• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corruption

Commission
ବିନା ଲାଞ୍ଚରେ ପତ୍ର ହଲୁନି; ‘ପିସି ପସନ୍ଦ ନହେଲେ ଫାଇଲ ଘୁଞ୍ଚୁନି’

‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି ।

PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...

Anti corruption day theme importance and significance
କାହିଁକି ବଢିଚାଲିଛି ଦୁର୍ନୀତି, କିପରି ହେବ ଅନ୍ତ ?

ଦିନକୁ ଦିନ ଦୁର୍ନୀତି ବଢି ଚାଲିଛି। ଏନେଇ ଏହାକୁ ରୋକିବା ନେଇ ଅନେକ ପଦକ୍ଷେପ ନିଆଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଦୁର୍ନୀତି ବଢିବାର ମୁଖ୍ୟ କାରଣ କ’ଣ ଆଉ ଏହାକୁ କିପରି ରୋକାଯାଇ ପାରିବ।

Rural road
ଫଳକ ଖୋଲିଲା ହରିଲୁଟ୍ ଗୁମର

ଗାଁଗହଳିର ଲୋକଙ୍କୁ ଭଲ ରାସ୍ତା ଖଣ୍ଡେ ଯୋଗାଇବାକୁ ସରକାରଙ୍କ ସୂଦୁରପ୍ରସାରୀ ଲକ୍ଷ୍ୟ-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ କେମିତି ଏ ଯୋଜନାରେ ଚାଲିଛି ହରିଲୁଟ୍, ଯାହାର ଚାକ୍ଷୁସ ପ୍ରମାଣ ଧରାପଡ଼ିଛି କୋରାପୁଟ ଜିଲ୍ଲା ଜୟପୁରରେ ।

Crime
ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।

Special Story | Locals allege corruption in excavation of pond in Boudh
ପୋଖରୀ ଖାଇଗଲେ ସରକାରୀ ବାବୁ

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। ଏମିତି ଅଭିଯୋଗକୁ ନେଇ ଆମର ସ୍ପେଶାଲ୍ ରିପୋର୍ଟ...

school
ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ୍ ଅଭିଯୋଗ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ

ପୂର୍ବତନ ପ୍ରଧାନ ଶିକ୍ଷକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ସ୍କୁଲ ସାମ୍ନାରେ ଧାରଣା ଦିଆଯାଇଛି ।

corruption
ଭିଜିଲାନ୍ସ ଜାଲରେ ବଡ଼ ମାଛ: ଯେତେ ଗଣିଲେ ବି ସରୁନି

ଭିଜିଲାନ୍ସ ଜାଲରେ ବଡ଼ ମାଛ । ତାପୁଣି କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ପଡ଼ିଛନ୍ତି ହାବୁଡ଼ରେ । ବିଡ଼ା ବିଡ଼ା ଟଙ୍କା, ମାଳ ମାଳ କୋଠାବାଡ଼ି । ଗଞ୍ଜାମ ଭଂଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି ଦେଖି ସମସ୍ତଙ୍କ ଆଖି ଖୋସି ହୋଇଯାଉଛି । ଗତକାଲି ରାତି ତମାମ ୨ଟି ମେସିନ୍ ଲଗାଇ ୧୨ ଜଣ ଭିଜିଲାନ୍ସ ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହୋଇଛନ୍ତି ।

corruption
ବ୍ୟବସ୍ଥା ସାରା ଚରିଗଲାଣି କି ଦୁର୍ନୀତି ? ଧରା ହେଉଛନ୍ତି ଜଣଙ୍କ ପରେ ଜଣେ ଯନ୍ତ୍ରୀ ?

ପୂର୍ବରୁ କିରାଣୀ ନଚେତ ତଳତଳିଆ କର୍ମଚାରୀ ପଡୁଥିଲେ ଭିଜିଲାନସ ଜାଲରେ । ଏବେ କିନ୍ତୁ ପାଳି ପଡିଛି ବଡ଼ବଡ଼ିଆ ବାବୁଙ୍କର

Project Unfinished
ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

ବର୍ଷ ପରେ ବର୍ଷ ବିତୁଛି, ପ୍ରକଳ୍ପର ବ୍ୟୟ ବି ବଢୁଛି। ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ କାମ ସରିବାରେ ନା ନେଉନି। କେବଳ ସରକାରୀ ଅର୍ଥ ଆତ୍ମସାତ୍‌ ହେଉଛି କହିଲେ ଅତ୍ୟୁକ୍ତି ହେବନି।

Special Story | Corruption Leaves Minor Irrigation Project Unfinished For 22 Years In Telkoi.
ଏ ସରକାର ଚେଇଁ ଶୋଇଛି !! ୨୨ ବର୍ଷ ହେଲାଣି ସରିପାରୁନି ଗୋଟିଏ ପ୍ରକଳ୍ପ?

କ୍ଷୁଦ୍ର ଜଳସେଚନ ବିଭାଗରେ ଚାଲିଛି ଭୟଙ୍କର ଦୁର୍ନୀତି। ୨୨ ବର୍ଷ ପରେ ବି ସରିପାରୁନି ପ୍ରକଳ୍ପ...୨୦୦୦ ମସିହାରେ ୪ କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ପ୍ରକଳ୍ପ ୨୦୨୨ରେ ୩୦ କୋଟିରେ ପହଞ୍ଚିଲାଣି। ହେଲେ ଏବେ ବି ସରିପାରିନି ପ୍ରକଳ୍ପର କାମ...ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କେବେ?

Jojonara Na Hariloot । Corruption In Cowshed Construction In Bolangir
ଗୁହାଳ ପାଇଁ ସରକାର ଦେଇଥିଲେ ଟଙ୍କା, ଗୁହାଳ ମିଳିଲାନି କିନ୍ତୁ ଖାଇଗଲେ ଟଙ୍କା

ଘରେ ମୂଳରୁ ଗାଈ କି ଛେଳି କିଛି ନାହିଁ। ହେଲେ ସେମାନଙ୍କ ନାଁରେ ଉଠିଛି ଲକ୍ଷାଧିକ ଟଙ୍କା। ଦୁର୍ନୀତିର ଚେର ଲମ୍ବିଛି....

Yojana Ra Na Hariloot - Corruption In This Check Dam Project Will Blow Your Mind
ଚେକ୍‌ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା, ତଳେ ପଥର ଦେଇ କଲେ ଦୁର୍ନୀତି

ଚେକ୍‌ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍‌ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍‌ ଚକ୍‌ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ

Jojanara Na Hariloot ।Massive Corruption At Talabasta Panchayat In Banki
ମଶାଣୀକୁ କାଗଜପତ୍ରରେ ପାର୍କ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଗାଁ ମଶାଣୀକୁ ପାର୍କ କରିବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଖାଲି ଶ୍ମଶାନ ନୁହେଁ, ସ୍କୁଲ ନାଁରେ ବି ଖାଇ ଦେଇଛନ୍ତି ଟଙ୍କା... ଯେତେ ଖୋଳିଲେ ସେତେ ବାହାରୁଛି ଦୁର୍ନୀତିର ଚେର…

Koraput Man Alleges Corruption In Biju Pucca Ghar Yojana
ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା

ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା। ପ୍ରକୃତ ହିତାଧିକାରୀ କିଛି ପାଉନାହାନ୍ତି , ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ସହାୟତା ମିଳୁଛି

Jojana Ra Hari Loot | Massive Corruption Alleged In Odisha । Know Details
ରାସ୍ତା ନିର୍ମାଣ କରିବେ କହିଲେ ଓଲଟି ପଥର ଚୋରି କରି ନେଇଗଲେ...

ରାସ୍ତା ତିଆରି କରିବା ନାଁରେ ଚୋରି କରିନେଉଛନ୍ତି ପଥର। ପ୍ରଶାସନର ନାକ ତଳେ ଚାଲିଛି ବେଧଡ଼କ ବ୍ଲାଷ୍ଟିଂ...ଦେଖନ୍ତୁ କେମିତି ଚାଲିଛି ଦୁର୍ନୀତି

Corruption
ଚାଉଳ ଦେବା ନାଁରେ ୫ ଜିଲ୍ଲାରେ ପ୍ରାୟ ୨୪ କୋଟି ଚଳୁ

ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି ।

Jojana Ra Hari Loot | Locals Allege Corruption In Bridge Project In Sundargarh
ଖୋଲିଲା ପୋଲର ପୋଲ୍, ୫୦ ମିଟର ପାଇଁ ୪୦ ଲକ୍ଷ ଖର୍ଚ୍ଚ

ଏମିତିକା ପୋଲ ଆପଣ କେବେ ହେଲେ ଦେଖିନଥିବେ। ମାତ୍ର ୫୦ ମିଟରର ଏହି ବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା। ହେଲେ ଏହି ଛୋଟିଆ ପୋଲ ଖୋଲି ଦେଇଛି ସମସ୍ତଙ୍କ ପୋଲ୍...

corruption
ମନେରଗା ମହାଦୁର୍ନୀତି : ସରକାରୀ ଅର୍ଥ ଆତ୍ମସାତ କରିବାର ନୂଆ ଉପାୟ, ଗୋଟିଏ ରାସ୍ତାକୁ ଦୁଇଥର କାମ

ସରକାରକା ମାଲ୍ ଦରିଆ ମେ ଡାଲ୍ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାଁରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା । ଆଉ ଏଥିରେ ସାମିଲ ଅଛନ୍ତି ଠିକାଦାର ଠୁ ଯନ୍ତ୍ରୀ ।

Yojana Ra Na Hariloot
ଟଙ୍କା ନେବେ ବୋଲି ମୋତେ ଖାତାପତ୍ରରେ ମାରିଦେଲେ ଏମାନେ

କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି

gajapati
ଚଞ୍ଚକତା କରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡପ ଅଭିଯୋଗ

ଲୋକେ ମରିସାରିଲେଣି, ତଥାପି ଉଠୁଛି ଭତ୍ତା ଟଙ୍କା । ପିଣ୍ଡିକି ଗାଁରେ ଗତ ମେ ଓ ଜୁଲାଇ ମାସରେ ଲୁଇଜା ନାୟକ ଓ ମାଥିଉ ନାୟକ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଅଜାଣତରେ ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଛି ।

Corruption Alleged In Insecticide Spray Machine In Nilagiri
ବିଲ୍ କରି ଟଙ୍କା ଚଳୁ ଚାଷୀ ପାଇନାହାନ୍ତି ମେସିନ୍

ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା। ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ। ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍। ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ହୋଇଛି।

Corruption Alleged In Baragada Cooperative Society, Bhadrak
ଚାଷୀ ଜାଣିନି ହେଲେ ତା ନାରେ କୋଟି କୋଟି ଟଙ୍କା ଋଣ

ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ।ଭଦ୍ରକ ବରଗଡ଼ା ସେବା ସମବାୟ ସମିତିରେ ମହା ଦୁର୍ନୀତି ।

coruption
ଜଳେଶ୍ୱରରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : କାମ ନହୋଇ ଉଠାଯାଇଛି ପ୍ରାୟ ୩୫ ଲକ୍ଷ ଟଙ୍କା

ଗ୍ରାମାଞ୍ଚଳରେ ସରକାରୀ ଅର୍ଥ କେମିତି ଆତ୍ମସାତ୍ କରାଯାଉଛି ତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କଳମା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ସହ ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର ଅଭିଯୋଗ ଆସିଛି ।

Corruption In Issuance Of Death Certificate
ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ !

ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ବେସରକାରୀ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ  ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାପଡ଼ିଛି।