/odishatv-khabar/media/post_attachments/uploadimage/library/16_9/16_9_0/Dipali_Das_1684129763.jpg)
Dipali Das
ଶପଥ ନେଲେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଦୀପାଳୀଙ୍କୁ ବିଧାନସଭାରେ ଶପଥ ପାଠ କରାଇଲେ ଉପ ବାଚସ୍ପତି ରଜନୀକାନ୍ତ ସିଂ । ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ପରେ ଶପଥ ନେଇଛନ୍ତି ଦୀପାଳି । ଶପଥ ସମୟରେ ତାଙ୍କ ମାଆ ଓ ଭାଇ ମଧ୍ୟ ବିଧାନସଭାରେ ଉପସ୍ଥିତ ରହିଥିଲେ ।
ଶପଥ ନେବା ପରେ ଦୀପାଳି ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଝାରସୁଗୁଡ଼ାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବି । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ା ପାଇଁ କାର୍ଯ୍ୟ କରିବି ।
ଝାରସୁଗୁଡ଼ାରେ ବିଜେଡି ବାଜି ମାରିଛି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି ଲକ୍ଷେ ୭ ହଜାର ୧୯୮ଟି ଭୋଟ ପାଇଥିବାବେଳେ ଟଙ୍କଧର ପାଇଛନ୍ତି ୫୮ ହଜାର ୪୭୭ ଭୋଟ୍ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରଗୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା । ଉପନିର୍ବାଚନରେ ନବଙ୍କ ଝିଅ ଦୀପାଳି ଦାସ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ୨୦୧୯ରେ ନବ ଦାସ ପାଇଥିଲେ ୯୮, ୬୨୦ ଭୋଟ୍ ପାଇଥିବା ବେଳେ ଏବେ ତାଙ୍କ ଝିଅ ଦୀପାଳି ପାଇଛନ୍ତି ୧ ଲକ୍ଷ ୭ ହଜାର ୩ ଭୋଟ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)