ୱଂସୀ ବ୍ୟାଟସମ୍ୟାନ୍। 

ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ତାହା ପ୍ରମାଣିତ ହୋଇଯାଇଛି । ମାତ୍ର ୪୩ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ନିଜ ଇନିଂସରେ ୫୧ ବଲରେ ୫୭ ରନ୍ କରିଥିଲେ। ଯେଉଁଥିରେ ତିନୋଟି ଛକା ଏବଂ ପାଞ୍ଚଟି ଚୌକା ସାମିଲ ଥିଲା। ଆଉଟ ହେବା ପୂର୍ବରୁ, ରୋହିତ ୧୦୯ ବଲରେ ବିରାଟ କୋହଲିଙ୍କ ସହ ୧୩୬ ରନର ଭାଗୀଦାରୀ କରିଥିଲେ।

Advertisment

Cricket Rohit Sharma
Advertisment
Related Articles
Advertisment