• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଆସିଲା ଆଉ ଏକ ଖୁସି ଖବର । କିଶୋର କିଶୋରୀଙ୍କ ପାଇଁ ଆସିଲା ଆଉ ଏକ କରୋନା ଟିକା । ଏହି ଟିକା ୧୨ ବର୍ଷରୁ ୧୮ ବର୍ଷ ବୟସର ମଧ୍ୟରେ ଥିବା କିଶୋର କିଶୋରୀଙ୍କୁ ଦିଆଯିବ । ମିଳିଥିବା ସୂଚନା ଅନୁଯାୟୀ କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି ।

ଅନ୍ୟପଟେ ଦେଶରେ ଏବେ କରୋନା ସଂକ୍ରମଣ କାବୁରେ ରହିଛି । ତେବେ ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପେ ଆମକୁ ଛାଡ଼ି ଯାଇନାହିଁ । ତେଣୁ ପୁଣି ଏକ କରୋନା ଟିକାକୁ ଅନୁମତି ମିଳିବା ନିହାତି ଭାବେ ଖୁସି ଖବର । ସାରା ଦେଶରେ ଏବେ ମଧ୍ୟ ଟିକାକରଣ ଜାରି ରହିଛି । ଏମିତିରେ ଭାରତ ସରକାର ବାୟୋଲଜିକାଲ-ଇ’ର କୋର୍ବେଭାକ୍ସକୁ ଅନୁମତି ଦେଇଥିଲେ । କିନ୍ତୁ ସୋମବାର ଏହାକୁ ଡିସିଜିଆଇ ଅନ୍ତିମ ମଞ୍ଜୁରୀ ଦେଇଛନ୍ତି ।

ଗତବର୍ଷ ଡିସେମ୍ବରରରେ କରୋନାର ବୁଷ୍ଟର ଡୋଜ ପାଇଁ ହ୍ରାଇଦ୍ରାବାଦର କମ୍ପାନୀ ବାୟୋଲୋଜିକାଲ ଇ.ଲିମିଟେଡକୁ କୋର୍ବେଭାକ୍ସ ଭାକ୍ସିନ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିଥିଲା । ପ୍ରତି ମାସରେ ୧୦ କୋଟି ଟିକା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ସେପଟେ ଆସିବ କି କରୋନାର ଚତୁର୍ଥ ଲହର ? କାରଣ ଓମିକ୍ରନକୁ ନେଇ ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହାର ପରବର୍ତ୍ତୀ ଭ୍ୟାରିଆଣ୍ଟକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନର ପରବର୍ତ୍ତୀ ଭ୍ୟାରିଆଣ୍ଟ ଆହୁରି ଅଧିକ ସଂକ୍ରାମକ ହୋଇପାରେ ବୋଲି ସତର୍କ କରାଇଛି WHO । 

ବିଶ୍ୱରୁ ଟଳିନାହିଁ ବୈଶ୍ୱିକ ମହାମାରୀ କରୋନାର ଭୟାବହତା । ଶତାବ୍ଦୀର ସଂକ୍ରମଣ ସମୟେ ସମୟେ ରୂପ ବଦଳାଇ ନୂଅ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । କରୋନାର ଏଣ୍ଡେମିକ୍ ସ୍ଥିତି ନେଇ ଆକଳନ ମଧ୍ୟରେ ବିଶ୍ୱବାସୀଙ୍କୁ ପୁଣି ସଂକ୍ରମଣ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନ ମହାମାରୀ କରୋନାର ଶେଷ ଭାରିଏଣ୍ଟ ନୁହେଁ । ଆଗକୁ ବିପଦ ବି ବଢ଼ିପାରେ ଆଉ ତା ସହ ଭାଇରସ ତା ରୂପ ବଦଳାଇ ନୂଆ ରୂପରେ ଆସିପାରେ ବୋଲି WHO ପକ୍ଷରୁ ସତର୍କ କରାଇ ଦିଆଯାଇଛି । ତାସହ ଆହୁରି ଚେତାବନୀ ଦିଆଯାଇଛି ଯେ, କରୋନାର ନୂଆ ଭ୍ୟାରିଆଣ୍ଟର ଏଣ୍ଟ୍ରି , ଓ୍ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭଳି ହେବ । ଓମିକ୍ରନ ଠାରୁ ଏହା ଅଧିକ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।