/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749122373.jpg)
Naxal Leader Killed
ପୁଣି ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ଛତିଶଗଡ ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ନିହତ ହୋଇଛି ଜଣେ ହାର୍ଡକୋର ମାଓ ନେତା । ତା' ନାଁ ସୁଧାକର ଏବଂ ତା ମୁଣ୍ଡରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି । ଡିଆରଜି କୋବ୍ରା ଓ ଏସଟିଏଫ ଯବାନଙ୍କ ମିଳିତ ଅଭିଯାନରେ ଏହି ସଫଳତା ମିଳିଛି । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ହାର୍ଡକୋର ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଡିଆରଜି କୋବ୍ରା ଓ ଏସଟିଏଫ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଜି ଭୋର୍ରୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ଏଥିରେ ମାଓ କ୍ୟାଡରର ସେଣ୍ଟ୍ରାଲ କମିଟି ସଦସ୍ୟ ସୁଧାକର ନିହତ ହୋଇଛି । ସେ ଜଣେ ମୋଷ୍ଟୱାଣ୍ଟେଡ ମାଓ ନେତା ଥିବା ଜଣାପଡିଛି ।
ଅଧିକ ପଢନ୍ତୁ: ପୁଅ ତ ଚାଲିଗଲା, ତା' ଶରୀରକୁ ଖଣ୍ଡ ଖଣ୍ଡ କରନି... ଆଖି ଓଦା କରିଦେବ ବାପାଙ୍କ କୋହଭରା କଥା
ଗତ କିଛି ଦିନ ହେବ ଛତିଶଗଡ଼ରେ ଜାରି ରହିଛି ନକ୍ସଲ ନିପାତ ଅଭଯାନ । ସୁରକ୍ଷାକର୍ମୀଙ୍କ ଗୁଳିରେ ବହୁ ହାର୍ଡକୋର ମାଓବାଦୀ ଓ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଗତ ମାସରେ ସୁରକ୍ଷାବାହିନୀର ଏକ ବଡ଼ ଅପରେସନରେ ଶୀର୍ଷ ମାଓନେତା ବାସବରାଜୁ ନିହତ ହୋଇଥିଲା । ଏକା ମାଡ଼କେ ଏହି ଟପ୍ ମାଓନେତା ସମେତ ୩୦ ଜଣ ମାଓବାଦୀ ସଫା ହୋଇଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)