/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651051196.jpg)
Chilika MLA Prashant Jagdev
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଜେଲ୍ରୁ ମୁକୁଳିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନ୍ତରୀଣ ଜାମିନ ବଳରେ ସେ ଜେଲ୍ରୁ ବାହାରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ବାଣପୁର କୋର୍ଟରେ ଦାଖଲ ପରେ ସେ ଜେଲ୍ରୁ ମୁକୁଳିଥିବା ଜଣାପଡ଼ିଛି।
ଜେଲ୍ରୁ ବାହାରିବା ପରେ ତାଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା। ତେବେ ଜେଲ୍ରୁ ମୁକୁଳି ଥିଲେ ମଧ୍ୟ ୭ ଦିନ ପରେ ପୁଣି ସରେଣ୍ଡର ପାଇଁ ବିଧାୟକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ପ୍ରଶାନ୍ତଙ୍କ ଓକିଲ ବାଣପୁର କୋର୍ଟରେ ଜାମିନ ଅର୍ଡର ଦାଖଲ କରିଥିଲେ। ଏହାପରେ ୧ ଲକ୍ଷ ଟଙ୍କାର ସିକ୍ୟୁରିଟି ବଣ୍ଡ୍ ସହ ୨ଜଣ ଜାମିନିଦାରଙ୍କ ବଦଳରେ ପ୍ରଶାନ୍ତଙ୍କୁ ଜାମିନ ମିଳିଥିଲା।
ସୂଚନାଥାଉ କି, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ। ଏହାପରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ।
ଘଟଣା ପରେ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ। ଏହାପରଠୁ ସେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ଓ ସେ ଜେଲ୍ ଯାଇଥିଲେ। ଜେଲ୍ରୁ ମୁକୁଳିବା ପାଇଁ ପ୍ରଶାନ୍ତ ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)