ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍ । ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି। ଯଦୁପୁର ଭଡ଼ାଘରୁ ୨ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ଧରିଲା ପୋଲିସ। ୨୬ ଲକ୍ଷର ବ୍ରାଉନସୁଗାର ଜବତ। କିଙ୍ଗପିନକୁ ଧରିବା ପାଇଁ ମିଶନ୍ ଜାରି ।
ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ।
ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।
୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ । ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ ।
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ...
ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ ।
ବାଉନସରଙ୍କ ନାଁରେ ଅପାରାଧିକ ମାମଲାର ଖୋଳତାଡ଼ କରିବ ପୋଲିସ । PSARA ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ ।
ଚନ୍ଦକା, ଇନ୍ଫୋସିଟ, ଭରତପୁର, ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଛି।
ସୁଙ୍କିର ଘର ଝାରସୁଗୁଡ଼ାରେ। ୨୦୦୫ରେ ନିଜ ଯା’କୁ ହତ୍ୟା କରି ୧୨ ବର୍ଷ ଜେଲ୍ ଯାଇ ଫେରିଥିଲା ସୁଙ୍କି।
ରାୟଗଡ଼ାର ଠିକାଦାର ମନୋଜ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି, ଭିଜିଲାନ୍ସ ଅଫିସ୍ କାମର ଠିକା ଦେବାର ଲୋଭ ଦେଖାଇ ତାଙ୍କଠୁ ୭ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି ମନୋଜ କୁମାର ମାଝୀ।
ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ । ଆପ୍ଲିକେସନ ଜରିଆରେ କ୍ରାଇମ ପ୍ଲଟକୁ ଠାବ କରିବ ପୋଲିସ ।
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୋଲିସର ପୋଷ୍ଟର ପ୍ଲାନ୍ । ଭୁବନେଶ୍ୱରର ବିଭିନ୍ନ ଛକ, ବଜାରରେ ଅପରାଧିଙ୍କ ପୋଷ୍ଟର ମାରି, ଧରେଇଦେବାକୁ ଲୋକଙ୍କ ସହଯୋଗ ଲୋଡ଼ିଛି କମିଶନରେଟ୍ ପୋଲିସ୍ ।
ପୋଲିସ ପାରିଲାନି...ଲୋକେ ପାରିବେ ! ରାଜଧାନୀରେ ଲାଗିଲା ଆପାର୍ଟମେଣ୍ଟ ଲୁଟେରାଙ୍କ ୱାଣ୍ଟେଡ୍ ପୋଷ୍ଟର । ବସ୍ ବେ' ରେ, ଇଲେକ୍କ୍ରି ଖୁଣ୍ଟରେ, କାନ୍ଥରେ, ବାଡ଼ରେ।
କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ସଂପୃକ୍ତ ଅଫିସରକୁ ତାଲିମ ଦେବେ ।
୨୦୨୩ କମିଶନରେଟ ପୋଲିସ ପାଇଁ ଥିଲା ଏକ ପ୍ରକାର ବିଫଳତାର ବର୍ଷ । ଅକ୍ଟୋବର ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରା ହୁଅନ୍ତୁ ଅବା ଏଟିଏମ ଲୁଟେରା । ସବୁ ମାମଲାରେ ପୋଲିସ ଫେଲ ମାରିଥିଲା ।
ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।
ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ ।
ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।
ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ସୋମବାର ଠାରୁ ରାତିରେ ସମସ୍ତ ଛକରେ ମଦ୍ୟାପାନ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।
ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି।
ଚୋରି ଜିନିଷ ଲୋକଙ୍କୁ ଫେରାଉଛି ପୋଲିସ। ଆଉ ନିଜ ଜିନିଷ ଫେରି ପାରିବା ପରେ ଖୁସି କହିଲେ ନ ସରେ। କାହାର ୬ ମାସ ପୂର୍ବରୁ ଘରୁ ମୋବାଇଲ ଚୋରି ହୋଇଯାଇଥିଲା ତ ଆଉ କିଏ ଦଶହରା ବୁଲିବାକୁ ଯାଇ ଲୁଟର ଶିକାର ହୋଇଥିଲା।
ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍।
ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ ।
ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍ଙ୍କର ।