Advertisment

Surya Patra’s Son Biplab Speaks Out: ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ, ଜମି ଥିବା ଅଭିଯୋଗ ସତ କିନ୍ତୁ...

ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଦିବଙ୍ଗତ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ।  ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ହଳଦିଆପଦର ଓଭରବ୍ରିଜ୍ ତଳେ ଜମି ଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି।

author-image
Tapan Swain
Biplab Patra

Biplab Patra Photograph: (OTV)

ହଳଦିଆପଦର ଓଭର୍ ବ୍ରିଜ୍ ଢାଞ୍ଚା ତ୍ରୁଟି ଅଭିଯୋଗ ପରେ ସଫେଇ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ। ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଦିବଙ୍ଗତ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ।  ଓଟିଭିକୁ EXCLUSIVE ପ୍ରତିକ୍ରିୟା ରଖିଛନ୍ତି ବିପ୍ଳବ ପାତ୍ର। ହଳଦିଆପଦର ଓଭରବ୍ରିଜ୍ ତଳେ ଜମି ଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି।

Advertisment

ଜମି ସତ ଅଭିଯୋଗ ମିଛ

ହଳଦିଆପଦର ରେଲ ଓଭର୍ ବ୍ରିଜ୍ ତଳେ ତାଙ୍କ ପରିବାର ନାଁରେ ଜମି ଥିଲା। ସେତେବେଳେ ଜମିକୁ ଶାଗ ମାଛ ଦରରେ ବିକ୍ରି କରାଯାଇଛି। ଜମି ବିକିବା ବେଳେ ଓଭର୍ ବ୍ରିଜ୍ ନିର୍ମାଣ ନେଇ ପ୍ରସ୍ତାବ ନଥିଲା। ତେଣୁ ତାଙ୍କ ଉପରେ ଓ ବାପା ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଆସୁଥିବା ସବୁ ଅଭିଯୋଗ ମିଛ। ରାଜନେତାଙ୍କ ଜମି ଥିଲେ କ’ଣ ବ୍ରିଜର ଢାଞ୍ଚା ବଦଳିଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। 

ଖାଲି ଏତିକି ନୁହେଁ ରାଜ୍ୟ ସରକାର ଓ ଏନଏଚ୍ କତ୍ତୃପକ୍ଷଙ୍କ ମିଳିତ ଅନୁମତିରେ ବ୍ରିଜ୍ ନିର୍ମାଣ ହୋଇଥିଲା। ଏନଏଚ୍ କତ୍ତୃପକ୍ଷ କେମିତି ଏହାକୁ ଅନୁମତି ଦେଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଖାଲି ଏତିକି ନୁହେଁ ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ୍ ବି କେମିତି ବୁଲି ଯାଇଛି? ଏବେ ନିର୍ମାଣ ହେବାକୁ ଥିବା  ଗେଟ୍ ବଜାର ବ୍ରିଜ ବି କଣ ବୁଲି ଯିବ ବୋଲି କହି ପରୋକ୍ଷରେ ବିଧାୟକ ରମେଶ ଜେନାଙ୍କୁ ନିଶାନା କରିଛନ୍ତି।... 

Advertisment

‘ଆମ ଜମି ଥିଲା କିନ୍ତୁ ବଦଳିନି ଢାଞ୍ଚା’ 

ହଳଦିଆପଦର ଓଭର୍ ବ୍ରିଜ୍ ଢାଞ୍ଚା ତ୍ରୁଟିରେ ବଡ଼ ବୟାନ
ମୁହଁ ଖୋଲିଲେ ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ 
ଓଟିଭିକୁ EXCLUSIVE ପ୍ରତିକ୍ରିୟା ରଖିଲେ ବିପ୍ଳବ ପାତ୍ର 
ଜମି ଥିବା ଘଟଣାକୁ ସ୍ବୀକାର କଲେ ବିପ୍ଳବ 
‘ହଳଦିଆପଦର ରେଲ ଓଭର୍ ବ୍ରିଜ୍ ତଳେ ଜମି ଥିଲା’
‘ଜମିକୁ ଶାଗ ମାଛ ଦରରେ ବିକିଛୁ’
‘ଜମି ବିକିବା ବେଳେ ଓଭର୍ ବ୍ରିଜ୍ ନିର୍ମାଣ ନେଇ ପ୍ରସ୍ତାବ ନଥିଲା’
‘ରାଜନେତାଙ୍କ ଜମି ଥିଲେ କ’ଣ ବ୍ରିଜର ଢାଞ୍ଚା ବଦଳିଯିବ?’
‘ବ୍ରହ୍ମପୁର କମାପଲ୍ଲୀ ବ୍ରିଜ୍ କାହିଁକି ବୁଲି ଯାଇଛି?’ 
‘ଗେଟ୍ ବଜାର ପ୍ରସ୍ତାବିତ ବ୍ରିଜର ଢାଞ୍ଚା କ’ଣ ବଦଳିଯିବ?’
‘ଗେଟ୍ ବଜାର କଥା ଉଠାଇ ପରୋକ୍ଷରେ ରମେଶ ଜେନାଙ୍କୁ ନିଶାନା’

Bridge Berhampur
Advertisment
Related Articles
Advertisment