କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲରେ ଗୁଜରାଟର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହେଲେ ଜୁଲାଇରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ୍ର ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା ନେଇ ମୋବାଇଲ୍କୁ ମେସେଜ୍ ଆସିଥିଲା।
କୋଭିଡ ସଂକ୍ରମଣ ନେଇ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା,କେରଳ,କର୍ଣ୍ଣାଟକ,ମହାରାଷ୍ଟ,ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ।
କୋ ୱିନ ଆପ୍ର ସ୍ୱତନ୍ତ୍ର ସାଇଟ୍ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍ ଟିକା ମହଜୁଦ ରହିଛି ।
ଲୋକ ଢିଲା ହେବା ଅନୁଚିତ୍। ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ ମଧ୍ୟ କଟକଣା ରହିବା ଦରକାର। ଆମକୁ ସଚେତନ ରହିବା ଦରକାର, ନହେଲେ ବିପଦ ପୁଣି ବଢ଼ିବ ବୋଲି ଚେତାବନୀ ଦେଇଛନ୍ତି ଡିଏମ୍ଇଟି ।