Advertisment

ମ୍ୟୁନିସିପାଲ ଅଧିକାରୀଙ୍କ ଘରେ ରେଡ୍; କାର୍ଟୁନ ବକ୍ସରୁ ମିଳିଲା ନଗଦ ୩ କୋଟି ଟଙ୍କା...

କାର୍ଟୁନ ବକ୍ସରୁ ମିଳିଛି ନଗଦ ୩ କୋଟି ଟଙ୍କା। ଜଣେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଘରୁ ଏତେ ପରିମାଣର ସଂପତ୍ତି ବାହାରିବା ପରେ ଟେରା ହୋଇଯାଇଛନ୍ତି ଦୁର୍ନୀତି ନିବାରଣ ବ୍ୟୁରୋ କର୍ମଚାରୀ।

author-image
Sujit kumar Swain
3 Crore Cash

3 Crore Cash

ଘରୁ ମିଳିଲା ବିଡ଼ା ବିଡ଼ା ନଗଦ ଟଙ୍କା ଓ ସୁନା । କାର୍ଟୁନ ବକ୍ସରୁ ମିଳିଛି ନଗଦ ୩ କୋଟି ଟଙ୍କା। ଜଣେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଘରୁ ଏତେ ପରିମାଣର ସଂପତ୍ତି ବାହାରିବା ପରେ ଟେରା ହୋଇଯାଇଛନ୍ତି ଦୁର୍ନୀତି ନିବାରଣ ବ୍ୟୁରୋ କର୍ମଚାରୀ। 

Advertisment

ତେଲେଙ୍ଗାନା ନିଜାମାବାଦ ମ୍ୟୁନିସିପାଲ କର୍ପୋରେସନର ଅଧୀକ୍ଷକ ତଥା ରାଜସ୍ୱ ଅଧିକାରୀ ଦାସାରି ନରେନ୍ଦ୍ର କୁମାରଙ୍କ ଘରେ ଚଢାଉ କରି ଦୁର୍ନୀତି ନିବାରଣ ବ୍ୟୁରୋ ପାଇଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍ ଓ ସୁନା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ନଗଦ ୩ କୋଟି ଟଙ୍କା ୫୧ ଭରି ସୁନା ଗହଣା ଓ ୧୭ଟି ପ୍ଲଟ ସମ୍ବନ୍ଧିତ କାଗଜ ଜବତ କରାଯାଇଛି। ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି ୧୦ ଲକ୍ଷ ଟଙ୍କା ରହିଛି । 

ଏପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ବ ହେବ । ୫ ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇଥିଲେ ନରେନ୍ଦ୍ର କୁମାର। ଜଣେ ମୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଘରୁ ଏତେ ପରିମାଣର ଆୟବହିର୍ଭୂତ  ସମ୍ପତ୍ତି ଠାବ ହେବା ତେଲେଙ୍ଗାନାରେ ପ୍ରଥମ ଘଟଣା ବୋଲି ଜଣାପଡିଛି । ଏବେ ବି ଚଢାଉ ଜାରି ରହିଛି ।

Advertisment

Cash Seized
Advertisment
Advertisment