/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659701669.jpg)
41 school students test Covid positive in Odisha
ଗୋଟିଏ ଉଚ୍ଚ ବିଦ୍ୟାଳୟରୁ ୪୧ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଗତ ବୁଧବାର ୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ପରେ ଗତକାଲି ଆଉ ୨୯ ଜଣ ପଜିଟିଭ ବାହାରିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ସ୍କୁଲ ପରିସରରେ ଆଇସୋଲେସନରେ ରଖାଯିବା ସହ ସେମାନଙ୍କର ଚିକିତ୍ସା କରାଯାଉଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ସ୍କୁଲ୍ରେ ଗୋଟିଏ ଦିନରେ ଏତେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ହଷ୍ଟେଲର ଅନ୍ୟ ଛାତ୍ରୀଙ୍କ ଆଜି ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।
ତେବେ ଆଜି ଗୋଟିଏ ଦିନରେ ଗୋଟିଏ ସ୍କୁଲ୍ରୁ ଏତେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବେ ଚିନ୍ତା ବଢ଼ିଛି । ଏହାସହ କରୋନାର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି ।
ଅନ୍ୟପକ୍ଷେ, ଆଜି ରାଜ୍ୟରେ କରୋନା ସଂକ୍ରମଣରେ ୮୦୦ ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୮ ଶହ ୩୬ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୮୮ ଏବଂ ଲୋକାଲ କେସ୍ ୩୪୮ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୯ ଜଣ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ଓ ଖୋର୍ଦ୍ଧାରୁ ୧୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୭୩୦୯କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୬ ହଜାର ୧୮୧ ଥିବା ବେଳେ ଏଯାଏଁ କରୋନାରୁ ୧୩ ଲକ୍ଷ ୧୯୩୦ ଆକ୍ରାନ୍ତ ସୁସ୍ଥ ହେଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)