ସରକାରକା ମାଲ୍ ଦରିଆ ମେ ଡାଲ୍ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାଁରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା । ଆଉ ଏଥିରେ ସାମିଲ ଅଛନ୍ତି ଠିକାଦାର ଠୁ ଯନ୍ତ୍ରୀ ।
କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି
ଲୋକେ ମରିସାରିଲେଣି, ତଥାପି ଉଠୁଛି ଭତ୍ତା ଟଙ୍କା । ପିଣ୍ଡିକି ଗାଁରେ ଗତ ମେ ଓ ଜୁଲାଇ ମାସରେ ଲୁଇଜା ନାୟକ ଓ ମାଥିଉ ନାୟକ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଅଜାଣତରେ ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଛି ।
ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା। ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ। ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍। ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ହୋଇଛି।
ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ।ଭଦ୍ରକ ବରଗଡ଼ା ସେବା ସମବାୟ ସମିତିରେ ମହା ଦୁର୍ନୀତି ।
ଗ୍ରାମାଞ୍ଚଳରେ ସରକାରୀ ଅର୍ଥ କେମିତି ଆତ୍ମସାତ୍ କରାଯାଉଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ସହ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ଆସିଛି ।
ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ବେସରକାରୀ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି।
ଓକାକ୍ ବିରୋଧରେ ବିଜେପିର ଦୁର୍ନୀତି ଅଭିଯୋଗ। ଥାନା ପାଇଁ ସିସିଟିଭି ଟେଣ୍ଡରରେ ଅନିୟମିତତା ।
ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଟେ କି ଦୁଇଟି ନୁହେଁ ଶହ ଶହ ଶିିକ୍ଷକଙ୍କ ନିଯୁକ୍ତି ବେଆଇନ୍ ଭାବେ ହୋଇଛି। ପ୍ରାୟ ୨୪ ବର୍ଷ ପୂର୍ବେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଏହି ଅନିୟମିତତାର ଗୁମର ଏବେ ଫିଟୁଛି।
ରାଉରକେଲା: ରାଉରକେଲାରେ ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ଅଫ୍ ଲିଗାଲ୍ ମେଟ୍ରୋଲୋଜିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସ, ଉଦିତନଗରରେ ଥିବା କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏଲ୍ଆଇସି କଲୋନୀ ସ୍ଥିତ E-24 ସରକାରୀ କ୍ୱାର୍ଟର୍ସକୁ ରେଡ୍ ପରେ ସିଲ୍ କରିଛି ଭିଜିଲାନ୍ସ। ରାଉରକେଲା ସହ ଭୁବନେଶ୍ୱର ପୋଖରୀପୁଟରେ ଥିବା […]