ନିଜକୁ ମୌଲାନା କହି ଲୋକଙ୍କ ଘରେ କଳା କନା ବୁଲାଉଥିବା କଟକର ଠକ ୪୨୦ କୈଫ ଖାନ୍ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଗୁପ୍ତଧନ ଦେବାକୁ କହି ମହିଳାଙ୍କୁ ୬୨ ଲକ୍ଷ ଚୂନା ଆରୋପ ପରେ ସାମ୍ନାକୁ ଆସିଲା ଆଉ ୨ ସଙ୍ଗୀନ ମାମଲା। ଏପଟେ କୈଫ୍ ଲୋକଙ୍କୁ ଠକି ସେୟାର ମାର୍କେଟରେ ନିବେଶ ସାଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୋଲିସ ଜାଣିବାକୁ ପାଇଛି
ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ରାୟପୁରରୁ ୪ ଜଣ ଡକାୟତଙ୍କୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାଡ୍ ।
ଆସୁଛି ପାର୍ବଣ। ପାର୍ବଣକୁ ନେଇ ଏବେ ଚିନ୍ତାରେ ପୋଲିସ। କେମିତି ଟ୍ରାଫିକ ନିୟନ୍ତ୍ରଣ ହେବ, କେମିତି ଅପରାଧ ନିୟନ୍ତ୍ରଣ ହେବ ? ଆଜିଠୁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ। ଦୀର୍ଘ ୨ ବର୍ଷର କୋଭିଡ କଟକଣା ପରେ ଏଥର ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ। ଭିଡ ମଧ୍ୟ ଅସମ୍ଭାଳ ହେବ। ଏହାକୁ ଦୃଷ୍ଟିରେ ରଖି ସବୁପ୍ରକାର ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ତଥାପି ପୂଜା ମଣ୍ଡପରେ ଭିଡ ସମ୍ଭାଳିବା ପୋଲିସ ପାଇଁ ବଡ ଚାଲେଞ୍ଜ ହେବ।
ଶ୍ୱେତାଙ୍କ ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କ ଘର ଆଗର ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଗତକାଲି ରାତି ୧୦ଟା ୧୭ ମିନିଟ୍ରେ ସୌମଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକ୍ରେ କୁଆଡ଼େ ବାହାରି ଯାଇଥିଲେ।
ଭକ୍ଷକ ସାଜିଲା ରକ୍ଷକ। ଶେଷରେ ପଦାରେ ପଡ଼ିଲା ପୋଲିସ୍ ବାବୁଙ୍କ କଳା କାରନାମା। ୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗରେ ଜଣେ କନଷ୍ଟେବଲଙ୍କୁ ଗିରଫ କରାଯାଇଛି।
କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।
କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ ମଲ୍ଲିକଙ୍କୁ IUCAWକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି ।
ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି ବୋଲି ସୂଚନା ଦିଆଯାଇଛି। ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ସମ୍ପର୍କରେ ଏହି ଶାଖା ଅନୁସନ୍ଧାନ କରି ପଦକ୍ଷେପ ନେବେ।
ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏହାସହ କମିଶନରେଟ୍ ପୋଲିସ ଅଞ୍ଚଳରେ ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି।
କେବିଏନ୍ ଗ୍ରୁପ୍ର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ଘରେ ପଶି ଖାନ୍ତଲାସି କରୁଛି କମିଶନରେଟ୍ ପୋଲିସ । ଘର ଛାତ ଭାଙ୍ଗୁଛି, ଚଟାଣ ବି ତାଡ଼ୁଛି ପୋଲିସ ।
ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ପୋଲିସର ତନାଘନା। ଫୁଲବାଣୀରେ ଆତ୍ମସର୍ପଣ କରିଥିବା ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ।
ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍କୁ ସୁରାକ୍ ମିଳିଛି। ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍ ନେଇଥିବା କାର୍ର ସନ୍ଧାନ ମିଳିଛି। ପୋଲିସ କାର୍କୁ ଜବତ କରି ତଦନ୍ତ ଚଳାଇଛି।
ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ ।
’ଦୁର୍ଗାପୂଜାରେ ଅମାନିଆ ଲୋକଙ୍କୁ କ୍ଷମା ମିଳିବନି । ନିମୟ ଖିଲାପ କଲେ ଦଣ୍ଡ । ମନଇଚ୍ଛା ବୁଲିଲେ ମାମୁଁଘର ଯିବାକୁ ପଡ଼ିବ । ପାର୍ବଣ ବେଳେ ଅପରାଧୀଙ୍କ ଉପରେ ରହିବ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପୋଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କେବଳ ଜୁନ୍ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧତ୍କ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି।
ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।