Advertisment

Pole Topples into Water: ପାଣିରେ ପଡିଲା କୋଟି କୋଟି ଟଙ୍କା, କାମ ନସରୁଣୁ ଝୁଲିପଡିଲାଣି ପୋଲ

ଖାମଖିଆଲି ଠିକାଦାର, ବେଫିକର ଗ୍ରାମ୍ୟ ଉନ୍ନୟନ ବିଭାଗ । ନିମ୍ନମାନର କାମ ଓ ଠିକାଦାରଙ୍କ ଖାମଖିଆଲି ଯୋଗୁଁ ପାଣିରେ ପଡିଛି କୋଟି କୋଟି ଟଙ୍କା । ଅଧାରୁ ଅଧା ବିଲ୍ ହୋଇସାରିଲାଣି । ହେଲେ ନିର୍ମାଣ ନ ସରୁଣୁ ପୋଲର ଏକ ସ୍ଲାବ ଧନୁ ଭଳି ବଙ୍କା ହୋଇ ଝୁଲିପଡିଛି ।

author-image
Tapan Swain
Bridge

Bridge Photograph: (OTV)

ପୋଲ ନିର୍ମାଣରେ ମହାଦୁର୍ନୀତି । ୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଭେଡେନ୍ ନଦୀ ଉପରେ ନିର୍ମାଣ ହେଉଥିବା ଏ ପୋଲକୁ ଟିକେ ଦେଖନ୍ତୁ । କେମିତି ବଙ୍କା ହୋଇ ଝୁଲିପଡିଛି । ପୋଲର ଗୋଟିଏ ସ୍ଲାବ ପୂରାପୂରି ବଙ୍କା ହୋଇଯାଇଛି । ଆପଣ ଭାବୁଥିବେ, ହୁଏତ କିଛି ନୂଆ ଷ୍ଟାଇଲରେ ପୋଲ ନିର୍ମାଣ ଚାଲିଛି । କିନ୍ତୁ ନା ! ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ନିର୍ମାଣ ନସୁରୁଣୁ ଏମିତି ଝୁଲିପଡିଛି ପୋଲ । 

Advertisment

ବିଜୁ ସେତୁ ଯୋଜନାରେ କୁଚିଣ୍ଡା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ଜୟପୁରଗଡରୁ ରାଜବନ୍ଧକୁ ନିର୍ମାଣ ହେଉଛି ଏହି ପୋଲ । ଏଥିପାଇଁ ୯ କୋଟି ୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି  । କିନ୍ତୁ ନିମ୍ନମାନର କାମ ଓ ଠିକାଦାରଙ୍କ ଖାମଖିଆଲି ଯୋଗୁଁ ପାଣିରେ ପଡିଛି କୋଟି କୋଟି ଟଙ୍କା । ଅଧାରୁ ଅଧା ବିଲ୍ ହୋଇସାରିଲାଣି । ହେଲେ ନିର୍ମାଣ ନ ସରୁଣୁ ପୋଲର ଏକ ସ୍ଲାବ ଧନୁ ଭଳି ବଙ୍କା ହୋଇ ଝୁଲିପଡିଛି ।

ଏଭଳି ନିମ୍ନମାନର କାମକୁ ନେଇ ଆଗରୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି ।  କିନ୍ତୁ ବେଫିକର ଠିକାଦାର ଓ ବେଫିକର ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଠି ସରକାର ନୁହେଁ, ଠିକାଦାରଙ୍କ ମର୍ଜିରେ ଚାଲିଛି କାମ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Advertisment

 ୨୦୨୨ ମସିହାରୁ ଆରମ୍ଭ ହୋଇ ୨୦୨୪ ସୁଦ୍ଧା ଏହି ବିଜୁ ସେତୁ ନିର୍ମାଣ ସରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏ ପର୍ଯ୍ୟନ୍ତ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଅନଭିଜ୍ଞ ଠିକାଦାର ଦ୍ୱାରା ନିମ୍ନମାନର କାମ ହେବା ଯୋଗୁଁ ପୋଲ ଧସିଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବିନା ବିଭାଗୀୟ ତଦାରଖରେ ମଧ୍ୟ କାମ ହେଉଥିବାର ହୋଇଛି ଅଭିଯୋଗ । 

ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ପାଣି ମାଡ଼ିଯିବାରୁ ପୋଲ ଧସିଥିବା କଥା ସ୍ବୀକାର କରିଛନ୍ତି । ଅନ୍ୟ ପଟେ ଠିକାଦାର ନିଜ ଖର୍ଚ୍ଚରେ ବଙ୍କା ହୋଇଥିବା ପୋଲକୁ ଭାଙ୍ଗି ପୁଣି ନିର୍ମାଣ କରିବା ନେଇ କହିବା ସହିତ ମାର୍ଚ୍ଚ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।

କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିମ୍ନମାନର କାମ, ଖୋଦ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହେଉଥିବା ବେଳେ, ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର... 

Corruption Bridge Construction
Advertisment
Related Articles
Advertisment