Advertisment

ରାଜଧାନୀରେ ପୁଳା ପୁଳା ଟଙ୍କା; ଗାଡ଼ିରୁ ଜବତ ହେଲା ୩ ଲକ୍ଷ ୬୦ ହଜାର

କଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Cash Siezed

Cash Siezed

ରାଜଧାନୀରୁ ଚେକିଂ ବେଳେ ମିଳିଲା ପୁଳା ପୁଳା ଟଙ୍କା। ଲକ୍ଷାଧିକ ଟଙ୍କା ଗାଡ଼ିରୁ ଜବତ ହୋଇଛି। ଭୁବନେଶ୍ୱରରେ କାରରୁ ମିଳିଲା ୩ ଲକ୍ଷ ୬୦ ହଜାର ଟଙ୍କା। ଗତକାଲି ରାତିରେ ବ୍ଲକିଂ କରି ପୋଲିସ ଯାଞ୍ଚ କରିବା ବେଳେ ଗୋଟିଏ କାରରୁ ପୁଳା ପୁଳା ଟଙ୍କା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟଙ୍କା ସହ ଗାଡ଼ିକୁ ଜବତ କରିବା ସହ ଅଧିକ ଖୋଳତାଡ ଚଳାଇଛି।

Advertisment

କାହାର ଏହି ଟଙ୍କା ? କୁଆଡ଼େ ଯାଉଥିଲା ? ଟଙ୍କାର ଉତ୍ସ କଣ ? କଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି। ସେଥିପାଇଁ ପୋଲିସ ଟଙ୍କାଙ୍କୁ ଜବତ କରି ଚନ୍ଦ୍ରଶେଖରପୁର ଥାନାରେ ରଖିଛି।

ଗାଡ଼ିରେ ଯାଉଥିବା ବ୍ୟକ୍ତି ପୋଲିସକୁ କହିଛନ୍ତି ଯେ, ଗୋଟିଏ ପାଣି କମ୍ପାନି ରହିଛି ସାତଶଙ୍ଖ ପୁରୀରେ। ସେ ତାଙ୍କ କମ୍ପାନିର କର୍ମଚାରୀ ମାନଙ୍କୁ ଟଙ୍କା ଦେବା ପାଇଁ ନେଉଥିଲେ। ହେଲେ ଏହା ପ୍ରକୃତରେ କେତେ ସତ ତାହା ପୋଲିସ ତଦନ୍ତ କରୁଛି। ଏବେ ନିର୍ବାଚନ ମୁଣ୍ତ ଉପରେ ଥିବାରୁ ରାଜଧାନୀରେ ଗାଡ଼ି ଚେକିଂ ଜୋରଦାର ଚାଲିଛି।

Advertisment

ସେପଟେ ସୁବର୍ଣ୍ଣପୁର ବିନିକାରୁ ବୁଲେଟ୍ ଡିକିରୁ ମିଳିଲା ୧ ଲକ୍ଷ ୯୫ ହଜାର ଟଙ୍କା। ନିର୍ବାଚନ ପୂର୍ବରୁ କଡ଼ାକଡ଼ି ଯାଞ୍ଚ ବେଳେ ଏତେ ପରିମାଣର କ୍ୟାସ୍ ଜବତ ହୋଇଛି। ବାଇକରେ ଟଙ୍କା ନେଇ ଯାଉଥିବା ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ନଗଦ ଟଙ୍କା କୁଆଡ଼େ ନିଆଯାଉଥିଲା? କାହାକୁ ଦିଆଯିବ ସେ ସବୁ ସମ୍ପର୍କରେ ଏବେ ତଦନ୍ତ ଚାଲିଛି। ୬ ତାରିଖ ଦିନ ବିନିକା କଲେଜ୍ ଛକରେ ପୋଲିସ୍ ନାକାବନ୍ଦି ବେଳେ ମିଳିଥିଲା ୫୫ ଲକ୍ଷରୁ ଅଧିକ ଟଙ୍କା।

ଝାରସୁଗୁଡ଼ାରେ ମଧ୍ୟ ଏକ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କଲା ସର୍ଭେଲାନ୍ସ ଟିମ୍‌। ବେଲପାହାଡ଼ ଥାନା ଗୌଡ଼ପଡ଼ା ଛକରୁ ଗାଡ଼ିକୁ ଜବତ କରାଯାଇଛି। ଜବତ ଗାଡ଼ି ସହ ଜଣେ ଅଟକ ରହିଛନ୍ତି। ଛତିଶଗଡ଼ ପଟୁ ଆସିବା ବେଳେ ଗାଡ଼ି ଜବତ ହେବା ସହ ଅଟକ ବ୍ୟକ୍ତି ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି।

Cash Seized
Advertisment
Advertisment