/odishatv-khabar/media/post_attachments/uploadimage/library/16_9/16_9_0/s_1697268885.jpg)
Cash worth 42 cr seized from contractor residence during IT raids in Karnataka
ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି । ବେଡ୍ ତଳୁ ମିଳିଲା ପେଟି ପେଟି ଟଙ୍କା । ଗଣିବା ବେଳକୁ ୨୩ଟି ବାକ୍ସରେ ଥିଲା ମୋଟ୍ ୪୨ କୋଟି ଟଙ୍କା । ଖଟ ତଳେ ୪୨ କୋଟି ଟଙ୍କା, ଆଉ ସବୁଯାକ ୫ ଶହ ଟଙ୍କିଆ ନୋଟ୍ ।
ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ । କଣ୍ଟ୍ରାକ୍ଟର ଅମ୍ବିକାପତି ଓ ତାଙ୍କ କର୍ପୋରେଟର ପତ୍ନୀ ଅଶ୍ୱତ୍ଥାମାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଆୟକର ବିଭାଗ ଚଢ଼ାଉ କରି ନଗଦ ୪୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ।
ଘଟଣା ସଂପର୍କରେ କାହାର ପ୍ରତିକ୍ରିୟା ହସ୍ତଗତ ହୋଇନଥିଲେ ବି, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହାକୁ ନେଇ ସରଗରମ ହୋଇଛି ଉଭୟ କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜନୀତି । କାରଣ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ୍ ଥିବାବେଳେ, କର୍ଣ୍ଣାଟକର କ୍ଷମତାସୀନ କଂଗ୍ରେସ ଏହି ଟଙ୍କାକୁ ତେଲେଙ୍ଗାନାରେ ଭୋଟ୍ କିଣିବାକୁ ପଠାଉଥିଲା ବୋଲି ବିଜେପି ଅଭିଯୋଗ କରିଛି ।
ଏହି ଟଙ୍କା ବିଲ୍ଡର୍, ସୁନା ବ୍ୟବସାୟୀ ଓ ଠିକାଦାରଙ୍କ ଠାରୁ ଟିକସ ଭାବେ ଆଦାୟ କରାଯାଇଥିଲା । ଏହାକୁ ମିଶାଇ ମୋଟ୍ ୧୫ଶହ କୋଟି ଟଙ୍କା ବେଙ୍ଗାଲୁରୁରୁ ଚେନ୍ନାଇ ଦେଇ ହାଇଦ୍ରାବାଦ ଯିବାର ଥିଲା ବୋଲି ଅଭିଯୋଗ ହୋଇଛି । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସୂଚନା ଅନୁସାରେ, କଣ୍ଟ୍ରାକ୍ଟର ଅମ୍ବିକାପତି, ଯିଏକି କର୍ଣ୍ଣାଟକରେ ବିଜେପି ସରକାର ଥିବାବେଳେ, ବିଜେପି ବିଧାୟକଙ୍କ ବିରୋଧରେ ୪୦ ପ୍ରତିଶତ କମିଶନ ନେଉଥିବା ପୂର୍ବରୁ
ଅଭିଯୋଗ ଆଣିଥିଲେ । ଆଉ ଆଜି ତାଙ୍କ ବେଡ୍ ତଳୁ ମିଳିଛି ନଗଦ ୪୨ କୋଟି ଟଙ୍କା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)