Advertisment

Ramesh Jena Promises Turnaround in Berhampur: ମୋତେ ବ୍ରହ୍ମପୁର ଯିବାକୁ ଅନୁମତି ମିଳିଲେ ବଦଳେଇ ଦେବି ସବୁ କିଛି, ଏମିତି କହିଲେ ବିଧାୟକ ରମେଶ ଜେନା

ହଳଦିଆପଦର ଓଭର୍ ବ୍ରିଜ୍ କୁ ନେଇ ବଢ଼ିବାରେ ଲାଗିଛି ରାଜନୀତି। କାହା ଇସାରାରେ ଓ ସ୍ବାର୍ଥରେ ବ୍ରିଜ୍ ଡିପିଆର୍ ବଦଳା ଗଲା ତାକୁ ନେଇ ଆଜି ବି ତେଜିଛି ବୟାନବାଜି। ସିଧାସଳଖ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବ୍ରହ୍ମପୁର ମେୟରଙ୍କ ନାଁ ନେଇ ନିଶାନା କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା।

author-image
Tapan Swain
Ramesh Jena

Ramesh Jena Photograph: (OTV)

ଭଙ୍ଗା ହେବ କି ହଳଦିଆପଦର ରେଲ୍ ଓଭରବ୍ରିଜ୍ ? ତ୍ରୁଟି ସୁଧୁରା ଯିବ କି? ବ୍ରହ୍ମପୁର ହଳଦିଆପଦର ଓଭର୍ ବ୍ରିଜ୍ କୁ ନେଇ ବଢ଼ିବାରେ ଲାଗିଛି ରାଜନୀତି। କାହା ଇସାରାରେ ଓ ସ୍ବାର୍ଥରେ ବ୍ରିଜ୍ ଡିପିଆର୍ ବଦଳା ଗଲା ତାକୁ ନେଇ ଆଜି ବି ତେଜିଛି ବୟାନବାଜି। ସିଧାସଳଖ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଓ ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସଙ୍କ ନାଁ ନେଇ ନିଶାନା କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା।

Advertisment

ଯାହା କହୁଥିଲେ ତାହା ହେଉଥିଲା

ବ୍ରିଜ୍ ନିର୍ମାଣ ବେଳେ ବିଜେଡି ସରକାର ଥିଲା, ସୂର୍ଯ୍ୟ ପାତ୍ର ମନ୍ତ୍ରୀ ଥିଲେ  ଓ ଶିବଶଙ୍କର ଦାଶ ମେୟର ଥିଲେ। ସେମାନେ ଏତେ ଶକ୍ତିଶାଳୀ ଥିଲେ ଯେ ଯାହା କହୁଥିଲେ ତାହା ହେଉଥିଲା। ଖାଲି ଏତିକି ନୁହେଁ ନିଜ ଅନ୍ଦାଜରେ ପ୍ରତିକ୍ରିୟା ରଖି ରମେଶ କହିଛନ୍ତି କି, ତାଙ୍କୁ ଯଦି ବ୍ରହ୍ମପୁର ପ୍ରବେଶ ପାଇଁ ଅନୁମତି ମିଳେ ତାହେଲେ ସେ ସେଇ ବ୍ରିଜ୍ ର ନକ୍ସା ବଦଳାଇ ଦେବେ।

ସେହିପରି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ପୁଣି ପ୍ରଶ୍ନ ଉଠାଇ ପ୍ରତିକ୍ରିୟା ରଖିଛନ୍ତି। ଘଟଣାକୁ ନେଇ କାହାକୁ ଦୋଷ ଦେଉନୁ, ଏତେ ଲୋକଙ୍କ ଜୀବନ ଗଲା ଦାୟୀ କିଏ ବୋଲି ଏତେ ବଡ଼ ତ୍ରୁଟି ଆଜି ଯାଏଁ କୌଣସି ବ୍ରିଜରେ ହୋଇନି ବୋଲି ସେ କହିଛନ୍ତି।

Advertisment

‘ସୂର୍ଯ୍ୟ ପାତ୍ର ଓ ପିଣ୍ଟୁ ଦାସ ଦାୟୀ’

ହଳଦିଆପଦର ଓଭର୍ ବ୍ରିଜ୍ ନେଇ ତେଜିଲା ରାଜନୀତି 
ପୁଣି ସୂର୍ଯ୍ୟ ପାତ୍ର ଓ ପୂର୍ବତନ ମେୟରଙ୍କୁ ରମେଶ ଜେନାଙ୍କ ନିଶାନା 
ସ୍ବର୍ଗତ ସୂର୍ଯ୍ୟ ପାତ୍ର ଓ ଶିବଶଙ୍କର ଦାଶଙ୍କୁ ନିଶାନା 
ଜାଣିଶୁଣି ବ୍ରିଜର ଢାଞ୍ଚା ବଦଳା ଯାଇଛି: ରମେଶ ଜେନା 
‘ବିଜେଡି ସରକାର ଥିଲା, ଜାଣିଶୁଣି ବ୍ରିଜ୍ ତ୍ରୁଟିପୂର୍ଣ୍ଣ ହେଲା’

‘ନିଜ ଜମି ଥିବାରୁ ବ୍ରିଜର ଢାଞ୍ଚା ବଦଳିଥିଲା’
‘୧୦୦/୧୫୦ ଲୋକଙ୍କ ଜୀବନ ଯାଇଛି, ଦାୟୀ କିଏ?’
ପୂର୍ବ ସରକାରରେ ଏମାନଙ୍କ ପରିସ୍ରାରେ ଦୀପ ଜଳୁଥିଲା
ମୋତେ ବ୍ରହ୍ମପୁର ଯିବାକୁ ଅନୁମତି ମିଳିଲେ ବଦଳାଇଦେବି ସବୁ କିଛି 
ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ବି ପୁଣି ଉଠାଇଲେ ପ୍ରଶ୍ନ 
‘ଦୋଷ ଦେଉନୁ, ଏତେ ଲୋକଙ୍କ ଜୀବନ ଗଲା ଦାୟୀ କିଏ?’
‘ଏତେ ବଡ଼ ତ୍ରୁଟି ଆଜି ଯାଏଁ କୌଣସି ବ୍ରିଜରେ ହୋଇନି’ 

Bridge Berhampur
Advertisment
Related Articles
Advertisment