ଏକାଧିକ ବିଶ୍ୱକପ୍ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ଟିମ୍ର ନେତୃତ୍ୱ ନେଇଥିଲେ। ମିତାଲିଙ୍କ ନାଁରେ ରହିଛି ଏକାଧିକ ରେକର୍ଡ।
ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ
ଟିକେଟ୍ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।
କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ ।
ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।
ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ।
ଗୁଜୁରାଟ ଟାଇଟାନ୍ସର ମାଥ୍ୟୁ ୱେଡଙ୍କୁ ଆଉଟ୍ ଦିଆଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ । ଡ୍ରେସିଂ ରୁମରେ ପହଞ୍ଚି ସେ ଭଙ୍ଗାରୁଜା କରିଥିଲେ ।
ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।
ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍ ।
ଟିମ୍ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଛି।
ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ପୂର୍ବତନ କ୍ରିକେଟର୍ ଅରୁଣ ଲାଲ୍ । ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅରୁଣ ।
ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ କିରଣ ପୋଲାର୍ଡ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ପୋଲାର୍ଡ । ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ସେ ଦଳକୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରଥମ ଥର ପାଇଁ ଆଇପିଏଲ୍ ଇତିହାସରେ ଗୋଟିଏ ଦଳ କ୍ରମାଗତ ଭାବେ ୬ ଥର ପରାଜୟ ବରଣ କରିଛି । ଆଉ ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ ଟେବୁଲରେ କୌଣସି ଅଙ୍କ ମିଳିନାହିଁ ।
ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍ ଛାଡ଼ିଲେ ଜୋ ରୁଟ୍ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍ ।
ଏକ ରୋମାଞ୍ଚକର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ ୩ ୱିକେଟ୍ରେ ପରାସ୍ତ କରିଛି। ଗୋଟିଏ ନୋ ବଲ୍ ହିଁ ଏ ସବୁ କରିଦେଇଛି। ପରାଜୟ ସହିତ ସେମିଫାଇନାଲ୍ରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ଶେଷ ହୋଇଯାଇଛି।
ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା ।
ମହିଳା କ୍ରିକେଟ ବିଶ୍ୱକପ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୧୦୭ ରନ୍ର ବିରାଟ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟର ଆଜି ତୃତୀୟ ଦିନ । ଏହି ଟେଷ୍ଟରେ ଦମଦାର ସ୍ଥିତିରେ ରହିଛି ଟିମ୍ ଇଣ୍ତିଆ ।
ଶ୍ରୀଲଙ୍କା ଭାରତଠାରୁ ୪୬୬ ରନ୍ ପଛୁଆ ରହିଛି । ଆର୍.ଅଶ୍ୱିନ୍ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି । ଅଶ୍ୱିନ୍ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ଜାଡେଜା ଓ ଜସପ୍ରିତ ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।
ୱାନଡେ ଓ ଟିଟ୍ଵେଣ୍ଟି ପରେ ଏବେ ଟେଷ୍ଟରେ ମଧ୍ୟ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଆଜି ବିସିସିଆଇ ପକ୍ଷରୁ ରୋହିତଙ୍କୁ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
ତେବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଦଳରୁ ପୂଜାରା ଓ ରାହାଣେ ବାଦ ପଡିଥିବାର ସୂଚନା ମିଳିଛି । ଯଶପ୍ରୀତ ବୁମ୍ରାଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଫିଟ୍ ଘୋଷିତ ହେବା ପରେ ଦଳକୁ ଫେରିଛନ୍ତି ।
ପୂର୍ବରୁ ସଚିନ୍ ଓ ବିରାଟ ଦୁହେଁ ପରସ୍ପର ବିଷୟରେ ଅନେକ ଭାବନାତ୍ମକ ମୁହୂର୍ତ୍ତ ସେୟାର କରିଥିବାର ଦେଖିବାକୁ ମିଳିଛି । ନିକଟରେ ସଚିନ୍ ଏକ ସାକ୍ଷାତକାରରେ ବିରାଟ୍ଙ୍କ ସହ ଥିବା ଏକ ମୁହୂର୍ତ୍ତ ସେୟାର କରିବା ସହ ଭାବବିହ୍ୱଳ ହୋଇପଡିଥିଲେ।
ରୋହିତ ଶର୍ମା ଟିମ୍ ଇଣ୍ତିଆର କ୍ୟାପ୍ଟେନସିପ୍ ଭାର ନେବା ପରେ ଦଳରେ ଜିତିବାର ଜୋସ୍ ଦେଖିବାକୁ ମିଳିଛି । ସବୁ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରୋହିତ୍ ମ୍ୟାଚ୍ ମଧ୍ୟରେ ଟିମ୍ ମେମ୍ବରଙ୍କ ସହ ଠଟ୍ଟା ମଜା କରୁଥିବାର ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା ।