Advertisment

Vigilance Raid: ଭିଜିଲାନ୍ସ ଜାଲରେ ଆଉ ଜଣେ ପ୍ଲଟ୍ ପ୍ରେମୀ ସରକାରୀ ବାବୁ

ଭିଜିଲାନ୍ସ ଜାଲରେ ପୁଣି ଜଣେ କଳାଧନଠୁଳକାରୀ ବାବୁ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଂସଦାଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍। ୬ଟି ସ୍ଥାନରେ ହୋଇଥିବା ଚଢଉ ପରେ ସାମ୍ନାକୁ ଆସିଛି ବାବୁଙ୍କ କଳା ସମ୍ପତ୍ତିର କାରନାମା।

author-image
Debadatta Aryashrestha
Vigilance Raid

Vigilance Raid

ଭିଜିଲାନ୍ସ ଜାଲରେ ପୁଣି ଜଣେ ପ୍ଲଟ୍ ପ୍ରେମୀ ସରକାରୀ ବାବୁ। ଗୋଟିଏ କି ଦୁଇଟି ନୁହେଁ ବାବୁଙ୍କର ଅଛି ପାଖାପାଖି ୫୦ ପ୍ଲଟ୍। ବୌଦ୍ଧର ମୋଟର ଭେହିକିଲ୍ ଇନ୍ସପେକ୍ଟର ଗୋଲାପ ଚନ୍ଦ୍ର ହାଂସଦାଙ୍କ ଉପରେ ରେଡ୍ ପରେ ଏସବୁ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢଉ ବେଳେ ମାଳ ମାଳ ପ୍ଲଟ ସାଂଗକୁ ମିଳିଛି କଳାଧନ ପାହାଡର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର। ବାରିପଦା ସହର ଉପରେ ଗୋଲାପ ବାବୁଙ୍କ ଥିବା ୩୩ ଶହ ବର୍ଗ ଫୁଟର  ଆଲିଶାନ କୋଠା ଦେଖି ଭିଜିଲାନ୍ସ ତାଜୁବ। ଟେକ୍ନିକାଲ ଟିମ ସହାୟତାରେ କୋଠାର ମୂଲ୍ୟ ଆକଳନ କରାଯାଉଛି।

Advertisment

ଖାଲି ଏତିକି ନୁହେଁ  ଚଢଉ ବେଳେ ମିଳିଛି ୨ ଲକ୍ଷ ୩୮ ହଜାର ନଗଦ ଟଙ୍କା ସହ ବୀମା, ବ୍ୟାଙ୍କ ଓ ପୋଷ୍ଟାଲକୁ ମିଶାଇ ୧ କୋଟି ୧୦ ଲକ୍ଷ ଟଙ୍କାର ଜମା। ସେହିପରି ୫୦ ଗ୍ରାମର ୨ଟି ସୁନା ବିସ୍କୁଟ ସହ ୫୦୦ ଗ୍ରାମର ସୁନା ଗହଣା ଏବଂ ଅଢେଇ କିଲୋଗ୍ରାମର ରୂପା ଅଳଙ୍କାର ମଧ୍ୟ ଜବତ କରିଛି। ଏଥିସହ ଗୋଲାପଙ୍କ ଘରୁ ମିଳିଥିବା ଏକ ଡାଏରୀରେ ବେନାମୀ ଟଙ୍କା କାରବାରର ବିସ୍ତୃତ ତାଲିକା ଥିବା ସୂଚନା ଦେଇଛି  ଭିଜିଲାନ୍ସ।

୧୯୯୧ ମସିହାରେ ଆଇପିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଗୋଲାପ ଚନ୍ଦ୍ର ୨୦୦୩ ମସିହାରେ ଜୁନିୟର ଏମଭିଆଇକୁ ପଦୋନ୍ନତି ପାଇଥିଲେ। ପରେ ୨୦୨୦ ମସିହାରେ ଏମଭିଆଇ ଭାବେ ପଦୋନ୍ନତି ପାଇ ବୌଦ୍ଧ ଆରଟିଓ ଅଫିସରେ ପୋଷ୍ଟିଂ ହୋଇଥିଲେ। ହେଲେ ଚାକିରି କାର୍ଯ୍ୟକାଳ ସମୟରେ ବାବୁ କୋଟି କୋଟି ଟଙ୍କାର କଳା ଧନ ଠୁଳ କରିଥିବା ଅଭିଯୋଗ ହୋଇଛି। ଏମଭିଆଇ ଗୋଲାପଙ୍କ ଲିଙ୍କରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ ଜାରି ରଖିଛି। ଏହି ରେଡରେ ୪ ଡିଏସପି, ୭ ଇନସପେକଟରଙ୍କ ସମେତ ଅନ୍ୟ ଷ୍ଟାଫ୍ ସାମିଲ ଅଛନ୍ତି।

Advertisment
Disproportionate Assets Odisha Vigilance Corruption
Advertisment
Advertisment